ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଅସମ୍ଭାଳ ତାତି , ୩ ମାସରେ ହିଟ୍‌ ଷ୍ଟ୍ରୋକ୍‌ରେ ୫୬ ମୃତ୍ୟୁ...ଏହି ସବୁ ରାଜ୍ୟରେ ସ୍ଥିତି ଭୟଙ୍କର

ନୂଆଦିଲ୍ଲୀ – ମାର୍ଚ୍ଚ ୧ରୁ ଏବେସୁଦ୍ଧା ହିଟ୍‌ ଷ୍ଟ୍ରୋକ୍‌ର ୨୪୮୪୯ଟି ମାମଲା ରେକର୍ଡ ହୋଇ ସାରିଛି। ସବୁଠୁ ଅଧିକ କେସ୍‌ ମେ' ମାସରେ ରେକର୍ଡ କରାଯାଇଛି, ଯାହାକି ପୂରା ୧୯୧୮୯ ମାମଲା। ଏହି ୩ ମାସରେ ମୋଟ ୫୬ ମୃତ୍ୟୁ ହିଟ୍‌ ଷ୍ଟ୍ରୋକ୍‌ରେ ହୋଇଛି। ମୋଟ ମୃତ୍ୟୁରେ ସବୁଠୁ ଅଧିକ ମେ ମାସରେ ୪୬ ରେକର୍ଡ କରାଯାଇଛି। ଏହି ମୃତ୍ୟୁର ତଥ୍ୟକୁ ଦେଖିଲେ ମଧ୍ୟ ପ୍ରଦେଶରେ ସବୁଠୁ ଅଧିକ ୧୪, ମହାରାଷ୍ଟ୍ରରେ ୧୧, ଆନ୍ଧ୍ର ପ୍ରଦେଶରେ ୬ ଓ ରାଜସ୍ଥାନରେ ୫ ମୃତ୍ୟୁ ରେକର୍ଡ ହୋଇଛି। 

କେନ୍ଦ୍ର ସରକାର ହିଟ୍‌ ଷ୍ଟ୍ରୋକ୍‌ ସହ ଜଡ଼ିତ କେସ୍ ଓ ସେମାନଙ୍କର ମୃତ୍ୟୁ ସହ ଜଡ଼ିତ ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ଦେଶରେ ଉତ୍ତାପ ସହ ଜଡ଼ିତ ରୋଗ ଓ ମୃତ୍ୟୁର ତଥ୍ୟକୁ ଟ୍ରାକ୍‌ କରିବା ସହ ଜଡ଼ିତ ଏକ ପାର୍ଟ। ଏହି ସବୁ ତଥ୍ୟରୁ ଜଣାପଡ଼ୁଛି କି, ଦେଶରେ ସବୁଠୁ ଅଧିକ କେସ୍‌ ରାଜସ୍ଥାନ ପରିବର୍ତ୍ତେ ମଧ୍ୟ ପ୍ରଦେଶରେ ରେକର୍ଡ ହୋଇଛି। ଏଥିରେ ପ୍ରଭାବିତ ବ୍ୟକ୍ତି ଓ ମୃତକ ଉଭୟ ସଂଖ୍ୟା ଏଠାରେ ସବୁଠୁ ଅଧିକ। 

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ , ତାତିର ଦୁଇଟି ପର୍ଯ୍ୟାୟ ଅପ୍ରେଲ ଓ ମେ ମାସ ବିତି ଯାଇଛି। ପ୍ରଥମ ପର୍ଯ୍ୟାୟ ୫-୭ ଅପ୍ରେଲ, ୧୫ ଓ ୩୦ ଅପ୍ରେଲର ଥିଲା। ସେପଟେ ଦ୍ୱିତୀୟ ପର୍ଯ୍ୟାୟ ୧-୭ ମେ ଓ ୧୬-୨୬ ମେ ମଧ୍ୟରେ ଥିଲା। ୧୬-୨୬ମେ ମଧ୍ୟରେ ହିଟ୍‌ ୱେଭ୍‌ର ଲହର ଦିଲ୍ଲୀ , ରାଜସ୍ଥାନ ,ଦକ୍ଷିଣ ହରିଆଣା ଓ ପଶ୍ଚିମୀ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ନିଜର ଆତଙ୍କ ଖେଳାଇ ସାରିଛି। ଏହି ସମୟରେ ଏହି କ୍ଷେତ୍ରର ତାପମାତ୍ରା ୪୪-୫୦ ଡିଗ୍ରୀ ସେଲସିୟସ୍‌ ଯାଏ ରହିଥିଲା। 

ଦେଶରେ ଯେତେବେଳେ ଏହିପରି ଭୀଷଣ ଉତ୍ତାପର ଲହର ଚାଲୁଥିଲା , ସେତେବେଳେ ଦେଶର ଅଲଗା ଅଲଗା ଭାଗରେ ଲୋକସଭା ନିର୍ବାଚନ ମଧ୍ୟ ହେଉଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.