ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୯୮ତମ ନିର୍ବାଚନରେ ହାରିବା ପରେ ବି ହାର୍ ମାନି ନାହାନ୍ତି ହସନୁରାମ ଅମ୍ବେଡକରୀ, ‘ଶତକ’ ଲଗାଇବାକୁ ଇଛା

ଆଗ୍ରା, ୨୨/୪ :  କୁହାଯାଏ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଇଚ୍ଛା ଶକ୍ତି ଆଗରେ ବୟସ ବି ହାର ମାନିଥାଏ । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି କଥାଟା ବିଶ୍ବାସ ନ ହେଲେ ବି ସତ । ନିର୍ବାଚନ ସମୟରେ ବେଳେ ବେଳେ ଏମିତି ରୋଚକ ଘଟଣା ସାମ୍ନାକୁ ଆସିବା ସାଧାରଣ କଥା । ମାତ୍ର ଏଭଳି ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଯାହାକୁ ଯେ କେହି ବି ଶୁଣିବ ଆଶ୍ଚର୍ଯ୍ୟ ଲାଗିବ । 

ଘଟଣା ଟି ଏଭଳି କିଛି ରହିଛି ୭୯ବର୍ଷର ହସନୁରାମ ଅମ୍ବେଡକରୀ ନାମକ ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ନିର୍ବାଚନ ଲଢିବାକୁ ନେଇ । ବୟସ ୭୯ ହେଲେ ୯୮ତମ ନିର୍ବାଚନ ଲଢି ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଚଳିତ ଥର ସେ ୯୯ତମ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏକ ଉଲ୍ଲେଖନୀୟ ଲପଲବ୍ଧି ଅଟେ । ୧୯୮୫ପରେ ନିଜ ୯୮ତମ ପ୍ରୟାସରେ ପରାଜୟର ସାମ୍ନା କରିବା ପରେ ବି ଅମ୍ବେଡକରୀ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରିବା ଜାରି ରଖିଛନ୍ତି । ଚଳିତ ଥର ତାଙ୍କୁ ଫତେପୁର ସିକରୀରୁ ଶତକ ପାଖରେ ପହଞ୍ଚିବାକୁ ଆଶା ଥିଲା ମାତ୍ର ଭାଗ୍ୟ ତାଙ୍କୁ ବଡ଼ ଝଟକା ଦେଇଥିଲା । କାରଣ ଫତେପୁର ସିକରୀରୁ ତାଙ୍କର ନାମାଙ୍କନ ଖାରିଜ କରି ଦିଆଯାଇଥିଲା ।

ନିର୍ବାଚନ ଲଢିବାର ତାଙ୍କ ଇଛାକୁ ସ୍ବୀକାର କରିବାକୁ ଯାଇ ଅମ୍ବେଡକରୀଙ୍କ ପରିବାର ତାଙ୍କ ଦୃଢ ସଙ୍କଳ୍ପର ସମ୍ମାନ କରିଥାନ୍ତି ଏବଂ ତାଙ୍କ ଲକ୍ଷ ସହ ଛିଡ଼ା ହୋଇଛନ୍ତି । ଏକ କ୍ଲର୍କ ଏବଂ ମନରେଗା କାର୍ଯ୍ୟକର୍ତ୍ତା ଭାବରେ କାମ କରିବା ପରେ ଅମ୍ବେଡକରୀ ନିଜ ନିର୍ବାଚନୀ ଅଭିଯାନର ବିତ୍ତପୋଷଣ ପୂରା ଭାବରେ ନିଜ ସଂଶାଧନରେ କରିଥାନ୍ତି । ସେ କହିଛନ୍ତି କି ନିର୍ବାଚନ ଲଢିବା ମୋର ଏକ ଇଛା ଏବଂ ମୁଁ ଏହାର ଖର୍ଚ୍ଚ ନିଜେ ପୂରା କରିଥାଏ । ମୁଁ କାହାଠାରୁ ଋଣ କିମ୍ବା ସମର୍ଥନ ମାଗିନଥାଏ । ମୋତେ ଜଣା ଅଛି କି ମୁଁ ଜିତି ପାରିବି ନାହିଁ । କିନ୍ତୁ ପରାଜୟର ଭାବନା ମୋତେ ନିର୍ବାଚନ ଲଢିବାକୁ ରୋକି ପାରିବ ନାହିଁ । ତାଙ୍କୁ ଏହା ଜଣା ଅଛି କି ସମୟ ତାଙ୍କ ପକ୍ଷରେ ନାହିଁ । କିନ୍ତୁ ଅମ୍ବେଡକରୀ ନିର୍ବାଚନ ଲଢିବା ଏବଂ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଦୃଢ ସଂକଳ୍ପିତ ଅଛନ୍ତି । 

ସେ ଆତ୍ମବିଶ୍ବାସର ସହ କହିଛନ୍ତି କି , ମୁଁ ଶତକ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଅଛି ଏବଂ ମୁଁ ଏହା ବି ଜାଣିଛି କି ମୋର ବୟସ ବଢୁଛି । ମୁଁ ଦୁନିଆରୁ ଯିବା ପୂର୍ବରୁ ନିଜ ଲକ୍ଷ ହାସଲ କରିନେବି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.