ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୪ : ୪ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ - ଆଇପିଏଲର ୧୭ତମ ସଂସ୍କରଣର ୬୯ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଓ ପଞ୍ଜାବ କିଙ୍ଗସ୍ ମୁହାଁ ମୁହିଁ ହୋଇଥିଲେ। ହାଇଦ୍ରାବାଦ , ପଞ୍ଜାବ କିଙ୍ଗସ୍ (ପିବିକେଏସ)କୁ ୪ ୱିକେଟ୍‌ରେ ହରାଇ ଦେଇଛି। ରବିବାର ( ୧୯ ମେ)ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଜାବ ପ୍ରାୟୋଜକ ଟିମ୍‌କୁ ବିଜୟ ପାଇଁ ୨୧୫ରନର ଟାର୍ଗେଟ୍‌ ଦେଇଥିଲା। ଯାହାକୁ ସେ ଶେଷ ଓଭରର ପ୍ରଥମ ବଲରେ ହାସଲ କରି ନେଇଛି। 

ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟର ସହ ସନରାଇଜର୍ସ ହାଇଦ୍ରାବାଦର ଟିମ୍‌ ତାଲିକାରେ ଦ୍ୱିତୀୟ ନମ୍ୱରରେ ପହଞ୍ଚି ଯାଇଛି। ଯଦି ରାଜସ୍ଥାନ ରୟାଲ୍ସ(ଆରଆର)କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିରୋଧରେ ମ୍ୟାଚ୍‌ରେ ହାରି ଯାଏ ବା ସେହି ମୁକାବିଲା ସ୍ଥଗିତ ରହେ , ତ ସନରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ନମ୍ୱରରେ ରହିବ। ଏମିତି ସ୍ଥିତିରେ ସନରାଇଜର୍ସ ହାଇଦ୍ରାବାଦ କ୍ୱିଲିଫାୟର-୧ ମୁକାବିଲାରେ କେକେଆରର ସାମନା କରିବ। 

ସନରାଇଜର୍ସ ହାଇଦ୍ରାବାଦର ବିଜୟରେ ଅଭିଷେକ ଶର୍ମା ଓ ହେନରିକ କ୍ଲାସେନଙ୍କର ପ୍ରମୁଖ ଭୂମିକା ରହିଥିଲା। ଓପନର ଅଭିଷେକ ଶର୍ମା ୫ଟି ଚୌକା ଓ ୬ଟି ଛକା ସାହାଯ୍ୟରେ ୨୮ଟି ବଲରେ ୬୬ ରନ୍‌ର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ସେପଟେ ହେନରିକ କ୍ଲାସେନ ୨୬ଟି ବଲ୍‌ର ସାମନା କରି ୪୨ ରନ୍‌ କରିଥିଲେ। ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ରାହୁଲ ତ୍ରିପାଠୀ (୩୩) ଓ ନୀତିଶ ରେଡ୍ଡି (୩୭) ସନରାଇଜର୍ସ ହାଇଦ୍ରାବାଦ ପାଇଁ ଉପଯୋଗୀ ଯୋଗଦାନ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.