ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭାକ୍ସିନ୍‌ର ପାର୍ଶ୍ବ ପ୍ରତିକ୍ରିୟା ଅଧ୍ୟୟନକୁ ନେଇ ବିଏଚ୍‌ୟୁ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଆଇସିଏମ୍‌ଆର୍‌; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

Image source: India.com

ନୂଆଦିଲ୍ଲୀ,୨୧/୦୫: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ଭରତ ବାୟୋଟେକର କୋଭିଡ ଟିକା 'କୋଭାକ୍ସିନ' ନେଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରିପୋର୍ଟ ଆସିବା ପରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବର୍ତ୍ତମାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ର ପ୍ରଫେସରଙ୍କୁ ଏ ସମ୍ପର୍କରେ ଚେତାବନୀ ଦେଇଛି। ଆଇସିଏମଆର ଐହି ଅଧ୍ୟୟନରେ ସମ୍ପୃକ୍ତ ଦୁଇ ପ୍ରଫେସରଙ୍କ ବିରୋଧରେ କାହିଁକି ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଥିଲେ। ବିଏଚୟୁର ଫାର୍ମାକୋଲୋଜି ବିଭାଗର ସହକାରୀ ପ୍ରଫେସର ଡଃ ଉପିନ୍ଦର କୌର ଏବଂ ଜିଆଟ୍ରିକ୍ ମେଡିସିନ୍‌ର ମୁଖ୍ୟ ଡାକ୍ଟର ସାଙ୍ଖା ସୁଭ୍ରା ଚକ୍ରବର୍ତ୍ତୀଙ୍କଠାରୁ ଉତ୍ତର ମାଗିଛନ୍ତି ଆଇସିଏମ୍‌ଆର୍। 

ସମ୍ପୂର୍ଣ୍ଣ ମାମଲା କ'?

ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା “COVAXIN” ଉପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଏକ ଅଧ୍ୟୟନ କରିଥିଲା। ବିଏଚ୍‌ୟୁର ଅଧ୍ୟୟନ ସ୍ପ୍ରିଞ୍ଜର ନେଚର୍ ଦ୍ୱାରା ପ୍ରକାଶିତ ହୋଇଥିଲା, ଯେଉଁଥିରେ କୋଭାକ୍ସିନ ଟିକା ସହିତ ସମସ୍ୟା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଅଧ୍ୟୟନ ୯୨୬ ଜଣଙ୍କ ଉପରେ କରାଯାଇଥିଲା ଯେଉଁଥିରେ ୫୦% ଲୋକ ଟୀକାକରଣ ପରେ ପାର୍ଶ୍ବ ପ୍ରତିକ୍ରିୟା ବିଷୟରେ ଜଣାଇଥିଲେ। ଏହି ଅଧ୍ୟୟନରେ ୬୩୫ ଯୁବକ ଏବଂ ୨୯୧ ବୟସ୍କ ବ୍ୟକ୍ତି ସାମିଲ ହୋଇଥିଲେ। ଏଥିରେ, ଟିକା ପରେ ଘଟିଥିବା ସମସ୍ୟାଗୁଡିକ ଏଇଏସ୍‌ଆଇ ଅର୍ଥାତ୍ dverse events of special interest ଭାବରେ ବର୍ଣ୍ଣନା କରାଯାଇଥିଲା।

ଡ୍ରଗ୍ ସେଫ୍ଟି ଜର୍ଣ୍ଣାଲର ସମ୍ପାଦକଙ୍କୁ ଚିଠି ଲେଖିଛି ଆଇସିଏମ୍ : 

ନ୍ୟୁଜଲାଣ୍ଡରେ ଥିବା ଡ୍ରଗ୍‌ ସେଫ୍‌ଟି ଜର୍ଣ୍ଣାଲର ସମ୍ପାଦକଙ୍କୁ ଚିଠି ଲେଖି ଆଇସିଏମ୍‌ଆର କହିଛି ଯେ, ବିଏଚ୍‌ୟୁର ଲେଖକଙ୍କ ଦ୍ବାରା ନିକଟରେ ପ୍ରକାଶିତ କୋଭାକ୍ସିନ୍‌ ସାଇଡ୍‌ ଇଫେକ୍ଟ ଅଧ୍ୟୟନକୁ ପ୍ରତ୍ୟାହାର କରାଯାଉ, କାରଣ ଏହି ଅଧ୍ୟୟନର ଶୀର୍ଷ ଗବେଷଣାର ନାମ ଭ୍ରମାତ୍ମକ ଭାବେ ଦିଆଯାଇଛି। ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଚିଠିରେ ଲେଖିଛନ୍ତି ଯେ ଆଇସିଏମଆର ଏହି ଅଧ୍ୟୟନ ସହିତ ଜଡିତ ନୁହେଁ ଏବଂ ଅନୁସନ୍ଧାନ ପାଇଁ କୌଣସି ଆର୍ଥିକ କିମ୍ବା ବୈଷୟିକ ସହାୟତା ପ୍ରଦାନ କରି ନାହିଁ। ଡଃ ବାହଲ ଲେଖିଛନ୍ତି ଯେ, 'ଆମେ ଦେଖିଛୁ ଯେ, ଆମ ବିନା ଅନୁମତିରେ ଅଧ୍ୟୟନ ପେପର ପଛପଟେ ଆଇସିଏମ୍‌ଆର୍‌ର ନାମ ରଖାଯାଇଛି। ଏହି ପରିପ୍ରେକ୍ଷିରେ ଅଧ୍ୟୟନକର୍ତ୍ତାଙ୍କ ଉପରେ କାହିଁକି ଆଇସିଏମ୍‌ଆର୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି ବୋଲି ପ୍ରଶ୍ନ କରିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.