ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବିଭବଙ୍କ ଆଇଫୋନ୍ ଖୋଲିବ ରାଜ୍ ! ମୁମ୍ବାଇ ନେଇକି ଗଲା ଦିଲ୍ଲୀ ପୋଲିସ, କରିବ ଡାଟା ରିକଭରି

ନୂଆଦିଲ୍ଲୀ,୨୧।୫:  ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମରିବା ଘଟଣାରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ମୁମ୍ବାଇ ନେଇକି ଯାଇଛି। ପୋଲିସର କହିବା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ପିଏ ତଥା ଅଭିଯୁକ୍ତ ବିଭବ ନିଜର ଆଇଫୋନ୍ ଫର୍ମାଟ କରିବା ପୂର୍ବରୁ ସବୁ ଡାଟା ମୁମ୍ବାଇର କୌଣସି ବ୍ୟକ୍ତି କିମ୍ବା ଡିଭାଇସ୍‌କୁ ଟ୍ରାନ୍ସଫର କରିଛନ୍ତି। ପୋଲିସ ସେହି ଡାଟାକୁ ପାଇବାକୁ ଚେଷ୍ଟା କରୁଛି। 

ଏହା ପୂର୍ବରୁ ପୋଲିସ କେଜ୍ରିଓ୍ବାଲଙ୍କ ବାସଭବନରେ ଥିବା ସବୁ ଷ୍ଟାଫ୍‌ଙ୍କ ଷ୍ଟେଟମେଣ୍ଟ ମଧ୍ୟ ପୋଲସ ରେକର୍ଡ କରି ସାରିଛି। ବିଭବ କୁମାର ବର୍ତ୍ତମାନ ୨୩ ମଇ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସର ରିମାଣ୍ଡରେ ଅଛନ୍ତି। ୧୮ ମଇରେ ଦିଲ୍ଲୀ ପୋଲିସ ବିଭବଙ୍କୁ ୭ ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ ୫ ଦିନର ମିଳିଛି। ପୋଲିସ ନିଜ ରିମାଣ୍ଡ କପିରେ କହିଥିଲା ଅଭିଯୁକ୍ତ ବିଭବ କୁମାର ଖୁଲାସା କରିଥିଲେ, ସେ ନିଜର ମୋବାଇଲ ମୁମ୍ବାଇରେ ଫର୍ମାଟ କରିଛନ୍ତି। 

ଅଭିଯୋଗ ଅନୁସାରେ, ବିଭବ କୁମାର ଆଇଫୋନ୍-୧୫ ବ୍ୟବହାର କରୁଥିଲେ। ଏହି ଡିଭାଇସ୍‌ର ପାସଓ୍ବାର୍ଡ ପ୍ରୋଟେକ୍ଟେଡ୍ ରହିଛି। ପୋଲିସ କହିଛି ଅଭିଯୁକ୍ତର ବ୍ୟକ୍ତିଗତ ଉପସ୍ଥିତି ଓ ସହାୟତା ବିନା ଫୋନ୍ ଖୋଲିବା ସମ୍ଭବ ନୁହେଁ। ଅଭିଯୁକ୍ତର ସାହାଯ୍ୟ ବିନା ଏଥିରେ ଥିବା ଆପ୍ ପର୍ଯ୍ୟନ୍ତ ଯାଇ ହେବନି। ଦିଲ୍ଲୀ ପୋଲିସ ମଙ୍ଗଳବାର ବିଭବଙ୍କୁ ମୁମ୍ବାଇ ନେଇକି ଯାଇଛି।ମୁମ୍ବାଇର ସେହି ସ୍ଥାନକୁ ଯିବ ଯେଉଁଠିକୁ ବିଭବ ଯାଇଥିଲେ। ପୋଲିସ ପାଇଁ ଜାଣିବା ଜରୁରୀ ଯେ, ଅଭିଯୁକ୍ତ ନିଜ ଫୋନ୍‌କୁ କାହିଁକି ଓ କେଉଁଠି ଫର୍ମାଟ କରିଥିଲା।ଏହାଛଡା ମୁମ୍ବାଇରେ ବିଭବ ଯେଉଁ ଲୋକଙ୍କୁ ଭେଟିଥିଲେ, ପୋଲିସ ତାଙ୍କର ବୟାନ ମଧ୍ୟ ନେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.