ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରିମିୟର ଲିଗ୍‌ରେ କ୍ରମାନ୍ୱୟରେ ଚତୁର୍ଥ ଟାଇଟଲ ବିଜୟ, ମାଞ୍ଚେଷ୍ଟର ସିଟି ଚାମ୍ପିଅନ୍

ମାଞ୍ଚେଷ୍ଟର,୨୦/୦୫: ୨ୟ ଓ ୧୮ତମ  ମିନିଟରେ ଫିଲ୍‌ ଫୋଡେନଙ୍କ ଡବଲ ଏବଂ  ୫୯ତମ ମିନିଟରେ ରୋଡ୍ରିଙ୍କ ଗୋଲ ହିଁ ମାଞ୍ଚେଷ୍ଟର ସିଟିର ବିଜୟ ନିଶ୍ଚିତ କରି ଦେଇଥିଲା । ପରେ  ଘରୋଇ ରକ୍ଷଣଭାଗ ଭ୍ରମଣକାରୀ ୱେଷ୍ଟହାମ  ୟୁନାଇଟେଡ୍‌କୁ କୌଣସି ସୁଯୋଗ ଦେଇ ନଥିଲେ ।  ଶେଷରେ ୩-୧ ଗୋଲରେ ବିଜୟୀ ହୋଇ ମ୍ୟାନ୍‌  ସିଟି ଇଂଲିଶ ପ୍ରିମିୟର ଲିଗ୍‌ ଇତିହାସରେ ପ୍ରଥମ ଦଳ ଭାବରେ କ୍ରମାନ୍ୱୟରେ ଚତୁର୍ଥ ସିଜନରେ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । 

ଶେଷ ମ୍ୟାଚ୍‌ରେ ଆର୍ସେନାଲ ୨-୧ ଗୋଲରେ ଏଭରଟନକୁ ପରାଜିତ କରିଥିଲେ ବି ପଏଣ୍ଟ  ଟେବୁଲର ଦ୍ୱିତୀୟ (୮୯ ପଏଣ୍ଟ) ସ୍ଥାନରେ  ରହିଥିଲା । ପ୍ରକୃତରେ ମ୍ୟାନ ସିଟି ଓ ୱେଷ୍ଟ୍‌ହାମ  ମ୍ୟାଚ୍‌ର ଫଳାଫଳ ଉପରେ ଆର୍ସେନାଲର ଭାଗ୍ୟ  ନିର୍ଭର କରୁଥିଲା । ମାତ୍ର ଘରୋଇ ଗ୍ରାଉଣ୍ଡରେ  ଫୋଡେନଙ୍କ ଅବିଶ୍ୱସନୀୟ ପ୍ରଦର୍ଶନ ହିଁ ଦଳକୁ  ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ମ୍ୟାନ୍‌ ସିଟି ୩୮ ମ୍ୟାଚ୍‌ରୁ ୯୧ ପଏଣ୍ଟ (୨୮  ବିଜୟ, ୭ ଡ୍ର’) ପାଇ ପ୍ରଥମ ଏବଂ ଲିଭରପୁଲ  ୮୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା ।  

ପୂର୍ବରୁ ମ୍ୟାନ ସିଟି ୨୦୨୦–୨୧, ୨୦୨୧–୨୨,  ୨୦୨୨–୨୩ ସିଜନରେ ଟାଇଟଲ ଜିତିଥିଲା ।  ଏହାପୂର୍ବରୁ ୨୦୧୮-୧୯ରେ ଚାମ୍ପିଅନ ହୋଇଥିଲେ ବି  ୨୦୧୯-୨୦ରେ ଟାଇଟଲ ବଜାୟ ରଖି ପାରି ନଥିଲା ।  ସିଜନରେ ସର୍ବାଧିକ ୨୭ଟି ଗୋଲ୍‌ ସ୍କୋର କରି  ଦଳର ଷ୍ଟାର ତାରକା ଏର୍ଲିଂ ହାଲାଣ୍ଡ୍‌ ଗୋଲ୍ଡେନ ବୁଟ୍‌  ବିଜୟୀ ହୋଇଛନ୍ତି । ସେ କ୍ରମାନ୍ୱୟରେ ୨ଟି ସିଜନରେ  ଏହି ପୁରସ୍କାର ହାସଲରେ ସଫଳ ହୋଇପାରିଛନ୍ତି । 

ଆରମ୍ଭରୁ ମ୍ୟାନ ସିଟି ଆକ୍ରମଣ କରି ୨  ଓ ୧୮ ମିନିଟରେ ୨ଟି ଗୋଲ୍‌ ଦେଇ ଅଗ୍ରଣୀ  ଲାଭ କରିଥିଲା । ୪୨ ମିନିଟରେ ୱେଷ୍ଟହାମ ଗୋଟିଏ ଗୋଲ୍‌ ପରିଶୋଧ କରିଥିଲା । ପରେ  ଦ୍ୱିତୀୟ ଗୋଲ୍‌ ଦେଇଥିଲେ ବି ତାହା ‘ଭାର’ରେ  ହ୍ୟାଣ୍ଡବଲ୍‌ ଥିବା ଜଣା ପଡ଼ିଥିଲା । ପରବର୍ତ୍ତୀ  ସମୟ ଖେଳ ସଂଘର୍ଷପୂର୍ଣ୍ଣ ହେବାରୁ ୨ଟି ଗୋଲ୍‌  ଆଗରେ ରହି ଘରୋଇ ଦଳ ବିଜୟୀ ହୋଇଥିଲା ।  ପ୍ରିମିୟର ଲିଗ୍‌ରେ ମ୍ୟାନ୍‌ ସିଟି ୮ ଥର  (୨୦୧୧–୧୨,୨୦୧୩–୧୪, ୨୦୧୭–୧୮,  ୨୦୧୮–୧୯, ୨୦୨୦–୨୧, ୨୦୨୧–୨୨,  ୨୦୨୨–୨୩, ୨୦୨୩–୨୪) ଚାମ୍ପିଅନ ହୋଇଛି ।  ସର୍ବାଧିକ ଥର ଚାମ୍ପିଅନ ହେବାର ରେକର୍ଡ ମାଞ୍ଚେଷ୍ଟର  ୟୁନାଇଟେଡ୍‌ (୧୩ ଥର) ନାମରେ ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.