ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷଷ୍ଠ ଶ୍ରେଣୀରେ ହୋଇଥିଲା ବିବାହ; ଚା’ ବିକି ପୋଷୁଥିଲେ ପେଟ, ଆଉ ଏବେ...

ମୁମ୍ୱାଇ, ୨।୬: ବର୍ତ୍ତମାନ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଧରଣର ହୋଟେଲ ଓ ରେସ୍ତୋରାଁ ତିଆରି ହେଉଛି । ଯେପରିକି ଟ୍ରେନ୍ ରେସ୍ତୋରାଁ, ପ୍ଲେନ୍ ରେସ୍ତୋରାଁ । ତେବେ ଏହିସବୁ ସ୍ଥାନକୁ ଯିବା ବେଳେ ଅଧିକାଂଶ ଲୋକ ଫୋନରେ ବ୍ୟସ୍ତ ରହୁଥିବାର ଆମେ ଦେଖିଛେ । ଏଠାରେ ଗ୍ରାହକ ଖାଦ୍ୟ ଅର୍ଡର କରିଥାନ୍ତି ଏବଂ ଅର୍ଡର ନ ଆସିବା ପର୍ଯ୍ୟନ୍ତ ସେମିତି ଫୋନରେ ଲାଗିରହିଥାନ୍ତି । ଯୁବପିଢ଼ିଙ୍କ ଏଭଳି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଜଣେ ବୃଦ୍ଧା ଏକ ଅଭିନବ ପ୍ରୟାସ କରିଛନ୍ତି । ଏହି ମହିଳା ଜଣକ ହେଲେ ୭୪ ବର୍ଷୀୟା ଭୀମାବାଈ ଜୋନ୍ଦଲେ । 

ପିଲାବେଳେ ଭୀମାବାଈଙ୍କର ପଢ଼ିବାରେ ଖୁବ୍ ଆଗ୍ରହ ଥିଲା । କିନ୍ତୁ, ପାଠ ପଢ଼ିବାକୁ ତାଙ୍କୁ ମିଳିନଥିଲା ସୁଯୋଗ । ଷଷ୍ଠ ଶ୍ରେଣୀ ପଢ଼ୁଥିବା ବେଳେ ତାଙ୍କର ହୋଇଥିଲା ବିବାହ । ଯାହା ପରେ ତାଙ୍କ ପାଠ ପଢ଼ାରେ ଲାଗିଥିଲା ପୂର୍ଣ୍ଣଚ୍ଛେଦ । ଭୀମାବାଈଙ୍କ ସ୍ୱାମୀ ମଦ୍ୟପାନ କରୁଥିବା ସେ କହିଛନ୍ତି । ତେଣୁ ପୂରା ପରିବାରର ବୋଝ ତାଙ୍କ ଉପରେ ଥିଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ସ୍ୱଚ୍ଛଳ ନଥିଲା । ତାଙ୍କ ସ୍ୱାମୀ ନିଶାରେ ଚାଷ ଜମି ବିକିବା ସହ ଜୁଆ ଖେଳରେ ମଧ୍ୟ ଅଭ୍ୟସ୍ତ ହୋଇସାରିଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ପରିବାର ପ୍ରତିପୋଷଣ ପାଇଁ ସେ ଲୋକଙ୍କ କ୍ଷେତରେ ଘଣ୍ଟା ଘଣ୍ଟା ଧରି କାମ କରିବା ଆରମ୍ଭ କଲେ । ଏଥିସହ ମା’ଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ପିଲାମାନେ ଖବରକାଗଜ ବାଣ୍ଟିବା କାମ କରି ଦି ପଇସା ରୋଜଗାର କଲେ । 

୨୦୦୮ରେ ଭୀମାବାଈ ସପରିବାର ସହ ସହରକୁ ଚାଲିଆସିଥିଲେ । ସହରରେ ଭୀମାବାଈ ଏକ ଚା’ ଦୋକାନ ଆରମ୍ଭ କରିଥିଲେ । ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନେ ଚା’ ପାଇଁ ଅପେକ୍ଷା କରିବା ସମୟରେ ନିଜ ନିଜ ଫୋନରେ ବ୍ୟସ୍ତ ରହୁଥିବାର ସେ ଦେଖିଲେ । ଯୁବପିଢ଼ିଙ୍କର ଏହି ଅଭ୍ୟାସକୁ କିଭଳି ବଦଳାଇବେ, ସେ ବିଷୟରେ ଚିନ୍ତା କଲେ । ତାଙ୍କ ପାଖରେ ମରାଠୀ ଭାଷାରେ ବହିର ଭଣ୍ଡାର ଥିଲା । ଚା’ ବିକ୍ରି କରିବା ସହ ଦୋକାନରେ ବହି ରଖିଲେ । ତେବେ ଗ୍ରାହକଙ୍କୁ ପଢ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ସେ ୨୦୧୦ ମସିହାରେ ‘ଆଜିଚ୍ୟଂ ପୁସ୍ତକାଚଂ ହୋଟେଲ’ ବା ‘ଗ୍ରାଣ୍ଡ ମଦର୍ସ ହୋଟେଲ ୱିଥ୍ ବୁକ୍ସ’ ଆରମ୍ଭ କରିଥିଲେ । ମୁମ୍ୱାଇ ଓ ଆଗ୍ରାର ଜାତୀୟ ରାଜପଥ-୩ରେ ରହିଛି ଏହି ହୋଟେଲ । 

ତାଙ୍କର ଏହି ଦୋକାନରେ ସ୍ୱାଦିଷ୍ଟ ଖାଦ୍ୟ ସହ ଗ୍ରାହକକୁ ବିଭିନ୍ନ ବହି ପଢ଼ିବାର ସୁଯୋଗ ମିଳିଥାଏ । ସେହିପରି ଜେଜେ ମା’ ନାଁରେ ପ୍ରସିଦ୍ଧି ଲାଭ କରିଥିବା ଭୀମାବାଈ ଏହି ହୋଟେଲରେ ମାଗଣାରେ ଲୋକମାନଙ୍କୁ ବହି ପଢ଼ିବାକୁ ଦେଇଥାନ୍ତି । ବର୍ତ୍ତମାନ ସମୟରେ ଏହି ହୋଟଲରେ ହିନ୍ଦୀ, ଇଂରାଜୀ ଓ ମରାଠୀ ଭାଷାର ପୁସ୍ତକ ରହିଛି । ଏଠାରେ ଲୋକ ପୁସ୍ତକ ଦାନ ମଧ୍ୟ କରିଥାନ୍ତି । ତାଙ୍କର ଏହି ବୁକ୍ ହୋଟେଲ ପ୍ରଥମେ ୫୦ଟି ପୁସ୍ତକକୁ ନେଇ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟାରେ ବୃଦ୍ଧି ଘଟି ୫ ହଜାରରେ ପହଞ୍ଚିଲାଣି । ଏହି ହୋଟେଲ ମାଧ୍ୟମରେ ଭୀମାବାଈ ଯୁବପିଢ଼ିଙ୍କୁ ପଢ଼ିବା ପାଇଁ ପ୍ରେରଣା ଦେଉଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.