ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୌନ ଶୋଷଣ ମାମଲାରେ ବ୍ରିଜଭୁଷଣ ଶରଣ ସିଂଙ୍କ ପ୍ରତିକ୍ରିୟା; 'ଭୁଲ୍‌ କରିନି, କିନ୍ତୁ ବିଚାରର ସାମ୍ନା କରିବି'

Image source: PTI

ନୂଆଦିଲ୍ଲୀ,୨୧/୦୫: ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଯୌନ ଶୋଷଣ ମାମଲାର ଅଭିଯୁକ୍ତ ଭାରତୀୟ କୁସ୍ତି ମହାସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜଭୁଷଣ ଶରଣ ସିଂ ବିଚାରର ସମ୍ମୁଖିନ ହେବା କଥା କହିଛନ୍ତି। ବିଜେପି ନେତା ବ୍ରିଜଭୁଷଣ ମଙ୍ଗଳବାର ଦିନ କହିଛନ୍ତି ଯେ, ସେ କୌଣସି ଭୁଲ କରିନାହାନ୍ତି ଏବଂ ସେ ଏହି ମାମଲାରେ ବିଚାରର ସମ୍ମୁଖିନ ହେବାକୁ ପ୍ରସ୍ତୁତ ଅଛନ୍ତି। ଡବ୍ଳୁଏଫ୍‌ଆଇର ପୂର୍ବ ଅଧ୍ୟକ୍ଷ କହିଛନ୍ତି ଯେ, ଏହି ମାମଲାରେ ଚାର୍ଜସିଟ୍ ଗଠନ କରାଯାଇଛି। ସେ କ’ଣ କହିଛନ୍ତି ଏବଂ ଏହାର ପ୍ରମାଣ କ’ଣ ତାହା କୋର୍ଟରେ ତାଙ୍କୁ ପ୍ରମାଣ କରିବାକୁ ହେବ। ’’ ସେ ଦାବି କରିଛନ୍ତି ଯେ ସେ ନିର୍ଦ୍ଦୋଷ ବୋଲି ସମ୍ପୂର୍ଣ୍ଣ ପ୍ରମାଣ ଅଛି।

ବ୍ରିଜଭୁଷଣ ସିଂହ ନିଜ ଭୁଲ ସ୍ବୀକାର କରିବାକୁ ଅଗ୍ରାହ୍ୟ କରି କହିଛନ୍ତି ଯେ, ଭୁଲ୍‌ କରିନି ମାନେ, ସ୍ବୀକାର କରିବାର ପ୍ରଶ୍ନ ଉଠୁନି। ବ୍ରିଜ ଭୁଷଣ ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଯୌନ ଶୋଷଣ ମାମଲାରେ କୋର୍ଟଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। 

ମହିଳା କୁସ୍ତିଯୋଦ୍ଧାମାନଙ୍କ ଯୌନ ଶୋଷଣ ମାମଲାରେ ବ୍ରିଜ ଭୂଷଣଙ୍କ ସହଯୋଗୀ ବିନୋଦ ତୋମାର ମଧ୍ୟ ବିଚାରର ସମ୍ମୁଖୀନ ହେବେ। ବ୍ରିଜଭୂଷଣଙ୍କ ସହଯୋଗୀ ବିନୋଦ ତୋମାର ମଧ୍ୟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ବିନୋଦ ତୋମାର କହିଛନ୍ତି ଯେ ଆମର ପ୍ରମାଣ ଅଛି ଯେ ଯଦି ଦିଲ୍ଲୀ ପୋଲିସ ସଠିକ୍ ଭାବେ ଯାଞ୍ଚ କରିଥାନ୍ତେ ତେବେ ସତ୍ୟ ବାହାରକୁ ଆସିଥାନ୍ତା। ସେ କହିଛନ୍ତି ଯେ ଆମେ କେବେ କାହାକୁ ଘରକୁ ଡାକିନାହୁଁ, ଆମ ପାଖରେ ପ୍ରମାଣ ଅଛି। ସେ କହିଛନ୍ତି ଯେ ସତ ପଦାକୁ ନିଶ୍ଚୟ ଆସିବ।'

ସୂଚନାଯୋଗ୍ୟ ଯେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପୋକ୍‌ସୋ ମାମଲାରେ ଦାଖଲ ହୋଇଥିବା ଦିଲ୍ଲୀ ପୋଲିସର ବାତିଲ ରିପୋର୍ଟ ଉପରେ ନିଷ୍ପତ୍ତି ଏକ ଦିନ ପୂର୍ବରୁ ଅର୍ଥାତ୍ ୨୦ ମେ'ରେ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ପଟିଆଲା ହାଉସର ପୋକସୋ କୋର୍ଟ ଏହି ପ୍ରସଙ୍ଗରେ ଜୁଲାଇ ୨୭ ରେ ଏହାର ରାୟ ପ୍ରଦାନ କରିବେ। ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯାତନା ମାମଲାରେ ନାବାଳିକା ପୀଡ଼ିତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବା ପରେ ଦିଲ୍ଲୀ ପୋଲିସ କୋର୍ଟରେ ବାତିଲ ରିପୋର୍ଟ ଦାଖଲ କରିଛି। ଦିଲ୍ଲୀ ପୋଲିସ ଦାଖଲ କରିଥିବା ବାତିଲ ରିପୋର୍ଟକୁ ନେଇ ନାବାଳିକା କୁସ୍ତିଯାଦ୍ଧାଙ୍କ ପକ୍ଷରୁ କୌଣସି ବିରୋଧ କରାଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.