ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଏନ୍‌ସିଏ ଉଚ୍ଚ ପ୍ରଦର୍ଶନ ପରିଚାଳନା କାର୍ଯ୍ୟକ୍ରମ: ୩୦ଜଣିଆ ତାଲିକାରେ ଆୟର, କିଷନ

ମୁମ୍ବାଇ,୨୦/୦୫: କେନ୍ଦ୍ରୀୟ  ଚୁକ୍ତିରୁ ବାଦ୍‌ ପଡ଼ିଥିବା ଦୁଇ ବ୍ୟାଟର ଶ୍ରେୟାସ ଆୟର ଓ ଈଶାନ କିଷନଙ୍କୁ ବିସିସିଆଇ ଆଉ ଏକ ସୁଯୋଗ ପ୍ରଦାନ  କରିଛି । ଆଗାମୀ ୨୦୨୪-୨୫ ଘରୋଇ ସିଜନ ପାଇଁ ବିସିସିଆଇ ଉଭୟଙ୍କୁ ଏନ୍‌ସିଏର ଉଚ୍ଚ ପ୍ରଦର୍ଶନ ପରିଚାଳନା କାର୍ଯ୍ୟକ୍ରମରେ ସ୍ଥାନ ଦେଇଛି । ୩୦ଜଣିଆ  ତାଲିକାରେ ଉଭୟଙ୍କ ବ୍ୟତୀତ ଆଇପିଏଲ୍‌ରେ ଦ୍ରୁତ ବେଗରେ ବୋଲିଂ କରି  ଆତଙ୍କ ସୃଷ୍ଟି କରିଥିବା ଯୁବ ଫାଷ୍ଟ୍‌ ବୋଲର  ମୟଙ୍କ୍‌ ଯାଦବଙ୍କ ସମେତ ସର୍ଫରାଜ  ଖାନ୍‌ଙ୍କ ସାନ୍‌ ଭାଇ ମୁସିର ଖାନ ମଧ୍ୟ ସ୍ଥାନ  ପାଇଛନ୍ତି । ବିସିସିଆଇ ପକ୍ଷରୁ ଖୁବଶୀଘ୍ର  ଏହି ଶିବିର ପାଇଁ ତାରିଖ ଘୋଷଣା ହେବ ।  ବେଙ୍ଗାଲୁରୁରେ ପ୍ରତିଷ୍ଠା ହୋଇଥିବା ନୂଆ  ଏନ୍‌ସିଏରେ ଶିବିର ଆୟୋଜିତ ହେବାକୁ  ଯାଉଥିବାବେଳେ ଏନ୍‌ସିଏ୍‌ ମୁଖ୍ୟ ଭିଭିଏସ୍‌  ଲକ୍ଷ୍ମଣ କାର୍ଯ୍ୟକ୍ରମ ପରିଚାଳନା କରିବେ । 

ଗତ ସିଜନରେ ବିସିସିଆଇର ନିର୍ଦ୍ଦେଶ  ସତ୍ତେ୍ୱ ଆୟର ଓ କିଷନ ରଣଜୀ ଟ୍ରଫିରୁ  ଦୂରେଇ ରହିଥିଲେ । ଫଳରେ ଭାରତୀୟ  ଦଳ ଚୟନ କମିଟି ଉଭୟଙ୍କୁ କେନ୍ଦ୍ରୀୟ  ଚୁକ୍ତିରୁ ବାଦ୍‌ ଦେଇଥିଲେ । ଏପରିକି ଉଭୟ  ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଘୋଷିତ  ଦଳରୁ ବାଦ୍‌ ପଡ଼ିଥିଲେ । ବିସିସିଆଇ ପକ୍ଷରୁ  କୁହାଯାଇଛି ଯେ, ବୋର୍ଡ଼ କିମ୍ବା ଜାତୀୟ ଚୟନ  କମିଟି ଆୟର ଓ କିଷନଙ୍କ ପ୍ରତ୍ୟାବର୍ତ୍ତନକୁ  ବିରୋଧ କରୁନାହିଁ । ଯଦି ସେମାନେ  ଘରୋଇ କ୍ରିକେଟ୍‌ ପ୍ରତି ନିଜର ଆଭିମୁଖ୍ୟ  ବଦଳାଇବେ ଏବଂ ଆଗାମୀ ସିଜନରେ  ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେମାନଙ୍କୁ ଜାତୀୟ  ଦଳରେ ସାମିଲ୍‌ କରାଯିବ । ଏପରିକି  କେନ୍ଦ୍ରୀୟ ଚୁକ୍ତିକୁ ମଧ୍ୟ ଫେରିପାରିବେ ।’  ଆୟର ଆଇପିଏଲ୍‌ ଫ୍ରାଞ୍ଚାଇଜ କୋଲକାତା  ନାଇଟ୍‌ ରାଇଡର୍ସର ନେତୃତ୍ୱ ନେଉଛନ୍ତି  ଏବଂ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ।  କିଷନ ପ୍ଲେ-ଅଫ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସଦସ୍ୟ ଥିଲେ ।  

ଏନ୍‌ସିଏ ଉଚ୍ଚ ପ୍ରଦର୍ଶନ ଶିବିର  ପାଇଁ ମନୋନୀତ ହୋଇଥିବା ଖେଳାଳି  ତାଲିକାରେ ମୟଙ୍କ୍‌, ମୁସିର, ଉମ୍ରାନ  ମଲ୍ଲିକ, ଅଭେଶ ଖାନ, କୁଲଦୀପ  ସେନ, ହର୍ଷିତ ରାଣା, ଖଲିଲ ଅହମ୍ମଦ,  ତୁଷାର ଦେଶପାଣ୍ଡେ, ରିୟାନ ପରାଗ,  ଆଶୁତୋଷ ଶର୍ମା, ସାଇ ସୁଦର୍ଶନ,  ଦେବଦତ୍ତ ପାଡିକଲ, ସାଇ କିଶୋର, ପୃଥ୍ୱୀ  ଶ, ସାମ୍ସ ମୁଲାନୀ, ତନୁଷ କୋଟିଆନ୍‌ଙ୍କ  ଭଳି ଦକ୍ଷ ଖେଳାଳି ସାମିଲ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.