ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ଅଭିନେତାଙ୍କ ନାଁ ଶୁଣିଲେ କାମ କରିବାକୁ ମନା କରିଦେଉଥିଲେ ଶ୍ରୀଦେବୀ, ବାଧ୍ୟ ହୋଇ ହିରୋ ବଦଳାଉଥିଲେ ମେକର୍ସ

ନୂଆଦିଲ୍ଲୀ, ୨୮/୦୫ : ବଲିଉଡର ଫାଷ୍ଟ ଲେଡି ସୁପରଷ୍ଟାର ଶ୍ରୀଦେବୀ। ଯାହାଙ୍କୁ ଦେଖି ଆକ୍ଟିଂ ଶିଖିଛନ୍ତି କରିଶ୍ମା ଏବଂ କରୀନାଙ୍କ ଭଳି ବହୁ ଆଗଧାଡିର ନାୟିକା। ସେ ଦୁନିଆକୁ ଅଲବିଦା କହିଛନ୍ତି ସତ, ହେଲେ ଆଜିବି ତାଙ୍କ ଫିଲ୍ମ ମାଧ୍ୟମରେ ଲୋକଙ୍କ ମନରେ ରହିଛନ୍ତି ଜୀବନ୍ତ। ବଲିଉଡରେ ପ୍ରାୟ ୪ ଦଶକ କାମ କରିଛନ୍ତି ଶ୍ରୀଦେବୀ। ଏହି ସମୟରେ ବହୁ ନାମୀଦାମୀ କଳାକାରଙ୍କ ସହ କରିଛନ୍ତି ଅଭିନୟ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ଜଣେ ଅଭିନେତାଙ୍କ ସହ କାମ ନକରିବାକୁ ଖାଇଥିଲେ ରାଣ। ତାଙ୍କ ନାଁ ଶୁଣିଲେ ଛାଡି ଦେଉଥିଲେ ଫିଲ୍ମ। ନହେଲେ ବାଧ୍ୟ ହୋଇ ହିରୋ ବଦଳାଉଥିଲେ ମେକର୍ସ। ନିଜ ଫିଲ୍ମ କ୍ୟାରିଅରର ୪୦ ବର୍ଷ ମଧ୍ୟରେ ତାଙ୍କ ସହ କରିଛନ୍ତି ମାତ୍ର ଗୋଟିଏ ଫିଲ୍ମ। ଯାହାକି ହୋଇଥିଲା ବ୍ଲକବଷ୍ଟର। 

କାହାଣୀ ୧୯୮୩ ମସିହାର... ଫିଲ୍ମ ହିମତବାଲାର ସୁଟିଂ କରୁଥିଲେ ଶ୍ରୀଦେବୀ। ଏହି ଖବର ଶୁଣି ତାଙ୍କୁ ଭେଟିବାକୁ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ। ସେତେବେଳେ ମେକଅପ୍ ରୁମ୍‌ରେ ଥିଲେ ଶ୍ରୀଦେବୀ। ନିଶାରେ ଚୁର୍ ହୋଇ ଜୋର୍‌ରେ କବାଟକୁ ପିଟିଥିଲେ ଅଭିନେତା। ସଞ୍ଜୟ ନିଶାସକ୍ତ ଅବସ୍ଥାରେ ଥିବା ଜାଣିପାରି କବାଟ ଖୋଲି ନଥିଲେ ଶ୍ରୀଦେବୀ। ଏଥିରେ ରାଗି ଯାଇ ଆହୁରି ଜୋର୍‌ରେ କବାଟକୁ ପିଟିବାକୁ ଲାଗିଲେ ସଞ୍ଜୟ। ଶେଷରେ କବାଟ ଖୋଲିଲେ ଅଭିନେତ୍ରୀ। ସେତେବେଳକୁ ରାଗିପାଚି ଲାଲ୍ ହୋଇସାରିଥିଲେ ସଞ୍ଜୟ। ଆଉ ଶ୍ରୀଦେବୀଙ୍କୁ କରିଥିଲେ ଗାଳିଗୁଲଜ। 

ଏହା ପରଠାରୁ ସଞ୍ଜୟ ଦତ୍ତଙ୍କୁ ନେଇ ଶ୍ରୀଦେବୀଙ୍କ ମନରେ ସୃଷ୍ଟି ହୋଇଥିଲା ଘୃଣା ଭାବ। ଅଭିନେତାଙ୍କ ସହ କେବେ ଫିଲ୍ମ ନକରିବାକୁ ରାଣ ଖାଇଥିଲେ ଶ୍ରୀଦେବୀ। ସେବେଠାରୁ ସଞ୍ଜୟଙ୍କ ସହ କୌଣସି ଫିଲ୍ମ କରିବାକୁ ଅଫର ମିଳିଲେ ସଫାସଫା ମନା କରିଦେଉଥିଲେ ଅଭିନେତ୍ରୀ। ସଞ୍ଜୟଙ୍କୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ମନରେ ଥିଲା ଏପରି ଭୟ। ହେଲେ ଶେଷରେ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମରାହରେ ଦୁହେଁ ଏକା ସାଙ୍ଗରେ ଆସିଲେ ନଜର। ଏହି ଫିଲ୍ମ ରିଲିଜ୍ ହେବା ପରେ ବକ୍ସ ଅଫିସ୍‌ରେ କରିଥିଲା ଧମାଲ୍। ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ କଲେ ଦର୍ଶକ।

ଫିଲ୍ମ ଗୁମରାହ ପରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା କରିଚାଲିଲେ ସଞ୍ଜୟ ଦତ୍ତ। ହେଲେ ବଲିଉଡ୍‌ ଠାରୁ ଦୂରେଇ ଗଲେ ଶ୍ରୀଦେବୀ। କୁହାଯାଉଛି ଯେ, ଫିଲ୍ମ କଲଙ୍କରେ ମାଧୁରୀଙ୍କ ସ୍ଥାନରେ ନଜର ଆସିଥାନ୍ତେ ଶ୍ରୀଦେବୀ। ହେଲେ ଫିଲ୍ମ ଶେଷ ହେବା ପୂର୍ବରୁ ଶ୍ରୀଦେବୀଙ୍କ ହୋଇଥିଲା ନିଧନ। 
















  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.