ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭଗୱନ୍ତ ମାନ୍ ସରକାର ବିରୁଦ୍ଧରେ ଅଭିଯୋଗ କଲେ ପଞ୍ଜାବର ପୂର୍ବତନ ଡିଜିପି

ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ଡିଜିପି ଭିରେଶ କୁମାର ଭାୱରା ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ପଞ୍ଜାବର ଭଗୱନ୍ତ ମାନ ସରକାରଙ୍କ ଉପରେ ଲଗେଇଛନ୍ତି ବଡ଼ ଅଭିଯୋଗ। ସେ ତାଙ୍କ ଉପରେ ଅବୈଧ ଉପାୟରେ କାମ କରିବା ପାଇଁ ଚାପ ପକାଇ ଥିଲେ। ଭାୱରା କହିଛନ୍ତି ଯେ, ମାନ ସରକାର ମୋତେ ଅବୈଧ କାମ ସବୁ କରିବାକୁ କହୁ ଥିଲେ। ଏହା ବ୍ୟତୀତ କ୍ଷମତାକୁ ଆସିବା କ୍ଷଣି ଭଗୱନ୍ତ ମାନ ସରକାର ତାଙ୍କୁ କହିଥିଲେ କି , ସେ ଇସ୍ତଫା ଦେଇ ଦିଅନ୍ତୁ। ଏହା ବ୍ୟତୀତ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ବିରୋଧରେ କେସ୍‌ ରୁଜୁ କରିବାକୁ ମଧ୍ୟ କହୁଥିଲେ। ଭାୱରା ପଞ୍ଜାବ ଏବଂ ହରିଆଣା ହାଇକୋର୍ଟର ବେଞ୍ଚ ସମ୍ମୁଖରେ ଦାଖଲ ପିଟିସନରେ ଏହି ଅଭିଯୋଗ କରିଛନ୍ତି। 

ଭାୱରା ଜଷ୍ଟିସ୍‌ ଦୀପକ ସିବଲ ଓ ଜଷ୍ଟିସ୍‌ ଦୀପକ ମନଚନ୍ଦାଙ୍କର ମିଳିତ ବେଞ୍ଚ ସମ୍ମୁଖରେ ପିଟିସନରେ କହିଥିଲେ- ଏହି ସରକାର ମାର୍ଚ୍ଚ ୨୦୨୨ରେ କ୍ଷମତା ସମ୍ଭାଳି ଥିଲା। ଏହାପର ଠାରୁ ମୋ ଉପରେ ପଦ ଛାଡ଼ି ଦେବାର ଚାପ ଥିଲା। ଡିଜିପି କହିଛନ୍ତି , ଏହି ସରକାର ଆସିବା କ୍ଷଣି ତାଙ୍କୁ ପଦରୁ ହଟେଇ ଦିଆଗଲା। ସେ ଏମିତି କରିବା ସମୟରେ ଟ୍ରାନ୍ସଫରକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇ ଥିବା ନିୟମର ଉଲ୍ଲଙ୍ଘନ କରିଛନ୍ତି। କୋର୍ଟ ଏବେ କେସ୍‌ର ଆଗାମୀ ଶୁଣାଣି ପାଇଁ ୪ ଜୁଲାଇର ତାରିଖ ସ୍ଥିର କରିଛନ୍ତି। ଏହି ପିଟିସନ ଓକିଲ ବିକ୍ରମଜିତ ସିଂହ ପଟୱାଲିଆ ଓ ସୁଖମଣି ପଟୱାଲିଆଙ୍କ ମାଧ୍ୟମରେ ଦାଖଲ କରାଯାଇଛି। 

ଡିଜିପି ଏହି ସମୟରେ ଏହା ବି କହିଛନ୍ତି ଯେ, ପଞ୍ଜାବ ସରକାର ତାଙ୍କ ଉପରେ ଚାପ ପକାଇ ଥିଲା ଯେ, ରାଜ୍ୟ ବାହାରର କିଛି ଲୋକଙ୍କୁ ପଞ୍ଜାବ ପୁଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉ। ଏମିତି କରିବା ଭୁଲ୍‌ ଥିଲା, କିନ୍ତୁ ଚାପ ପକାଗଲା। ଭାୱରା କହିଛନ୍ତି , ଏହି ସରକାରକୁ ଜଣାପଡ଼ି ଯାଇଥିଲା କି, ମୁଁ ତାଙ୍କର ପ୍ରଭାବରେ ପଡ଼ିବି ନାହିଁ। ଏହାପରେ ଏହି ଲୋକେ ଜୁନ ୨୦୨୨ ଠାରୁ ମୋତେ ହଟେଇବାକୁ ଚେଷ୍ଟା ଆରମ୍ଭ କରି ଦେଇ ଥିଲେ। ପରେ ତାଙ୍କୁ ପଦରୁ ହଟେଇ ଦିଆଯାଇ ରାଜ୍ୟ ସୁରକ୍ଷା ପରାମର୍ଶଦାତା ପଦରେ ନିଯୁକ୍ତ ଦିଆଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.