ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାଭାରତ ସମୟର ଯୁଦ୍ଧ କୌଶଳ ଓ କୁଟନୀତି ଅଧ୍ୟୟନ କରୁଛି ଭାରତୀୟ ସେନା,ବୀରତ୍ବ ଗାଥା ସହ ସମୃଦ୍ଧ ସଂସ୍କୃତିର ମିଳିବ ଜ୍ଞାନ

ନୂଆଦିଲ୍ଳୀ,୨୧।୫: ଭାରତୀୟ ସେନା ପ୍ରାଚୀନ ଗ୍ରନ୍ଥ ସାହାଯ୍ୟରେ ରାଜକୌଶଳ, ଯୁଦ୍ଧ, କୁଟନୀତି ଓ ରଣନୀତିକୁ ଏବେ ବ୍ୟବହାର କରିବାକୁ ଚାହେଁ। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ  ମଙ୍ଗଳବାର କହିଛନ୍ତି, ଭାରତୀୟ ସେନା ଏକ ପ୍ରୋଜେକ୍ଟ ଉପରେ କାମ କରୁଛି। ସେନା ମୁଖ୍ୟ ‘ହିଷ୍ଟୋରିକାଲ ପାର୍ଟନ ଇନ୍ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ କଲଚର’ ସମ୍ମିଳନୀରେ ଏହା କହିଛନ୍ତି। ସେ ଏହାର ଶ୍ରେୟ ପ୍ରୋଜେକ୍ଟ ‘ଉଦ୍ଭବ’କୁ ନେଇଛନ୍ତି।

ଏହି ପ୍ରୋଜେକ୍ଟରେ ଭାରତୀୟ ସେନା ମହାଭାରତ ଯୁଦ୍ଧର ପ୍ରତିଷ୍ଠିତ ସେନା ହସ୍ତୀଙ୍କ ବୀରତ୍ବପୂର୍ଣ୍ଣ ଗାଥା ଓ ଶାସନ କଳାରେ ଭାରତର ସମୃଦ୍ଧ ସଂସ୍କୃତିକୁ ଖୋଜୁଛି। ‘ଉଦ୍ଭବ’ ପ୍ରୋଜେକ୍ଟର ଉଦେଶ୍ୟ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବ। ଜେନେରାଲ ପାଣ୍ଡେ କହିଛନ୍ତି ଏହି ପ୍ରକଳ୍ପର ଉଦଘାଟନ ଗତ ବର୍ଷ କରାଯାଇଥିଲା। ଏହା ଅନୁସାରେ, ବେଦ,ପୁରୁଣା,ଉପନିଷଦ ଓ ଅର୍ଥଶାସ୍ତ୍ର ଭଳି ପ୍ରାଚୀନ ଗ୍ରନ୍ଥର ଗଭୀରତାକୁ ରିସର୍ଚ୍ଚ କରୁଛି। ଏହା ପ୍ରଖ୍ୟାତ ଭାରତୀୟ ଓ ପାଶ୍ଚାତ୍ୟ ବିଦ୍ବାନଙ୍କ ଭିତରେ ଉଲ୍ଲେଖନୀୟ ବୌଦ୍ଧିକ ସମାନତାର ଖୁଲାସା କରିଛି। 

ସେନା ମୁଖ୍ୟ ହିଷ୍ଟୋରିକାଲ ପାର୍ଟନ ଇନ୍ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ କଲଚର (ଭାରତୀୟ ସାମରିକ ସଂସ୍କୃତିରେ ଐତିହାସିକ ପ୍ରଣାଳି) ସମ୍ମିଳନୀରେ ଏହି କଥା କହିଛନ୍ତି।ଏହି ପ୍ରକଳ୍ପର ଉଦେଶ୍ୟ ହେଉଛି ଆଧୁନିକ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ଅଦ୍ବିତୀୟ ଓ ସମଗ୍ର ଦୃଷ୍ଟିକୋଣ ପ୍ରସ୍ତୁତ କରି ସମକାଳୀନ ସାମରିକ ପ୍ରଥା ସହିତ ପ୍ରାଚୀନ ଜ୍ଞାନର ବ୍ୟବହାର କରିବା। ଏହା ଭାରତୀୟ ସେନାର ପ୍ରଥମ ପଦକ୍ଷେପ, ଯାହାର ଉଦେଶ୍ୟ ଶହ ଶହ ବର୍ଷ ପୁରୁଣା ଜ୍ଞାନକୁ ସମକାଳୀନ ସୈନ୍ୟ ଶିକ୍ଷାଶାସ୍ତ୍ର ସିତ ଏକୀକୃତ କରିବା। 

ସେନା ମୁଖ୍ୟଙ୍କ କହିବା ଅନୁସାରେ, ଏହି ପ୍ରୋଜେକ୍ଟରେ ବେଦ, ପୁରାଣ, ଉପନିଷଦ ଓ ଅର୍ଥଶାସ୍ତ୍ର ଭଳି ପ୍ରାଚୀନ ଗ୍ରନ୍ଥକୁ ଗଭୀରତାର ସହ ଅଧ୍ୟୟନ କରିବା। ଯାହାକି ଧାର୍ମିକ ଚିନ୍ତାଧାରା ଓ ନୈତିକ ମୂଲ୍ୟ ଉପରେ ଆଧାରିତ। ଏଥିରେ ମହାଭାରତ ଯୁଦ୍ଧ, ମୌର୍ଯ୍ୟ, ଗୁପ୍ତ ଓ ମରାଠାଙ୍କ ଶାସନକାଳ ସମୟର ସାମରିକ ଉତ୍କୃଷ୍ଟତାର ଅଧ୍ୟୟନ କରାଯାଇଛି, ଯେଉଁଥିରେ ଭାରତର ସମୃଦ୍ଧ ସାମରିକ ଐତିହକୁ ଆକାର ଦିଆଯାଇଛି। ସେନା ମୁଖ୍ୟ କହିଛନ୍ତି, ଏହି ପ୍ରୋଜେକ୍ଟ ଭାରତର ଜନଜାତୀୟ ପରମ୍ପରା, ମରାଠା ନୌସେନା, ସେନାର ଯୋଦ୍ଧା, ବିଶେଷକରି ମହିଳାଙ୍କା ବୀରତ୍ବପୂର୍ଣ୍ଣ ଗାଥାକୁ ପ୍ରୋତ୍ସାହିତ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.