ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌

ଅହମ୍ମଦାବାଦ,୨୧/୦୫: ଚଳିତ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି ।  ମଙ୍ଗଳବାରଠୁ ଆରମ୍ଭ ହେବ ପ୍ଲେ-ଅଫ୍‌ । ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ୍‌ ରାଇଡର୍ସ ଓ  ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବେ। ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ପରାଜିତ ଦଳ ଆଗାମୀ ଏଲିମିନେଟର ମୁକାବିଲାର ବିଜେତାକୁ ଦ୍ୱିତୀୟ କ୍ୱାଲିଫାୟରରେ ସାମ୍ନା କରିବ ।  

ନାଇଟ୍‌ ରାଇଡର୍ସ ଗତ୍‌ ୧୧ ତାରିଖରୁ ପ୍ଲେ- ଅଫ୍‌ରେ ସ୍ଥାନ ପକ୍କା କରିସାରିଥିଲା। ଏହା ଥିଲା  ୬୦ତମ ଲିଗ୍‌ ମୁକାବିଲା । ଏହାପରେ ଦଳର ୨ଟି  ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ଓ ଦଳର ଶୀର୍ଷ ସ୍ଥାନ ନିଶ୍ଚିତ ରହିଥିଲା । ସନରାଇଜର୍ସ ୬୬ ତମ  ମ୍ୟାଚ୍‌ରେ ପ୍ଲେ-ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ୬୯ତମ ମ୍ୟାଚ୍‌ରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା ।  

ପାଖାପାଖି ୨ମାସ ପରେ ଉଭୟ ଦଳ  ପରସ୍ପରକୁ ପୁନର୍ବାର ଭେଟିବାକୁ ଯାଉଛନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ଉଭୟ ଦଳ ସାମ୍ନା  ସାମ୍ନି ହୋଇଥିଲେ । ନାଇଟ ରାଇଡର୍ସ ପ୍ରଥମେ  ବ୍ୟାଟିଂ କରି ୭/୨୦୮ ରନ୍‌ କରିଥିଲା। ଜବାବରେ  ସନରାଇଜର୍ସ ଜୋରଦାର ଲଢେଇ କରିଥିଲେ  ହେଁ ୭/୨୦୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ହର୍ଷିତ ରାଣା ଦୁର୍ଦ୍ଧର୍ଷ ହେନରିକ  କ୍ଲାସେନଙ୍କୁ ଆଉଟ୍‌ କରିଥିଲେ ଓ ନାଇଟ୍‌ ରାଇଡର୍ସର  ବିଜୟ ସମ୍ଭବ ହୋଇଥିଲା। ଟ୍ରେଭିସ୍‌ ହେଡ୍‌ ଉକ୍ତ  ମ୍ୟାଚ୍‌ ଖେଳି ନଥିଲେ । ଏଥର ସନରାଇଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।  

ଲିଗ୍‌ ପର୍ଯ୍ୟାୟ ମଧ୍ୟରେ ଉଭୟ ଦଳ ଛୋଟ ମୋଟ ତ୍ରୁଟି ସବୁ ସୁଧାରି ନେଇଛନ୍ତି । ନାଇଟ ରାଇଡର୍ସ ପ୍ରାରମ୍ଭରୁ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହେଉଥିଲା । ମାତ୍ର ଶେଷ ଭାଗ ଆଡକୁ ଏହି ତ୍ରୁଟି ସୁଧାରି  ନେଇଥିଲା । ସନରାଇର୍ଜସ ଲିଗ୍‌ ପର୍ଯ୍ୟାୟ ସାରା ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଥିଲେ ହେଁ ମଧ୍ୟ କ୍ରମ ସାମାନ୍ୟ ଦୁର୍ବଳ ଥିଲା । ମାତ୍ର ଗତ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ  ମ୍ୟାଚ୍‌ରେ ରାହୁଲ ତ୍ରିପାଠୀ ଦମ୍‌ଦାର ବ୍ୟାଟିଂ କରି ୩ନଂ ସ୍ଥାନ ମଜଭୁତ କରିଦେଇଛନ୍ତି ।  

ମଙ୍ଗଳବାର ଉଭୟ ଦଳ ଏକାଦଶରେ  ପରିବର୍ତ୍ତନ କରିବେ । ଫିଲ୍‌ ସଲ୍ଟ ସ୍ୱଦେଶ ଫେରି ଯାଇଥିବାରୁ ତାଙ୍କ ସ୍ଥାନରେ ନାଇଟ ରାଇଡର୍ସ ରହମନୁଲ୍ଲା ଗୁରବାଜଙ୍କୁ ଏକାଦଶରେ ସ୍ଥାନ  ଦେବା ନିଶ୍ଚିତ । ସନରାଇଜର୍ସ ମଧ୍ୟ ଜୟଦେବ ଉନାକାତଙ୍କୁ ବାଦ ଦେଇ ଆଡେନ ମାରକ୍ରମଙ୍କୁ ଏକାଦଶରେ ସାମିଲ କରିବ । ନାଇଟ୍‌ ରାଇଡର୍ସ  ଦଳରେ ବହୁ ବାମ ହାତି ବ୍ୟାଟର ରହିଥିବାରୁ ମାରକ୍ରମଙ୍କ ସ୍ପିନ ବୋଲିଂ ଦଳକୁ ସହାୟତା କରିବ । 

ଅହମ୍ମଦାବାଦରେ ମୁଖ୍ୟତଃ ୨ଟି ପିଚ୍‌ରେ ମ୍ୟାଚ୍‌ ଖେଳାଯାଇଛି । ଗୋଟିଏ ନାଲି ମାଟି ପିଚ୍‌ ଓ ଅନ୍ୟଟି କଳା ମାଟି ପିଚ୍‌ । ନାଲି ମାଟିରେ ପ୍ରସ୍ତୁତ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । କଳା ମାଟି ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ଉଭୟ ଦଳରେ ବିସ୍ଫୋରକ ବ୍ୟାଟର ରହିଥିବାରୁ କଳା ମାଟି ପିଚ୍‌ରେ ମଙ୍ଗଳବାର ମ୍ୟାଚ୍‌ ଆୟୋଜନ କରାଯାଇପାରେ । ତେଣୁ ସ୍ପିନରମାନେ ମଙ୍ଗଳବାର ମ୍ୟାଚ୍‌ର ମୁଖ୍ୟ ନାୟକ ସାଜିବେ। ରାତ୍ରିରେ ମ୍ୟାଚ୍‌ ରହିଥିବାରୁ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ସନରାଇଜର୍ସ :  ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା,  ରାହୁଲ ତ୍ରିପାଠୀ, ନିତିଶ କୁମାର ରେଡ୍ଡୀ,  ହେନରିକ କ୍ଲାସେନ, ସାହବାଜ ଅହମ୍ମଦ, ଅବଦୁଲ ସମଦ, ସାନବୀର ସିଂହ, ପ୍ୟାଟ୍‌  କମିନ୍ସ(ଅଧିନାୟକ), ଭୁବନେଶ୍ୱର କୁମାର,  ଜୟଦେବ ଉନାକାତ/ଆଡେନ ମାରକ୍ରମ/ବିଜୟକାନ୍ତ  ବିୟସକାନ୍ତ । (ଇମ୍ପାକ୍ଟ ପ୍ଲେୟାର: ଟି ନଟରାଜନ) 

ନାଇଟ୍‌ ରାଇଡର୍ସ : ରହମନୁଲ୍ଲା ଗୁରବାଜ, ସୁନିଲ ନାରାଏନ, ନିତିଶ  ରାଣା, ଶ୍ରେୟାସ ଆୟର(ଅଧିନାୟକ), ଭେଙ୍କଟେଶ  ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ରମଣଦୀପ  ସିଂହ, ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ  ରାଣା । (ଇମ୍ପାକ୍ଟ ପ୍ଲେୟାର: ବୈଭବ ଆରୋରା)

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.