ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ସ କାର୍‌ ମାମଲା; ବେଦାନ୍ତକୁ ବଞ୍ଚାଇବାକୁ ଫୋନ୍‌ କରିଥିଲେ ଅଜିତ ପାଓ୍ବାର!

Image source: Livehindustan

ମୁମ୍ବାଇ,୨୮/୦୫: ନିକଟରେ ପୁଣେରେ ଜଣେ ଶିଳ୍ପପତିଙ୍କ ନାବାଳକ ପୂଅ ମଦ ପିଇ ଦ୍ରୁତ ଗତିରେ ପୋର୍ସ କାର୍‌ ଚଢ଼ାଇ ଦୁଇଜଣ ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏଥିରେ  ଉଭୟ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଥିବା ବେଳେ ତମାମ ଘଟଣାକୁ ନେଇ ମହାରାଷ୍ଟ୍ର ସମେତ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଧନୀ ବାପାଙ୍କର ଅବ୍ୟବସ୍ଥିତ ପୁଅର କାର୍ଯ୍ୟକଳାପକୁ ନେଇ ଅନେକ ନିନ୍ଦା ମଧ୍ୟ କରିଥିଲେ। ଏ ମାମଲାରେ ନାବାଳକର ବାପା ଓ ଜେଜେବାପାଙ୍କୁ ମଧ୍ୟ ଗିରଫ କରାଯାଇଛି। କେବଳ ଏତକିି ନୁହେଁ ବରଂ ଏହି ମାମଲାରେ ନାବାଳକର ରକ୍ତ ନମୁନା ଡଷ୍ଟବିନରେ ଫୋପାଡ଼ିବା ଅଭିଯୋଗରେ ଦୁଇ ଜଣ ଡାକ୍ତର ମଧ୍ୟ ଗିରଫ ହୋଇଛନ୍ତି। ଏଥିସହିତ ତମାମ ମାମଲାରେ ମହାରାଷ୍ଟ୍ରର ଡେପୁଟି ସିଏମ୍‌ ଅଜିତ ପାଓ୍ବାର ଏବଂ ତାଙ୍କର ଦୁଇଜଣ ନେତାଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏମାନଙ୍କ ଉପରେ ଅଭିଯୋଗ ରହିଛି ଯେ, ବିଲ୍ଡରଙ୍କ ପୁଅକୁ ରକ୍ଷା କରିବା ପାଇଁ ଏମାନେ ପୁଲିସ କାର୍ଯ୍ୟାନୁଷ୍ଠାନରେ  ଦଖଲ ଦେଇଥିଲେ। 

କୁହାଯାଉଛି ଯେ, ମେ ୧୯ ତାରିଖ ରାତିରେ ଘଟିଥିବା ଘଟଣା ପରେ ଅଜିତ ପାଓ୍ବାର ପୁଣେର ପୁଲିସ କମିଶନରଙ୍କୁ କଲ୍‌ କରିଥିଲେ ଏବଂ ବିଲ୍ଡର ବିଶାଲ ଅଗ୍ରଓ୍ବାଲଙ୍କ ପୁଅ ଉପରେ କୋହଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ତେବେ ତମାମ ମାମଲାରେ ଅଜିତ ପାଓ୍ବାର କହିଛନ୍ତି ଯେ, 'ମୁଁ କମିଶନରଙ୍କୁ କଲ୍‌ କରିିଥିଲି, କିନ୍ତୁ ବିଲ୍ଡରଙ୍କ ପୁଅ ପପକ୍ଷରେ ମୁଁ କୌଣସି କଥା କହିନାହିଁ। 

ଅଜିତ ପାଓ୍ବାର କହିଛନ୍ତି ଯେ,' ଯଦି ଏପରି କୌଣସି ଘଟଣା ଘଟେ, ତେବେ ଜଣେ ସ୍ଥାନୀୟ ମନ୍ତ୍ରୀ ହିସାବରେ ପୁଲିସ କମିଶନରଙ୍କୁ କଲ୍‌ କରିବା ମୋର ପ୍ରଥମ କର୍ତ୍ତବ୍ୟ ଅଟେ। ଏ‌ଥିପାଇଁ ମୁଁ କହିଥିଲି ଯେ, ସେ ଧନୀ ଘରର ପୂଅ, କୌଣସି ଚାପରେ ନଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ତେବେ ଏଥିରେ ଅଜିତଙ୍କ ପରେ ତାଙ୍କ ଗୋଷ୍ଠୀର ବିଧାୟକ ସୁନିଲ ତିରଙ୍ଗ ମଧ୍ୟ ଟାର୍ଗେଟରେ ଅଛନ୍ତି। କାରଣ ଘଟଣା ଦିନ ରାତି ପ୍ରାୟ ୨ଟା ବେଳେ ସେ ୟରବଦା ପୁଲିସ ଥାନାରେ ପହଞ୍ଚିଯାଇଥିଲେ। ତେବେ ନାବାଳକକୁ ମୁକୁଳାଇବା ପାଇଁ ସେ ଯାଇଥିବା କୁହାଯାଉଛି। 

ତେବେ ବିଧାୟକ ସୁନିଲ ତିରଙ୍ଗ ମଧ୍ୟ ସ୍ବୀକାର କରିଛନ୍ତି ଯେ, ସେ ରାତିରେ ପୁଲିସ୍‌ ଥାନା ଯାଇଥିଲେ। କିନ୍ତୁ ସେ ପୁଲିସକୁ କହିଥିଲେ ଯେ,'କୌଣସି ଚାପରେ ନରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତମାମ ପ୍ରତିକ୍ରିୟା ପରେ ଏବେ ମଧ୍ୟ ଅଜିତ ପାଓ୍ବାର ଓ ଦୁଇ ବିଧାୟକଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଲୋକଙ୍କର କହିବା କଥା ହେଲା, ଯଦି ଅଜିତ ପାଓ୍ବାର ମୃତ ଦୁଇ ମହିଳା ଇଞ୍ଜିନିୟରଙ୍କ ନ୍ୟାୟ ଦେବା ପାଇଁ ପୁଲିସ କମିଶନରଙ୍କୁ ଫୋନ୍‌ କରିଥିଲେ, ତେବେ ସେ ଚାରି ଦିନ ପର୍ଯ୍ୟନ୍ତ କ'ଣ ପାଇଁ ନିରବ ରହିଥିଲେ। ତମାମ ପ୍ରଶ୍ନ ଭିତରେ ଆଗକୁ ଏ ମାମଲା କେଉଁ ଆଡ଼କୁ ଯାଉଛି, ଦେଖିବାକୁ ବାକି ରହିଲା।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.