ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ଜୁନ୍ ପରେ ବଡ ନିଷ୍ପତ୍ତି ନେଇପାରନ୍ତି ନୀତୀଶ କୁମାର, ତେଜସ୍ବୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ପାଟନା,୨୮।୫:  ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ। ତେଜସ୍ବୀ କହିଛନ୍ତି, ତାଙ୍କର ଚାଚା ଅର୍ଥାତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ ଜୁନ୍ ପରେ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି। ନୀତୀଶ ନିଜ ଦଳକ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇପାରନ୍ତି। ତେଜସ୍ବୀଙ୍କ ଏହି ବୟାନ ପରେ ବିହାରରେ ବିହାରରେ କ୍ଷମତା ପରିବର୍ତ୍ତନ  ହେବାର ଚର୍ଚ୍ଚା ବଢିଯାଇଛି। ତେବେ ନୀତୀଶ କୁମାର ବହୁବାର କହିସାରିଛନ୍ତି ଯେ, ବିଜେପି ଛାଡି ସେ କୁଆଡେ ଯିବେନି।

ବିହାର ବିଧାନସଭାରେ ବିରୋଧି ଦଳ ନେତା ତେଜସ୍ବୀ ଯଦାବ ପାଟନାରେ ମିଡିଆ ସହ କଥା ହୋଇ ମଙ୍ଗଳବାର ବଡ଼ ଦାବି କରିଛନ୍ତି। ତେଜସ୍ବୀ କହିଛନ୍ତି, କ’ଣ ନୀତୀଶ ତାଙ୍କ ସହିତ ଆସିବେ ? ଏହାକୁ ନେଇ ସେ ଜବାବ ଦେଇଛନ୍ତି, ୪ ଜୁନ୍‌ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି ବଡ ନିଷ୍ପତ୍ତି ନେବେ, ସେତେବେଳେ ଦେଖିବେ।

ଉଲ୍ଲେଖନୀୟ ଯେ, ବିହାର ମୁଖ୍ୟମନ୍ତ୍ରୀ ଓ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ନୀତୀଶ କୁମାର ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଛାଡି ଏନଡିଏରେ ଯୋଗ ଦେଇଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ବହୁ ରାଲି କରିଛନ୍ତି। ଏହି ସଭାରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଭରସା ଦେଇଛନ୍ତି ଯେ, ସେ ମଝିରେ ଦୁଇ ଥର ବାଟ ଭୁଲି ଯାଇଥିଲେ। ଏବେ ବିଜେପି ଛାଡି କୁଆଡେ ଯିବେନି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.