ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଦିଲ୍ଲୀର ଆଉ ୪ଟି ହସ୍ପିଟାଲକୁ ମିଳିଲା ବୋମା‌ରେ ଉଡ଼ାଇ ଦେବାକୁ ଧମକ, ଛାନଭିନ୍‌ କରୁଛି ପୋଲିସ

Image Courtesy: indiatoday

ନୂଆଦିଲ୍ଲୀ: ଲଗାତାର ଦିଲ୍ଳୀର ସ୍କୁଲ ଏବଂ ହସ୍ପିଟାଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳୁଛି । ଆଜି ଆଉ ୪ ହସ୍ପିଟାଲକୁ ବୋମା ପକାଇ ଉଡ଼ାଇ ଦବୋକୁ ଇମେଲ୍‌ ଜରିଆରେ ଧମକ ମିଳିଥିବା ଜଣାପଡ଼ିଛି । ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ ଏବଂ ହେଡଗେଓ୍ବାର ହସ୍ପିଟାଲକୁ ଏହି ଧମକ ମିଳିଛି । ତେବେ ଏହି ୪ ହସ୍ପିଟାଲରେ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଖାଲି ହାତରେ  ଫେରିଛି ଦିଲ୍ଲୀ ପୋଲିସ । ସୂଚନା ପାଇବା କ୍ଷଣି ବମ୍‌ ସ୍କ୍ବାଡ୍‌, ବମ୍‌ ଡିଟେକ୍ସନ ଟିମ୍‌, ଦମକଳ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ କେଉଁଠୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି ସେନେଇ ପୋଲିସ ଛାନଭିନ୍ କରୁଛି । 

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ୪୫ରେ ପ୍ରଥମେ ଅଶୋକ ବିହାରରେ ଥିବା ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲକୁ ଧମକପୂର୍ଣ୍ଣ ମେଲ୍‌ ମିଳିଥିଲା । ଏହା ପରେ ୧୦ଟା ୫୫ରେ ଦାଦା ଦେବ ହସ୍ପିଟାଲ, ହେଡଗେଓ୍ବାର ହସ୍ପିଟାଲକୁ ୧୧.୦୧ଟା ଏବଂ ଜିଟିବି ହସ୍ପିଟାଲକୁ ୧୧ଟା ୧୨ରେ ଧମକଭରା ଇମେଲ ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ରବିବାର ଦିନ ଦିଲ୍ଲୀର ୨୦ ହସ୍ପିଟାଲ ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା ।  

ସେହିଭଳି ମେ ୧ରେ ଦିଲ୍ଲୀ ଏନସିଆରରେ ଥିବା ୧୫୦ ବିଦ୍ୟାଳୟକୁ ମିଳିଥିଲା ଧମକପୂର୍ଣ୍ଣ ମେଲ୍‌ । ପରେ ଏଥି‌ରେ ସତ୍ୟାସତ୍ୟ ନଥିବା ଜଣାପଡ଼ିଥିଲା । ରୁଷିଆ ମେଲ୍‌ ସେବା ଜରିଆରେ ଏହି ସବୁ ସ୍କୁଲକୁ ଧମକପୂର୍ଣ୍ଣ ମେଲ୍‌ ପଠାଯାଇଥିଲା । ଦିଲ୍ଲୀ ପବ୍ଲିକ୍‌ ସ୍କୁଲ, ମଦର ମେରି ସ୍କୁଲ୍‌, ଡିଏଭି ସ୍କୁଲ୍‌ ପ୍ରମୁଖ ସ୍କୁଲ୍‌‌ରେ ଭୟର ବାତାବରଣ ଖେଳିଯାଇଥିଲା । ସେହିଭଳି ନୋଏଡାରେ ଥିବା ଡିପିଏସ୍‌ ଏବଂ ଏପିଜେ ସ୍କୁଲ ମଧ୍ୟ ଧମକପୂର୍ଣ୍ଣ ମେଲ୍‌ ପାଇଥିଲେ । 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.