ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଥୁନ ଚକ୍ରବର୍ତ୍ତୀଙ୍କ ରୋଡ୍‌ ଶୋ’ରେ ପଥର ମାଡ଼ , ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ

ମିଦନାପୁର – ପଶ୍ଚିମବଙ୍ଗର ମିଦନପୁର ସହରରେ ଅଭିନେତାରୁ ବିଜେପି ନେତା ହୋଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କର ରୋଡ୍‌ ଶୋ ବେଳେ କିଛି ଲୋକେ ପଥର ମାଡ଼ କରିଛନ୍ତି , ଯାହା ପରେ ସଂଘର୍ଷ ହୋଇଛି। ପୁଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ମିଦନାପୁର ଲୋକସଭା ଆସନରେ ୨୫ ମେ’ରେ ମତଦାନ ହେବ। ଏଠାରୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲ୍ ତୃଣମୂଳ କଂଗ୍ରେସ(ଟିଏମସି) କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଲଗେଇଛନ୍ତି କି, ସେ ଶୋଭାଯାତ୍ରା ବେଳେ କାଚ ବୋତଲ ଓ ପଥର ପିଙ୍ଗି ଥିଲେ।

ହେଲେ ରାଜ୍ୟର କ୍ଷମତାଧାରୀ ପାର୍ଟି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣାରେ ମିଥୁନ ଚକ୍ରବର୍ତ୍ତୀ ଓ ଅଗ୍ନିମିତ୍ରା ପଲ୍‌ଙ୍କୁ କୌଣସି ଆଘାତ ଆସି ନାହିଁ। ରୋଡ୍‌ ଶୋ ଆରମ୍ଭ ହେଲା ଓ କେରାନିଟୋଲା ଆଡ଼କୁ ବଢୁଥିଲା, ଯେଉଁଥିରେ ଶହ ଶହ ବିଜେପି ସମର୍ଥକ ନାରା ଲଗାଉ ଥିଲେ। ଏହି ସମୟରେ ମିଥୁନ ଚକ୍ରବର୍ତ୍ତୀ, ଅଗ୍ନିମିତ୍ରା ପଲ୍‌ଙ୍କ ସହ, ଏକ ଗାଡ଼ିରେ ଠିଆ ହୋଇ ଭିଡ଼ ଆଡ଼କୁ ହାତ ହଲାଉ ଥିଲେ।

ହେଲେ , ଯେମିତି ରୋଡ୍‌ ଶୋ ଶେଖପୁରା ମୋଡ଼ରେ ପହଞ୍ଚିଲା , ସେତେବେଳେ ସଡ଼କ ପାର୍ଶ୍ୱରେ ଠିଆ ହୋଇଥିବା କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ଓ ବୋତଲ ଫିଙ୍ଗି ଥିଲେ , ଏହାପରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଉପରକୁ ହମଲା କରି ଦେଲେ, ସଂଘର୍ଷ ଆରମ୍ଭ ହୋଇଗଲା । ଜଣେ ପୁଲିସ ଅଧିକାରୀ କହିଛନ୍ତି ସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରିନିଆ ଯାଇଛି। 

ପଲ କହିଛନ୍ତି , ଟିଏମସି ବିଜେପି ପ୍ରତି ସମର୍ଥନ ବଢିବାରେ ଡ଼ରୁଛି ଏବଂ ଏହି ପ୍ରକାରର ଗୁଣ୍ଡାଗର୍ଦ୍ଦିର ସାହାରା ନେଉଛି। ସେ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ମହାନ ଅଭିନେତାଙ୍କର ଅପମାନ କରିବାକୁ ଏତେ ତଳକୁ ଖସି ପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.