ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଚାର ଶେଷ ପରେ ସାଧନାରେ ଲୀନ ହେବେ ପ୍ରଧାନମନ୍ତ୍ରୀ ମୋଦି, ଏହି ସ୍ଥାନରେ ସ୍ବାମୀ ବିବେକାନନ୍ଦ କରିଥିଲେ ଧ୍ୟାନ

ନୂଆଦିଲ୍ଲୀ,୨୮।୫: ଲୋକସଭା ନିର୍ବାଚନର ପ୍ରଚାର ଶେଷ ହେବାପରେ ସାଧନାରେ ଲୀନ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କନ୍ୟାକୁମାରୀ ସ୍ଥିତ ରକ୍ ମେମୋରିଆଲରେ ଗୋଟିଏ ଦିନ ଓ ଗୋଟିଏ ରାତି ପାଇଁ ଧ୍ୟାନରେ ବସିବେ। ଏହା ହେଉଛ ସେହି ସ୍ଥାନ, ଯେଉଁଠି କେବେ ସ୍ବାମୀ ବିବେକାନନ୍ଦ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଧ୍ୟାନ ମଣ୍ଡପମରେ ୩୦ ମଇ ସନ୍ଧ୍ୟାରୁ ୧ ଜୁନ୍ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନରେ ବସିବେ। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିସାରିଛନ୍ତି। ସେ ପୂର୍ବରୁ କେଦାରନାଥରେ ଧ୍ୟାନ କରିଥିଲେ। ଏଥର କନ୍ୟାକୁମାରୀରେ ଧ୍ୟାନରେ ବସିବେ।

କନ୍ୟାକୁମାରୀରେ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ଶେଷ ହେବାପରେ ସାଧନାରେ ହେବେ ଲୀନ। ଏହା ହେଉଛି ସେହି ସ୍ଥାନ ଯେଉଁଠି ସ୍ବାମୀ ବିବେକାନନ୍ଦ ଧ୍ୟାନରେ ବସି ତାଙ୍କୁ ଭାରତ ଦର୍ଶନ କରିଥିଲେ।ଏହାପରେ ତାଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଥିଲା। ମାନ୍ୟତା ଅନୁସାରେ, ଯେଉଁଭଳି ଗୌତମ ବୁଦ୍ଧଙ୍କ ଜୀବନରେ ସାରନାଥର ସ୍ଥାନ ଥିଲା, ସେଭଳି ସ୍ଥାନ ରକ୍ ମେମୋରିଆଲର ସ୍ବାମୀ ବିବେକାନନ୍ଦଙ୍କ ଜୀବନରେ ଥିଲା। ସେ ପୁରା ଦେଶ ଭ୍ରମଣ କରିବା ପରେ ସେଠାକୁ ଯାଇଥିଲେ ଓ ତିନି ଦିନ ଧ୍ୟାନରେ ବସିଥିଲେ। ସେଠାରେ ସ୍ବାମୀ ବିବେକାନନ୍ଦ ବିକଶିତ ଭାରତର ସ୍ବପ୍ନ ଦେଖିଥିଲେ। କୁହାଯାଉଛି ଯେ, ଏହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଧ୍ୟାନରେ ବସିବେ ଓ ସ୍ବାମୀଜୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାର ସଂକଳ୍ପ ଦୋହରାଇବେ।

ମାନ୍ୟତା ଅନୁସାରେ, ଦେବୀ ପାର୍ବତୀ ମଧ୍ୟ ଭଗବାନ ଶିବଙ୍କର ଅପେକ୍ଷାରେ ଗୋଟିଏ ଗୋଡରେ ଠିଆ ହୋଇ ଧ୍ୟାନରେ ବସିଥିଲେ। ଭାରତର ଏହା ଦକ୍ଷିଣ ଅଂଶ ହୋଇଥିଲେ ବି ସେଠାରେ ପୂର୍ବ ଓ ପଶ୍ଚିମ ତଟ ଏକାଠି ହୋଇଥାନ୍ତି। ଭାରତ ମହାସାଗର, ବଙ୍ଗୋପ ସାଗର ଓ ଆରବ ମହାସାଗରର ସଙ୍ଗମ ହେଉଛି ଏହି ସ୍ଥାନ। ଭାରତୀୟ ମାନ୍ୟତା ଅନୁସାରେ, ଏହି ସ୍ଥାନ ଖୁବ୍ ପବିତ୍ର। ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରୁ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ଦେବେ। ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନ ବେଳେ ଦକ୍ଷିଣ ଭାରତ ଉପରେ ଫୋକସ୍ କରିଛନ୍ତି। ସେ ବହୁବାର ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଏହାଛଡା କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ସେ ନିଜେ ଯାତ୍ରା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.