ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଭବ କୁମାରଙ୍କୁ ତିସ୍ ହଜାରି କୋର୍ଟରୁ ପୁଣି ଝଟକା, ବଢିଲା ତିନି ଦିନର ପୋଲିସ କଷ୍ଟଡି

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ  ମଙ୍ଗଳବାର ତିସ ହଜାରି କୋର୍ଟରେ ହାଜର କରିଛି। ତାଙ୍କର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା। ମଇ ୨୪ ରେ କୋର୍ଟ ବିଭବ କୁମାରଙ୍କୁ ଚାରି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଆଜି ଶୁଣାଣି ପରେ ଆଉ ୩ ଦିନ ପାଇଁ କଷ୍ଟଡି ବଢାଇ ଦିଆଯାଇଛି। ତେବେ ପୋଲିସ ୫ ଦିନର ରିମାଣ୍ଡ ମାଗିଥିଲା।

ଗତ କାଲି ତିନ ହଜାରି କୋର୍ଟ ବିଭବ କୁମାରଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ଝଟକା ଦେଇଥିଲା ଓ ଏବେ ସମସ୍ତଙ୍କ ନଜର ଏହି କଥା ଉପରେ ଅଛି ଯେ, ତାଙ୍କର ରିମାଣ୍ଡ ଆଉ କେତେ ଦିନ ବଢାଯିବ। ଉଲ୍ଳେଖନୀୟ ଯେ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଲିଖିତ ଅଭିଯୋଗ ପରେ ବିଭବ କୁମାର ୧୮ ମଇରେ ଗିରଫ ହୋଇଥିଲେ।

ଦିଲ୍ଲୀ ପୋଲିସର ଟିମ୍ ଲଗାତାର ବିଭବ କୁମାରଙ୍କ ଉପରେ ଅଭିଯୋଗ କରୁଛି ଯେ, ସେ ପଚରା ଉଚରାରେ ସହଯୋଗ କରୁନାହାନ୍ତି। ପ୍ରଶ୍ନର ଠିକ୍ ଭାବରେ ଉତ୍ତର ଦେଉ ନାହାନ୍ତି। ଏହା ମଧ୍ୟ ଅଭିଯୋଗ ରହିଛି ଯେ, ସେ ଜାଣିଶୁଣି ନିଜର ମୋବାଇଲ ଫୋନ୍‌ର ପାସଓ୍ବାର୍ଡ କହୁନାହାନ୍ତି, ଯାହାକି ସତ ଜାଣିବାକୁ ତଦନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ମାଲିଓ୍ବାଲ ଅଭିଯୋଗ କରିଥିଲେ ଯେ, ୧୩ ମଇରେ କେଜ୍ରିଓ୍ବାଲଙ୍କୁ ଭେଟିବାକୁ ଗଲା ବେଳେ ବିଭବ କୁମାର ତାଙ୍କ ସହ ମାରପିଟ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.