ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହରଭଜନ ସିଂହ; କିଛିଦିନ ପୂର୍ବରୁ ଗମ୍ଭୀରଙ୍କ ସହିତ ଆଲୋଚନା କରିଥିଲା ବିସିସିଆଇ

Image source: ABP live

ନୂଆଦିଲ୍ଲୀ,୨୧/୦୫: ୨୦୨୪ ଟି -୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବରେ କାର୍ଯ୍ୟକାଳ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ଏକ ନୂଆ କୋଚ୍ ଦେବା ପାଇଁ ବିସିସିଆଇ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ପ୍ରଥମେ ଷ୍ଟିଫେନ୍ ଫ୍ଲେମିଂ, ପରେ ରିକି ପଣ୍ଟିଂ ଏବଂ ଗୌତମ ଗମ୍ଭୀରଙ୍କ ନାଁ ସାମ୍ନାକୁ ଆସିଛି। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଭେଟେରାନ ସ୍ପିନ୍ ବୋଲର ହରଭଜନ ସିଂ ଭାରତୀୟ ଦଳର ନୂତନ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ ହରଭଜନ କହିଛନ୍ତି ଯେ ତାଙ୍କ ଅନୁଯାୟୀ ଜଣେ କୋଚ୍ ହେବା ଅର୍ଥ ଦଳ ପରିଚାଳନା କରିବା ଅଟେ, ଖେଳାଳିଙ୍କୁ ବ୍ୟାଟିଂ କିମ୍ବା ବୋଲିଂ ଶିଖାଇବା ନୁହେଁ।

ହରଭଜନ କହିଛନ୍ତି ଯେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ନିଶ୍ଚିତ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ପସନ୍ଦ କରିବେ। କୋଚିଂ ଅର୍ଥ ହେଉଛି ଦଳ ପରିଚାଳନା କରିବା ଏବଂ ଖେଳାଳିଙ୍କୁ ଡ୍ରାଇଭ୍ କିମ୍ବା ପୁଲ୍‌ ସଟ୍‌ ଶିଖାଇବା ନୁହେଁ। ହରଭଜନ କହିଛନ୍ତି ଯେ ଏହି ଖେଳାଳିମାନେ ସବୁକିଛି ଜାଣିଛନ୍ତି କିନ୍ତୁ ଜଣେ ଭଲ କୋଚ୍ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିପାରିବେ। କହିରଖୁଛୁ ଯେ, ବିସିସିଆଇ ଗତ ସପ୍ତାହରେ ଘୋଷଣା କରିଥିଲା ଯେ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍‌ଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ କୋଚ୍‌ଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୪ ରୁ ଆରମ୍ଭ ହେବ ଏବଂ ୩୧ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ଜାରି ରହିବ। ଏହାର ଅର୍ଥ ହେଉଛି ୨୦୨୭ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଏକ ଭଲ ଦଳ ପ୍ରସ୍ତୁତ କରିବାର ନୂତନ କୋଚ୍ ଦାୟିତ୍ବ ପାଇବେ। କୋଚ୍ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୭ ମେ ସ୍ଥିର କରାଯାଇଛି। 

ସ୍ବରଣଥାଉକି, ଗତ ବର୍ଷ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟ ପରେ ରାହୁଲ ଦ୍ରାବିଡଙ୍କ କୋଚ୍‌ ଭାବେ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ବିସିସିଆଇ ଅନୁଯାୟୀ, ଯଦି ଦ୍ରାବିଡ କୋଚ୍ ପଦରେ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ପୁନର୍ବାର ଚୟନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। କିନ୍ତୁ ଦ୍ରାବିଡ କୋଚ୍ ପଦ ଛାଡିବାକୁ ମନସ୍ଥ କରିସାରିଛନ୍ତି। ଯଦି ଆମେ ବର୍ତ୍ତମାନର ପରିସ୍ଥିତିକୁ ଦେଖିବା, ହରଭଜନ ସିଂଙ୍କ ବ୍ୟତୀତ ଗୌତମ ଗମ୍ଭୀର, ଷ୍ଟିଫେନ୍ ଫ୍ଲେମିଂ ଏବଂ ରିକି ପଣ୍ଟିଙ୍ଗଙ୍କୁ ଭାରତର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଆଯିବାର ଖବର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.