ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପାକିସ୍ତାନ ହାଇକୋର୍ଟରେ ଆଶ୍ଚର୍ଯ୍ୟଜନକ ମାମଲା, POKକୁ ବିଦେଶୀ ଅଞ୍ଚଳ କହିଲେ ସରକାରୀ ଓକିଲ…

Image Courtesy: tv9hindi

ନୂଆଦିଲ୍ଲୀ: ପାକିସ୍ତାନର ଇସଲାମାବାଦ ହାଇକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ପିଟିସନରେ ପାକିସ୍ତାନ ସରକାର ପିଓକେକୁ ନିଜର ବୋଲି ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏକ ବିଦେଶୀ ଅଞ୍ଚଳ । ଆଉ ଏହାପରେ ଏଠାରେ ଗଣମାଧ୍ୟମରେ ଉତ୍ତେଜନା ଦେଖାଦେଇଛି । ଅଦାଲତରେ ଜଣେ କାଶ୍ମୀରର କବି ତଥା ପତ୍ରକାର ଅହମ୍ମଦ ଫରହାଦ୍ ଶାହାଙ୍କ ଅପହରଣ ମାମଲାର ଶୁଣାଣି ସମୟରେ ଏହି ଘଟଣା ପ୍ରକାଶ ପାଇଛି । ଏହି ମାମଲା ଶୁକ୍ରବାର (ମେ ୩୧) ରେ ରିପୋର୍ଟ କରାଯାଉଛି। ପାକିସ୍ତାନ ସରକାରଙ୍କ ଓକିଲ ଇସଲାମାବାଦ ହାଇକୋର୍ଟଙ୍କୁ କହିଛନ୍ତି ଯେ, ଫରହାଦ୍ ପିଓକେରେ ପୋଲିସ୍ ହେପାଜତରେ ଅଛନ୍ତି ।

ସେ “ବିଦେଶୀ ଅଂଚଳରେ” ଥିବାରୁ ତାଙ୍କୁ ଏଠାରେ କୋର୍ଟରେ ହାଜର କରାଯାଇପାରିବ ନାହିଁ । ଓକିଲମାନେ କହିଛନ୍ତି ଯେ ପିଓକେ ଦେଶର ଅଧୀନରେ ନାହିଁ । ମେ ୧୫ ରେ, ପାକିସ୍ତାନର ଗୁପ୍ତଚର ସଂସ୍ଥା ଫରହାଦଙ୍କୁ ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ ଅପହରଣ କରି ନେଇଥିଲେ । ସେବେଠାରୁ ସେ ନିଖୋଜ ଥିବା ଜଣାଯାଇଛି । ତାଙ୍କ ପତ୍ନୀ ଇସଲାମାବାଦ ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି । ଏଠାରେ ପ୍ରକାଶ ପାଇଛି ଯେ, ପିଓକେରେ ଫରହାଦଙ୍କ ବିରୋଧରେ ଦୁଇଟି ପୋଲିସ ମାମଲା ରୁଜୁ ହୋଇଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.