ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଶହୀଦଙ୍କ ପୁଅ ଅମର ରହେ...’, ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ ଲଢୁଛନ୍ତି ନର୍ବାଚନ, ନେହରୁଙ୍କ ପୁଣ୍ୟତିଥିରେ ବିବାଦୀୟ ସ୍ଲୋଗାନ

ନୂଆଦିଲ୍ଲୀ,୨୮।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ପୁଅ ଲଢୁଛନ୍ତି ନିର୍ବାଚନ। ଇନ୍ଦିରାଙ୍କ ଦୁଇ ହତ୍ୟାକାରୀଙ୍କ ମଧ୍ୟରେ ବେଅନ୍ତ ସିଂହ ଅନ୍ୟତମ। ଏବେ ବେଅନ୍ତଙ୍କ ପୁଅ ସରବଜିତ୍ ସିଂହ ଖାଲାସା ଲଢୁଛନ୍ତି ନିର୍ବାଚନ।   ପଞ୍ଜାବ ଫରିଦାକୋଟ୍ ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ଲଢୁଛନ୍ତି ନିର୍ବାଚନ । ସରବଜିତଙ୍କ ରାଲିରେ ମଧ୍ୟ ଦେଖିବାକୁ ମିଳୁଛି ଲୋକଙ୍କର ପ୍ରବଳ ଗହଳି ।ସୋମବାର ଇନ୍ଦିରା ଗାନ୍ଧୀଙ୍କ ବାବା ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କ ୬୦ ତମ ପୁଣ୍ୟତିଥି ଅବସରରେ ସରବଜିତ ନିଜ ସମର୍ଥକଙ୍କୁ ନେଇ ଏକ ରାଲି ବାହାର କରାଯାଇଥିଲା। ରାଲିରେ ବେଅନ୍ତ ସିଂହ ଅମର ରହେ ନାରା ଦେଉଛନ୍ତି ତାଙ୍କ ସମର୍ଥକ। କେବଳ ସେତିକି ନୁହେଁ  ସରବଜିତଙ୍କୁ ଅମର ଶହୀଦଙ୍କ ପୁଅ ବୋଲି ମଧ୍ୟ ସମ୍ବୋଧନ କରି କୁହାଯାଇଥିଲା।

ଫରିଦାକୋଟ୍ ଲୋକସଭା ଆସନରୁ  ନିର୍ବାଚନ ଲଢୁଛନ୍ତି ସରବଜିତ୍ ସିଂହ। ସରବଜିତ୍ ହେଉଛନ୍ତି ଇନ୍ଦିରା ଗାନ୍ଧୀଙ୍କ ଦୁଇ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ବେଅନ୍ତ ସିଂଙ୍କ ପୁଅ। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଙ୍ଗରକ୍ଷୀ ବେଅନ୍ତ ସିଂହ ଓ ସତୱନ୍ତ ସିଂହ ତାଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରିଥିଲେ। ଦୁହିଁଙ୍କୁ ହୋଇଥିଲା ଫାଶୀ। ଏବେ ୪୦ ବର୍ଷ ପରେ ବେଅନ୍ତ ସିଂହଙ୍କ ପୁଅ ନିର୍ବାଚନ ପ୍ରଚାରରେ ଜୋରଦାର ଭାବେ ଲାଗି ପଡିଛନ୍ତି। ୧୯୮୪ ମସିହାର  ସେହି ଘଟଣାକୁ ମଧ୍ୟ ସେ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ୧୯୮୪ ରେ ଇନ୍ଦିରାଙ୍କ ହତ୍ୟା ଅକାଳ ତଖତରେ ହୋଇଥିବା  ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ବୋଲି ନିର୍ବାଚନୀ ରାଲିରେ କହୁଛନ୍ତି ସରବଜିତ୍।ଏଭଳି କହି ଭୋଟରଙ୍କୁ ଆକର୍ଷିତ ଚେଷ୍ଟା କରୁଛନ୍ତି।  

ସରବଜିତଙ୍କ ବିଷୟରେ ଯଦି କଥା ହେବା, ତେବେ ସେ ଭଟିଣ୍ଡାରୁ ଶିରୋମଣି ଅକାଳୀ ଦଳ ପକ୍ଷରୁ ୨୦୦୪ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।  ସରବଜିତଙ୍କୁ ୧.୧୩ ଲକ୍ଷ ଭୋଟ୍ ମିଳିଥିଲା। ୨୦୦୭ରେ ସେ ପଞ୍ଜାବ ବିଧାନସଭା ନିର୍ବାଚନରେ ବରନାଲାର ଭଦୋର ଆସନରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ଏଥର ବି ହାରି ଯାଇଥିଲେ। ସେତେବେଳେ ତାଙ୍କୁ ୧୫,୭୦୨ ଖଣ୍ଡ ଭୋଟ୍ ମିଳିଥିଲା। ସରବଜିତ ପୁଣି ୨୦୧୪ ଲୋକସଭା ନିର୍ବାଚନରେ ଫତେଗଡ଼ ସାହିବରୁ ବହୁଜନ ସମାଜବାଦୀ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସବୁଥର ଭଳି ଏଥର ମଧ୍ୟ ପରାଜିତ ହୋଇଥିଲା। ୩ ଥର ହାରିବା ପରେ ଏଥର ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୂଛନ୍ତି। ତେବେ ତାଙ୍କ ମା’ ବିମଳ କୌର ୧୯୮୯ରେ ରୋପର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.