ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇବ୍ରାହିମ୍‌ ରଇସିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରନ୍ତି ଭାରତର ଉପରାଷ୍ଟ୍ରପତି

ନୂଆଦିଲ୍ଲୀ – ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇରାନ ଯାତ୍ରା କରି ପାରନ୍ତି। ସେ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ଅନ୍ତିମ ସଂସ୍କାରରେ ଭାରତର ପ୍ରତିନିଧି ଭାବେ ସାମିଲ ହେବାର ସମ୍ଭାବନା ରହିଛି। ସୂତ୍ରାନୁସାରେ, ମଙ୍ଗଳବାର ଏହି ସୂଚନା ମିଳିଛି। ସୋମବାର ତାଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଧନଖଡ଼ ବୁଧବାର ପ୍ରସ୍ଥାନ କରିବାର ସମ୍ଭାବନା ରହିଛି। ରଇସିଙ୍କ ସମ୍ମାନରେ ମଙ୍ଗଳବାର ପୂରା ଭାରତରେ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।

ଇରାନର ସରକାରୀ ମିଡ଼ିଆ ମୁତାବିକ, ଦେଶର ଉତ୍ତର –ପଶ୍ଚିମୀ ଭାଗରେ କୁହୁଡ଼ି ଆଚ୍ଛାଦିତ ପାହାଡି କ୍ଷେତ୍ରରେ ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ହେବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ରଇସି , ବିଦେଶ ମନ୍ତ୍ରୀ ଓ ଆହୁରି ଅନେକ ଅଧିକାରୀ ସୋମବାର ମୃତ ଭାବେ ମିଳି ଥିଲେ। ରଇସି (୬୩ ବର୍ଷ) ଓ ତାଙ୍କର ଟିମ୍‌ ରବିବାର ଅଜରବୈଜାନ-ଇରାନ ସୀମାରେ ଏକ ଅଞ୍ଚଳର ଯାତ୍ରାରୁ ଫେରିବା ପରେ ତବରିଜ ସହର ଅଭିମୂଖେ ଯାଉଥିଲେ। ସେତିକି ବେଳେ ତାଙ୍କର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। 

ଉଲ୍ଲେଖନୀୟ ଯେ, ଦିବଙ୍ଗତ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି, ବିଦେଶ ମନ୍ତ୍ରୀ ହୁସୈନ ଅମିରାବଦୁଲ୍ଲାହିୟନ ଓ ଅନ୍ୟ ଅଧିକାରୀମାନେ ଅନ୍ତିମ ସଂସ୍କାରରେ ସାମିଲ ହେବା ଓ ଶୋକ ପାଳିବା ପାଇଁ ମଙ୍ଗଳବାର ଲୋକଙ୍କର ଏକତ୍ର ହେବା କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଇରାନର ସରକାର ଦିବଙ୍ଗତ ରାଷ୍ଟ୍ରପତିଙ୍କ ସମ୍ମାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଏହାସହ ସେ ଏହା ମାଧ୍ୟମରେ ପଶ୍ଚିମ ଏସିଆରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିବାକୁ ଚାହୁଁଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.