ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରେଣ୍ଡର ପରେ ଇଡି ପ୍ରଶ୍ନର ସାମନା କରିବେ କେଜ୍ରିୱାଲ , ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ – ତିହାର ଜେଲ୍‌ରେ ସରେଣ୍ଡର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଛି। ଦିଲ୍ଲୀ ରାଉଜ୍‌ ଏଭେନ୍ୟୁ କୋର୍ଟରେ ଅରବିନ୍ଦ କେଜ୍ରିୱାଲ ହାଜର ହୋଇଛନ୍ତି। ଉଲ୍ଲେଖନୀୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ରିମାଣ୍ଡ ମାଗିଥିଲା। ଏହାକୁ ନେଇ କେଜ୍ରିୱାଲଙ୍କର ତିହାର ଜେଲ୍‌ ଭିତରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଛି। ଡ୍ୟୁଟି ବିଚାରପତି ସଞ୍ଜିବ ଅଗ୍ରୱାଲ ଏହି ମାମଲାରେ ଶୁଣାଣି କରିଛନ୍ତି। ଇଡି କହିଛି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିଯୁକ୍ତ କରାଯାଇଛି, ଏଥିପାଇଁ ଆମେ ରିମାଣ୍ଡ ନେଇ ଅନୁରୋଧ କରିଛୁ। 

ରାଉଜ୍‌ ଏଭେନ୍ୟୁ କୋର୍ଟ ୫ଜୁନ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି। ଏବେ ଏହା ପରେ ମଦ ଦୁର୍ନୀତିରେ ସିଏମ୍‌ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ପ୍ରଶ୍ନର ସାମ୍ନା କରିବାକୁ ହେବ। କୋର୍ଟ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବା ପାଇଁ ଇଡି ନିକଟରେ ଆବେଦନ କରିଥିଲା। କେଜ୍ରିୱାଲ ଅନ୍ତରୀଣ ଜାମିନ୍‌ରେ ଥିଲେ, ଏଥିପାଇଁ ଯାଞ୍ଚ ଏଜେନ୍ସିର ପିଟିସନ ପେଣ୍ଡିଂ ଥିଲା। କେଜ୍ରିୱାଲଙ୍କର ହାଜର ପରେ ରାଉଜ ଏଭେନ୍ୟୁ କୋର୍ଟରେ ଡ୍ୟୁଟି ଜଜ୍‌ ଇଡିର ଆବେଦନରେ ଶୁଣାଣି କରିଥିଲେ। ଏହାପରେ ଜଜ୍‌ ତାଙ୍କୁ ୫ ଜୁନ୍‌ ଯାଏ ଇଡିର ରିମାଣ୍ଡରେ ପଠାଇବାର ନିଷ୍ପତ୍ତି ଶୁଣାଇ ଥିଲେ । 

କହି ରଖୁଛୁ କି , ଇଡି ସିଏମ୍‌ ଅରିବନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ଚର୍ଚ୍ଚିତ ମଦ ଦୁର୍ନୀତିରେ ମନି ଲଣ୍ଡରିଂ ସହ ଜଡ଼ିତ କେସ୍‌ରେ ଗିରଫ କରିଛି। ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଅନ୍ତରୀଣ ଜାମିନ ମିଳିଥିଲା ଏବଂ ସେ ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିଥିଲେ। ଅନ୍ତରୀଣ ଜାମିନର ମିଆଦ ପୂରା ଦେବା ପରେ କେଜ୍ରିୱାଲ କୋର୍ଟରେ ସରେଣ୍ଡର କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ୍‌ ଯାଏ ଛାଡ଼ିବାକୁ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ ଝିଅ ହର୍ଷିତା ମଧ୍ୟ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.