ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ଫେରିବା କ୍ଷଣି ପ୍ରଜ୍ୱଲ ରେବନ୍ନାଙ୍କୁ କରାଯିବ ଗିରଫ , କର୍ଣ୍ଣାଟକ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ : ମହିଳାଙ୍କୁ ଯୌନ ନିର୍ଯାତନାର ଅଭିଯୁକ୍ତ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଭାରତ ଆସିବା କ୍ଷଣି କରାଯିବ ଗିରଫ। କର୍ଣ୍ଣାଟକର ହୋମ୍‌ ମିନିଷ୍ଟର ଜି.ପରମେଶ୍ୱରା ମଙ୍ଗଳବାର ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ତ ଏସଆଇଟିକୁ ହିଁ ନେବାର ଅଛି ଯେ, ପ୍ରଜ୍ୱଲ ରେବନ୍ନାଙ୍କୁ ଗିରଫ କେଉଁଠି କରାଯିବ। ସରକାର ପ୍ରଜ୍ୱଲ ରେବନ୍ନାଙ୍କ ଅନେକ ଭିଡ଼ିଓ ସାମନାକୁ ଆସିବା ପରେ ୨୮ ଅପ୍ରେଲରେ ଏହି ମାମଲାର ଯାଞ୍ଜ ପାଇଁ ଏସଆଇଟି ଗଠନ କରିଥିଲା। ଏହା ପରେ ରେବନ୍ନା ନିଜ ଓକିଲଙ୍କ ମାଧ୍ୟମରେ ଏସଆଇଟିକୁ ସୂଚନା ଦେଇ ଥିଲେ କି, ସେ ୭ ଦିନରେ ହାଜର ହେବେ। କିନ୍ତୁ ସେ ଆସିଲେ ନାହିଁ । 

ପ୍ରଜ୍ୱଲ ରେବନ୍ନା ଏହି ଥର ବି ହାସନ ଲୋକସଭା ସିଟ୍‌ରୁ ନିର୍ବାଚନ ଲଢିଛନ୍ତି। ଏହି ବିବାଦ ସାମନାକୁ ଆସିବା ପୂର୍ବରୁ ହିଁ ତାଙ୍କ ସିଟ୍‌ରେ ଭୋଟିଂ ହୋଇ ସାରି ଥିଲା। ଜୀ.ପରମେଶ୍ୱରାଙ୍କୁ ଯେବେ ଏହି ପଚରା ଗଲା କି ଫ୍ଲାଇଟ୍‌ରେ ବସିବା କ୍ଷଣି ରେବନ୍ନାଙ୍କୁ ଗିରଫ କରାଯିବ ନା ପୁଣି ଭାରତ ଆସିବାର ଅପେକ୍ଷା କରାଯିବ। ପରମେଶ୍ୱରା କହିଛନ୍ତି କି, ଏହାର ନିଷ୍ପତ୍ତି ଏସଆଇଟି ନେବ। ଏଜେନ୍ସି ନିଜର ତରିକାରେ କାମ କରିବ। ଏସଆଇଟିକୁ ହିଁ ନିଷ୍ପତ୍ତି ନେବାର ଅଛି କି, କେବେ ଓ କେମିତି ରେବନ୍ନାଙ୍କର ଗିରଫଦାରୀ ହେବ। ସେ କହିଛନ୍ତି କି, ଯଦି ରେବନ୍ନା ନିଜେ ଆସିବେ ନାହିଁ ତ ଆଇନ ନିଜ କାମ କରିବ। 

ସେ ରେବନ୍ନାଙ୍କ ଭିଡ଼ିଓକୁ ନେଇ ମଧ୍ୟ କହିଛନ୍ତି କି, ମୁଁ ତାଙ୍କୁ ଦେଖିଛି। ଏହା ଜାଣେ ନାହିଁ କି, ସେ କାହିଁକି ଏହି ଭିଡ଼ିଓ କରିଛନ୍ତି। ଜୀ.ପରମେଶ୍ୱର କହିଛନ୍ତି କି, ରେବନ୍ନାଙ୍କ ବିରୋଧରେ ପୂର୍ବରୁ ହିଁ ବ୍ଲୁ କର୍ନର ନୋଟିସ୍ ଜାରି ହୋଇ ସାରିଛି। ଏହା ବ୍ୟତୀତ ଏସଆଇଟି ମଧ୍ୟ ନୋଟିସ୍‌ ଦେଇଛି। ଏବେ ଏହି କେସ୍‌ରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହେବ। ଆମକୁ ଦେଖିବାର ଅଛି କି, ଏହି ମାମଲାର ସତ୍ୟାସତ୍ୟ କଣ।ଏଥିପାଇଁ ଗଭୀର ତଦନ୍ତ ଜରୁରୀ।

କହି ରଖୁଛି କି, ନିକଟରେ ଜାରି କରାଯାଇ ଥିବା ଭିଡ଼ିଓରେ ପ୍ରଜ୍ୱଲ ରେବନ୍ନା ପରିବାରର ସଦସ୍ୟ ଓ ଜେଡିଏସର କାର୍ଯ୍ୟକର୍ତ୍ତାଙ୍କୁ କ୍ଷମା ମାଗି ଥିଲେ। ତାଙ୍କର କହିବାର ଥିଲା କି, ମୋ ବିରୋଧରେ ରାଜନୀତିକ ଷଡ଼ଯନ୍ତ୍ର ରଚା ଯାଇଥିଲା। 

ରେବନ୍ନା ଦାବି କରିଥିଲେ କି, ଏହି ଷଡ଼ଯନ୍ତ୍ର ତାଙ୍କ ବିରୋଧରେ ବିପକ୍ଷର ଲୋକେ ଓ କିଛି ସ୍ଥାନୀୟ ନେତାମାନେ ରଚିଛନ୍ତି। ସେ କହିଛନ୍ତି କି, ଏଥି ପାଇଁ ମୁଁ ଡିପ୍ରେସନରେ ଚାଲି ଯାଇଥିଲି ଏବଂ ଏକୁଟିଆ ଥିଲି। ଏବେ ମୁଁ କୋର୍ଟରେ ହାଜର ହୋଇଯିବି। ଏହାସହ ସେ ନିଜ ପରିବାର ଲୋକଙ୍କୁ କ୍ଷମା ମଧ୍ୟ ମାଗି ଥିଲେ। ଏହି କେସ୍‌ରେ ଏସଆଇଟି ପ୍ରଜ୍ୱଲଙ୍କର ମାଆ ଭବାନୀ ରେବନ୍ନାଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛି , ଯିଏ ଏବେ ଅଗ୍ରିମ ବେଲ୍‌ ପାଇଁ ଆବେଦନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.