ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରାହକଙ୍କୁ ଜୋମାଟୋର ଭାବପ୍ରବଣ ନିବେଦନ, ମଧ୍ୟାହ୍ନରେ କରନ୍ତୁ ନାହିଁ ଅର୍ଡର

ନୂଆଦିଲ୍ଲୀ,୨: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଗ୍ରାହକଙ୍କୁ ମଧ୍ୟାହ୍ନରେ ଅର୍ଡର ନକରିବାକୁ ଏକ ଭାବପ୍ରବଣ ଅପିଲ କରିଛି। କମ୍ପାନୀ ଏହି ଅପିଲ ଦେଶରେ ପଡିଥିବା ପ୍ରବଳ ଗରମ ଓ ହିଟ୍‌ଓ୍ବେଭ୍‌କୁ ଦୃଷ୍ଟି ରଖି  ଏହା କହିଛି। ଡେଲିଭରି ପାର୍ଟନରଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବାକୁ କମ୍ପାନୀ ଏହି ଆବେଦନ କରିଛି। ଜୋମାଟୋ ରବିବାର କହିଛି,  ଅତ୍ୟନ୍ତ ଜରୁରୀ ନାହିଁ  ତେବେ ମଧ୍ୟାହ୍ନରେ ଖାଦ୍ୟ ଅର୍ଡର କରନ୍ତୁ ନାହିଁ। ବର୍ତ୍ତମାନ ଦେଶରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ଉତ୍ତାପ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଜାତୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି।

ଜୋମାଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛି  ଦୟାକରି ମଧ୍ୟାହ୍ନରେ ଅର୍ଡର କରନ୍ତୁ ନାହିଁ । ମଧ୍ୟାହ୍ନରେ ଅର୍ଡର ଆସିଲେ, ଡେଲିଭରି ପାର୍ଟନରଙ୍କୁ ଅର୍ଡର ବିତରଣ କରିବାକୁ ଖୁବ୍ ଖରା ଗରମ୍‌ରେ ଯିବାକୁ ପଡୁଛି। ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ  ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିଛି। ଏହି କାରଣରୁ ଲୋକମାନେ ହିଟ୍‌ଓ୍ବେଲର ସମ୍ମୁଖୀନ ହେଉଛନ୍ତି। ବିହାର, ରାଜସ୍ଥାନ, ୟୁପି, ଝାଡଖଣ୍ଡ ଏବଂ ଦିଲ୍ଲୀରେ ଉତ୍ତାପ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି।

ନିକଟରେ ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ପାଣିପାଗ ସୂଚନା ପ୍ରଦାନ କରୁଥିବା ଏକ ସେବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଏହା ଦ୍ବାରା ଆମେ ସ୍ଥାନୀୟ ପାଣିପାଗ ବିଷୟରେ ସୂଚନା ପାଇ ପାରିବୁ। ସେ ଏହି ସେବାକୁ ଜୋମାଟୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଦୀପିନ୍ଦର ଗୋୟଲ କହିଥିଲେ   ଆମର ବିତରଣ ଭାଗୀଦାରୀମାନଙ୍କୁ ପ୍ରତ୍ୟେକ ଋତୁରେ କାମ କରିବାକୁ ପଡିବ। ଏହି ସେବା ସେମାନଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ। ଏହା ସହିତ ସେମାନେ ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଏବଂ ବର୍ଷା ବିଷୟରେ ସୂଚନା ପାଇ ପାରିବେ।   ଏହି ସେବାକୁ  weatherunion. Com ନାମ ଦିଆଯାଇଛି। ବର୍ତ୍ତମାନ ଏହି ସେବା ୪୫ଟି ସହରରେ ଉପଲବ୍ଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.