ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇସିଆଇସିଆଇ ଏବଂ ୟେସ୍‌ ବ୍ୟାଙ୍କ ଉପରେ ମୋଟାଅଙ୍କର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ଆଇସିସିଆଇ ଏବଂ ୟେସ୍‌ ବ୍ୟାଙ୍କ ଉପରେ ମୋଟାଅଙ୍କର ଜରିମାନା ଲଗାଇଛି । ଋଣ ଏବଂ ଅଗ୍ରୀମ ଅର୍ଥ ସମ୍ବନ୍ଧୀୟ ନିୟମର ପାଳନ କରିବାରେ ବିଫଳ ହୋଇଥିବାରୁ ଆଇସିଆଇଆଇ ବ୍ୟାଙ୍କ ଉପରେ ଫାଇନ୍‌ ଲଗାଇଛି ଆରବିଆଇ । ଆଇସିଆଇସିଆଇ ଉପରେ ଏକ କୋଟି ଟଙ୍କା ଜରିମାନା ଲାଗିଛି ।  ଆର୍ଥିକ ବର୍ଷ ୨୦୨୨-୨୩ରେ ଆରବିଆଇ ପକ୍ଷରୁ ଆଇସିସିଆଇ ବ୍ୟାଙ୍କର କାର୍ଯ୍ୟଶୈଳୀକୁ ନେଇ ଯାଞ୍ଚ କରାଯାଇଥିଲା ।

 ଏଥିରୁ ଜଣାପଡ଼ିଥିଲା ଯେ, ବ୍ୟାଙ୍କ କେତେକ ପ୍ରୋଜେକ୍ଟ ଲାଗି ମୋଟାଅଙ୍କର ଋଣ ପ୍ରଦାନ କରିଥିଲା।   ହେଲେ ଯେଉଁ ସବୁ ସଂସ୍ଥାକୁ ଏହି ଋଣ ରାଶି ମିଳିଛି ସେଗୁଡ଼ିକର ସ୍ଥିରତା ସଂପର୍କରେ ଆକଳନ କରିବାରେ ବିଫଳ ହୋଇଛି ଆଇସିଆଇସିଆଇ । ଏହି ସବୁ ସଂସ୍ଥା ଯେତିକି ରାଜସ୍ବ ପାଉଛନ୍ତି ତାହା ଋଣ ପରିଶୋଧ କରିବାରେ ପର୍ଯ୍ୟାପ୍ତ କି ନାହଁ ସେନେଇ ମଧ୍ୟ ବ୍ୟାଙ୍କ ପାଖରେ କୌଣସି ତଥ୍ୟ ନାହିଁ । 

 ସେହିଭଳି ଗ୍ରାହକ ସେବାରେ ତ୍ରୁଟି ଏବଂ ଅଫିସ୍‌ ଆକାଉଣ୍ଟରେ ଅନଧିକୃତ କାର୍ଯ୍ୟକଳାପ ଅଭିଯୋଗରେ ୟେସ୍‌ ବ୍ୟାଙ୍କ ଉପରେ ୯୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ । ଆର୍ଥିକ ବର୍ଷ ୨୦୨୨ରେ ଆରବିଆଇ ଜାଣିବାକୁ ପାଇଥିଲା ଯେ, ବ୍ୟାଙ୍କ ଅନେକ ଗ୍ରାହକଙ୍କ ପାଖରୁ କମ୍‌ ତଥା ଜିରୋ ବାଲାନ୍ସ ଆକାଉଣ୍ଟ ପାଇଁ ଜରିମାନା ଲଗାଇଛି।  ଏପରିକି କେତେକ ଆକାଉଣ୍ଟକୁ ଅନଧିକୃତ କାର୍ଯ୍ୟ ଲାଗି ବ୍ୟବହାର କରାଯାଇଛି । 

  • bank
  • Reserve Bank Of India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.