ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

INDIA ବ୍ଲକ୍‌ର ସରକାର ଗଠନ ହେଲେ ଇଡି , ସିବିଆଇ ଓ ଇନକମ୍‌ ଟ୍ୟାକ୍ସର ଅଫିସର ଯିବେ ଜେଲ୍‌ : ଆପ୍‌ ନେତା ଆତିଶୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ – ଦେଶରେ ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ସରଗରମ ବାତାବରଣ । ଏହି ମଧ୍ୟରେ INDIA bloc ରେ ସାମିଲ ଆମ୍‌ ଆଦମୀ ପାର୍ଟିର ନେତା ବଡ଼ ବୟାନ ଦେଇଛନ୍ତି। ଆପ୍‌ ନେତା ତଥା ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ଆତିଶୀ କହିଛନ୍ତି କି  ୪ ଜୁନକୁ ଇଣ୍ଡିଆ ଗଠବନ୍ଧନର ସରକାର ହେବା ପରେ ବଡ଼ ବଡ଼ ଘୋଟାଲାର ଯାଞ୍ଚ କରାଯିବ ଏବଂ ଇଡି , ସିବିଆଇର ଅଧିକାରୀଙ୍କୁ ମଧ୍ୟ ଜେଲ୍‌ ପଠାଇ ଦିଆଯିବ। 

ଆତିଶୀ ଏକ ପ୍ରେସ୍‌ କନଫରେନ୍ସରେ କହିଛନ୍ତି , ଦେଶର ଜନତା  ମନକୁ ଦୃଢ କରି ନେଇଛନ୍ତି। ଦେଶର ଜନତା ନିଜର ଭୋଟ୍‌ ମାଧ୍ୟମରେ ହିଁ ଦେବେ ଉତ୍ତର। ସେମାନେ ଭାରତୀୟ ଜନତା ପାର୍ଟିକୁ ବାହାର କରିବାକୁ ଯାଉଛନ୍ତି। ଏଥିପାଇଁ ଆପଣଙ୍କୁ (ବିଜେପି) ୪ଜୁନ୍‌ ଯାଏ ଯେତେ ଷଡ଼ଯନ୍ତ୍ର ରଚିବାର ଅଛି ରଚି ନିଅ। କାରଣ ୪ ଜୁନ ପରେ ଏହି ଦେଶର ସବୁଠୁ ବଡ଼ ଘୋଟାଲାର ଯାଞ୍ଚ ହେବ। ୪ ଜୁନ ପରେ ଯେବେ ଇଣ୍ଡିଆ ଗଠବନ୍ଧନର ସରକାର ଗଠନ ହେବ ତ ହଜାର ହଜାର କୋଟି ଟଙ୍କାର  ଇଲେକ୍ଟୋରାଲ ବଣ୍ଡ ଘୋଟାଲର ଯାଞ୍ଚ ହେବ। ଯେଉଁଥିରେ କେବଳ ବିଜେପିର ନେତା ଜେଲ୍‌  ଯିବେନି , ବରଂ ଇଡିର ଅଫିସର , ସିବିଆଇର ଅଫିସର ଓ ଇନକମ୍‌ ଟ୍ୟାକ୍ସ ବିଭାଗର ଅଫିସର ଜେଲ୍‌ ଯିବେ , କାରଣ ସେ ବି ଏହି ଘୋଟାଲାରେ ସାମିଲ ଅଛନ୍ତି।

ଉଲ୍ଲେଖନୀୟ ଯେ, ଦିଲ୍ଲୀ ହାଇକୋର୍ଟରେ ଆଜି ମଦ ଦୁ୍ର୍ନୀତିର ଅଭିଯୁକ୍ତ ତଥା ଆପ୍ ନେତା ମନୀଷ ସିସୋସଦିଆଙ୍କୁ ଇଡି ଓ ସିବିଆଇ ଉଭୟ କେସ୍‌ରେ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିର କିଛି ସମୟରେ ପରେ ଆତିଶୀ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.