ପ୍ରମୂଖ ଖବର

‘ପ୍ରବଳ ଗରମ...’, ରାଲିରେ ଭାଷଣ ଦେବା ଭିତରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୫: କେବଳ ଜନତା ନୁହେଁ ନେତାଙ୍କୁ ବି  କଲବଲ କରିସାରିଲାଣି। ଏହାର ଏକ ଦୃଶ୍ୟ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିରେ ଦେଖିବାକୁ ମିଳିଛି, ଯେତେବେଳେ ସେ ପାଣି ବୋତଲଙ୍କୁ ତାଙ୍କ ମୁଣ୍ଡରେ ଓଜାଡି ଦେଇଥିଲେ।  ସେ ଉତ୍ତରପ୍ରଦେଶର ଦେଓରିଆରେ ଏକ ରାଲିରେ ସମ୍ବୋଧିତ କରୁଥିବା ବେଳେ ଭାଷଣ ମଝିରେ ପାଣି ପିଇବା ଆରମ୍ଭ କରିଥିଲେ ଏବଂ ପରେ କହିଥିଲେ ଖୁବ୍ ଗରମ ଲାଗୁଛି। ଏହପରେ ପୁରା ପାଣି ବୋତଲକୁ ମୁଣ୍ଡରେ ଓଜାଡି ଦେଇଥିଲେ।   

ଦେଶର ଉତ୍ତର-ପଶ୍ଚିମ ରାଜ୍ୟରେ ଭୀଷଣ ଗରମ ପଡୁଛି ଓ ସବୁ ଦଳର ନେତା ନେତାମାନେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ରାଲିରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି ଯେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ନେତା ମଧ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି।

ରାହୁଲ ଗାନ୍ଧୀ  ଦେଓରିଆ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ଏବଂ ପୁଣିଥରେ ତାଙ୍କ 'ପରମାତ୍ମା' ବିବୃତ୍ତିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ସେ କହିଛନ୍ତି, "  ବାକି ସବୁ ଲୋକ ବାୟୋଲଜିକାଲ, କିନ୍ତୁ ନରେନ୍ଦ୍ର ମୋଦୀ ବାୟେଲଜିକାଲ ନୁହଁନ୍ତି। ତାଙ୍କୁ ତାଙ୍କର 'ଭଗବାନ'  ଅମ୍ବାନୀ ଏବଂ ଆଦାନୀଙ୍କୁ ସାହାଯ୍ୟ କରିବାକୁ ପଠାଇଛନ୍ତି, କିନ୍ତୁ 'ଭଗବାନ' ତାଙ୍କୁ କୃଷକ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ପଠାଇ ନାହାନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.