ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୌରୀ ଖାନ କହିଥିଲେ - ମୁଁ ଶାହରୁଖଙ୍କ ଧର୍ମର ସମ୍ମାନ କରେ , ଏହାର ଅର୍ଥ ଏହା ନୁହେଁ କି ...

ମୁମ୍ୱାଇ : ଆଇପିଏଲ ମ୍ୟାଚ୍‌ର ଫାଇନାଲ ପରେ ପୁଣି ଥରେ ଚର୍ଚ୍ଚାରେ ଶାହରୁଖ ଖାନ ଓ ଗୌରୀ। ବିବାହର ୩୦ ବର୍ଷ ପରେ ବି ସେମାନଙ୍କ ଭିତରେ ରହିଛି ଖୁବ ବଣ୍ଡିଂ, ଯାହାର ଖୁବ୍‌ ପ୍ରଶଂସା ହେଉଛି। ଏହି ମଧ୍ୟରେ ଗୌରୀଙ୍କର ଏକ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି। ଏଥିରେ ଗୌରୀ ଶାହରୁଖଙ୍କ ସହ ବିବାହ ପରେ ଧର୍ମ ବଦଳାଇବା ବିଷୟରେ କଥା ହେଉ ଥିଲେ। ସେ କହିଥିଲେ କି, ସେ ନିଜ ଧର୍ମ ବଦଳାଇବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି କି, ଆର୍ୟନ କେଉଁ ଧର୍ମକୁ ମାନନ୍ତି।

କଫି ୱିଥ୍‌ କରଣର ଏହି ଏସିସୋଡ୍‌ରେ ଗୌରୀ ରିତିକ ରୋଶନଙ୍କର ୱାଇଫ୍‌ ସୁଜୈନ ଖାନଙ୍କ ସହ ଆସି ଥିଲେ। ଏଥିରେ ଗୌରୀ କହି ଥିଲେ , ଆର୍ୟନଙ୍କର ଆଟାଚମେଣ୍ଟ ଶାହରୁଖଙ୍କ ସହ ବହୁତ ଅଧିକ ରହିଛି , ଏଥିପାଇଁ ମୋତେ ଲାଗୁଛି କି ସେ ଶାହରୁଖଙ୍କ ଧର୍ମକୁ ବିଶ୍ୱାସ କରେ। ସେ ସର୍ବଦା କୁହେ ମୁଁ ମୁସଲିମ୍‌। ଯେବେ ସେ ମୋ ମାଆଙ୍କୁ ଏମିତି କୁହନ୍ତି ତ, ସେ କେବେ ଅପସେଟ୍‌ ହୁଅନ୍ତି ନାହିଁ।

ଗୌରୀ କୁହନ୍ତି , ଏକ ବାଲାନ୍ସ । ମୁଁ ଶାହରୁଖଙ୍କ ଧର୍ମର ସମ୍ମାନ କରୁଛି , କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ମୁଁ କନଭର୍ଟ ହୋଇଯିବି ଏବଂ ମୁସଲିମ୍‌ ପାଲଟି ଯିବି। ମୋର ଏଥିରେ ବିଶ୍ୱାସ ନାହିଁ । ମୋତେ ଲାଗୁଛି କି ପ୍ରତି ମଣିଷ ନିଜ ଧର୍ମକୁ ବିଶ୍ୱାସ କରନ୍ତି । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ କଥା କି , ଅପମାନ ହେବା ଉଚିତ୍‌। ଯେମିତି ଶାହରୁଖ ମୋର ଧର୍ମର ଅପମାନ କରିବେ ନାହିଁ ।

ଶାହରୁଖ ଖାନ ମଧ୍ୟ ପୂର୍ବରୁ ବି କହି ସାରିଛନ୍ତି କି ତାଙ୍କ ଘରେ ସବୁ ଧର୍ମକୁ  ସମ୍ମାନ ଦିଆଯାଏ। ସେ ଯେବେ ଡ୍ୟାନ୍ସ ପ୍ଲସ୍‌ -୫ରେ ଆସିଥିଲେ, କହିଥିଲେ , ଆମେ କୌଣସି ହିନ୍ଦୁ-ମୁସଲିମ୍‌ କଥାବାର୍ତ୍ତା ହେଉ ନାହୁଁ। ମୋ ସ୍ତ୍ରୀ ହିନ୍ଦୁ , ମୁଁ ମୁସଲମାନ ଏବଂ ମୋର ଯେଉଁ ପିଲା, ସେମାନେ ହିନ୍ଦୁସ୍ତାନୀ । ମୋର ସାନ ଝିଅ ସ୍କୁଲରୁ ଆସି ମୋତେ ଥରେ ପଚାରି ଥିଲା କି ପାପା ଆମର କେଉଁ ରିଲିଜନ ? ମୁଁ କହିଥିଲି ଆମେ ଇଣ୍ଡିଆନ ୟାର୍‌ , କୌଣସି ରିଲିଜନ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.