ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଉପରେ ଇସିଆଇଙ୍କ ଆକ୍ସନ, ୨୪ ଘଣ୍ଟା ପାଇଁ ପ୍ରଚାର ଉପରେ ଲଗାଇଲେ ରୋକ୍

ନୂଆଦିଲ୍ଲୀ,୨୧।୫: ପଶ୍ଚିମବଙ୍ଗର ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟଙ୍କ ବିରୋଧରେ  ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ଗଙ୍ଗୋପାଧ୍ୟାୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। ସେ ୨୧ ମଇ  ସନ୍ଧ୍ୟା ୫ଟାରୁ ନିର୍ବାଚନ ପ୍ରଚାର କରିପାରିବେନି। ନିର୍ବାଚନ କମିଶନ୍ ଗଙ୍ଗୋପାଧ୍ୟାୟକୁ ନିଜର ସାର୍ବଜନିକ ବୟାନରେ ସାବଧାନୀ ବଜାୟ ରଖିବାକୁ ଚେତାବନୀ ଦେଇଛନ୍ତି। ନିର୍ବାଚନ କମିଶନ୍ ଅଭିଜିତଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି ଓ ଏହାକୁ ନିମ୍ନ ସ୍ତରର ବ୍ୟକ୍ତିଗତ ଆକ୍ରମଣ ଓ ମହିଳାଙ୍କ ଅପମାନ ବୋଲି କହିଛନ୍ତି।

ନିର୍ବାଚନ କମିଶନ କହିଛନ୍ତି, ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଏଭଳି ବୟାନ କୌଣସି ମହିଳାଙ୍କୁ ନେଇ କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। କୌଣସି ବରିଷ୍ଠ ରାଜନୈତିକ ନେତାଙ୍କ କଥା ଛାଡନ୍ତୁ। ଜଣେ ସମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିକୁ ଟାର୍ଗେଟ କରାଯାଇଛି। ଇସିଆଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ସେ ନିଜ ପାର୍ଟି ପକ୍ଷରୁ ସବୁ ପ୍ରାର୍ଥୀଙ୍କ ପ୍ରଚାରକଙ୍କୁ ଏକ ଆଡଭାଇଜରୀ ଜାରି କରନ୍ତୁ, ଯାହାଫଳରେ ଏହା ସୁନିଶ୍ଚିତ କରିପାରିବ ଯେ, ନିର୍ବାଚନୀ ଅଭିଯାନ ବେଳେ ଏଭଳି ଭୁଲ ଯେପରି ନହେବ।

ଇସିଆଇଙ୍କ କହିବା ଅନୁସାରେ, ଅତୀତ ଓ ବର୍ତ୍ତମାନରେ ମହିଳାଙ୍କୁ ଭାରତୀୟ ସମାଜରେ ସର୍ବୋଚ୍ଚ ସମ୍ମାନ ମିଳିଛି ଓ ଭାରତୀୟ ସମ୍ବିଧାନ ଓ ଦେଶର ସବୁ ସଂସ୍ଥା ସବୁ ମୋର୍ଚ୍ଚାରେ ମହିଳାଙ୍କ ଅଧିକାର ଓ ସମ୍ମାନକୁ ସୁନିଶ୍ଚିତ କରିବା ଓ ତାଙ୍କୁ ଆହୁରି ଅଧିକ ସଶକ୍ତ କରିବାର ବିଚାର ଓ ଆଦର୍ଶକୁ ଲଗାତାର ଆଗକୁ ବଢାଉଛି।ସୂଚନା ଅନୁସାରେ, ନିର୍ବାଚନ ପ୍ରଚାର ସମୟରେ ଗଙ୍ଗୋପଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି 'ତୁମ ମୂଲ୍ୟ କେତେ' ବୋଲି କହିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ ଗଙ୍ଗୋପାଧ୍ୟାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.