ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ ନେତ୍ରୀ ଆତିଶୀଙ୍କୁ ସମନ ପଠାଇଲେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ

Image Courtesy: hindustantimes

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଆପ୍‌ ନେତ୍ରୀ ଆତିଶୀଙ୍କ ଅଡ଼ୁଆ ବଢ଼ିଛି । ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁରଙ୍କ ଅଭିଯୋଗ କ୍ରମେ ଆତିଶୀଙ୍କୁ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି । ଜୁନ୍‌ ୨୯ରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଆତିଶୀଙ୍କ ବିରୋଧରେ ମାନହାନୀ ନୋଟିସ୍‌ ଜାରି କରିଥିଲା ବିଜେପି ।

ସେତେବେଳେ ବିଜେପି ତାଙ୍କ ଉପରେ ଚାପ ପକାଉଛି ବୋଲି ଆତିଶୀ ଅଭିଯୋଗ କରିଥିଲେ । ବିଜେପିରେ ମିଶିବାକୁ ତାଙ୍କୁ ବିଜେପି କହୁଛି ବୋଲି ସେ ଦାବି କରିଥିଲେ । ଏକ ସମ୍ବାଦିକ ସମ୍ମିଳନୀରେ ଆତିଶୀ କହିଥିଲେ ଯେ, ବିଜେପିରେ ସାମିଲ ନହେଲେ ତାଙ୍କୁ ମାସେ ମଧ୍ୟରେ ଇଡି ଗିରଫ କରିବ । ବିଜେପିର ଦାବି ଅନୁସାରେ କାମ ନକଲେ ତାଙ୍କ ସମେତ ଅନ୍ୟ ଆପ ନେତାଙ୍କୁ ଗିରଫ କରାଯିବ ବୋଲି ସେ ଦାବି କରିଥିଲେ ।  

କେବଳ ଆପ୍‌ ନୁହେଁ ‘ଅପରେସନ ପଦ୍ମ’ ନେଇ କିଛି ଆଞ୍ଚଳିକ ଦଳ ଅଭିଯୋଗ କରିଥିଲେ । ଏହି ସମୟରେ ପଞ୍ଜାବାର ଏକମାତ୍ର ଆପ୍‌ ସାଂସଦ ସୁଶିଲ କୁମାର ରିଙ୍କୁ ଏବଂ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାଲ୍‌ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ ଆପ୍‌ ନେତା ସୌରଭ ଭରଦ୍ବାଜ ଅଭିଯୋଗ କରିଥିଲେ ଯେ, ଗେରୁଆ ଦଳ ଆପ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଟଙ୍କା ଯାଚୁଛି । 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.