ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀର ସେଓ ଖାଇବେନି ଭାରତୀୟ, ୮୨୧ କୋଟି ଟଙ୍କାର କ୍ଷତି ସହିବେ ଏର୍ଦୋଗାନ ସରକାର !

Published By : Tapas Panda | May 16, 2025 9:14 PM

ନୂଆଦିଲ୍ଲୀ: ପାକିସ୍ତାନକୁ ସମର୍ଥନ ଜଣାଇ ହରଡ଼ଘଣାରେ ତୁର୍କୀ । ଭାରତର ସହ ଶତ୍ରୁତା କରି ତୁର୍କୀ ଅଡ଼ୁଆରେ ଫସିଯାଇଛି । ବୟକଟ ତୁର୍କୀ ଅଭିଯାନ ଜାରି ରହିଥିବା ବେଳେ ଏବେ ସେଠାରୁ ଆସୁଥିବା ସେଓ ବି ବର୍ଜନ କଲେଣି ଭାରତୀୟ ।  ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ଦ୍ୱାରା ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା। ଏହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ତୁର୍କୀ ପାକିସ୍ତାନକୁ ସମର୍ଥନ ଦେବା ସହ ସାମରିକ ସାହାଯ୍ୟ କରିଥିଲା ।  ପାକିସ୍ତାନକୁ ତୁର୍କୀ ଡ୍ରୋନ୍‌ ଦେବାର ସହ ପରିଚାଳକ ଯୋଗାଇଥିଲା । 

ତୁର୍କୀର ପାକିସ୍ତାନ ପ୍ରେମ ଦେଖି ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତୁର୍କୀର ଉତ୍ପାଦ ସବୁ ଭାରତରେ ଧିରେ ଧିରେ ବ୍ୟାନ ହେବାରେ ଲାଗିଛି । ସିନେମା ଶିଳ୍ପ ମଧ୍ୟ ତୁର୍କୀର କଳାକାରଙ୍କ ଉପରେ ବ୍ୟାନ ଲଗାଇଛି । ଏହାରି ଭିତରେ ତୁର୍କୀରୁ ଆସୁଥିବା ଲୋକପ୍ରିୟ ସେଓ ଉପରେ କଟକଣା ଲାଗିଲାଣି । ଅନେକ ବ୍ୟବସାୟୀ ସଂଘ ଏବେ ତୁର୍କୀରୁ ସେଓ ଆମଦାନୀ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।  ତେବେ ଭାରତରେ ତୁର୍କୀ ସେଓର ଡିମାଣ୍ଡ କେତେ ? ତୁର୍କୀଠାରୁ ବାର୍ଷିକ କେତେ ଟଙ୍କାରେ ସେଓ କ୍ରୟ କରେ ଭାରତ ?  

ରିପୋର୍ଟ ଅନୁସାରେ, ୨୦୨୧-୨୨ ମସିହାରେ ତୁର୍କୀରୁ ଭାରତକୁ ୫୬୩ କୋଟି ଟଙ୍କା, ୨୦୨୨-୨୩ ମସିହାରେ ୭୩୯ କୋଟି ଟଙ୍କା ଏବଂ ୨୦୨୩-୨୪ ମସିହାରେ ୮୨୧ କୋଟି ଟଙ୍କା ମୂଲ୍ୟର ସେଓ ଆସିଥିଲା। ତୁର୍କୀରୁ ଆମଦାନୀ ନିରନ୍ତର ବୃଦ୍ଧି ପାଉଥିବାରୁ ଭାରତରେ ସେଓର ସୁଲଭ ଉପଲବ୍ଧତା ରହିଛି ।  ତୁର୍କୀରୁ ଭାରତ ବହୁ ପରିମାଣରେ ସେଓ ଆମଦାନୀ କରିବା ଦ୍ବାରା ସେଠାର ଚାଷୀ ବେଶ ଉପକୃତ ହେଉଛନ୍ତି ଏବଂ ସରକାରଙ୍କ ମଧ୍ୟ ଫାଇଦା ମିଳୁଛି ।  ଗୁଣବତ୍ତା ଏବଂ ମୂଲ୍ୟ  କମ୍‌ ହେତୁ ଭାରତରେ ତୁର୍କୀ ସେଓ ବହୁତ ଲୋକପ୍ରିୟ। କିନ୍ତୁ ଏବେ ଭାରତୀୟ ତୁର୍କୀ ସେଓ ଖାଇବେ ନାହିଁ ବୋଲି ପଣ କରିଛନ୍ତି । 

ବୟକଟ୍‌ ତୁର୍କୀ ଅଭିଯାନର ପ୍ରଭାବ ଏହି ସେଓ ଉପରେ ପଡ଼ିଛି । ଫଳରେ ତୁର୍କୀର ଚାହିଦା ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଭାରତୀୟ ବ୍ୟବସାୟୀମାନେ ଏବେ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ୱାଶିଂଟନ, ଇରାନ ଏବଂ ନ୍ୟୁଜିଲ୍ୟାଣ୍ଡରୁ ସେଓ ଆମଦାନୀ କରୁଛନ୍ତି। ଏହା ଯୋଗୁଁ ତୁର୍କୀ ବହୁତ କ୍ଷତି ସହିବ । ଅଫ ସିଜିନରେ ମଧ୍ୟ ଭାରତୀୟ ବଜାରରେ ତୁର୍କୀ ସେଓର ଚାହିଦା ରହିଥାଏ। ଯଦି ଆମେ ଭାରତୀୟ ସେଓ ବିଷୟରେ କଥା ହେବା, ତେବେ ବର୍ଷର କିଛି ମାସରେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ। କିନ୍ତୁ ଯେତେବେଳେ ଅଫ ସିଜିନ୍ ହୁଏ, ସେତେବେଳେ ଆମଦାନୀ ହୋଇଥିବା ସେଓ ଉପରେ ଭାରତର ନିର୍ଭରଶୀଳତା ବୃଦ୍ଧି ପାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.