ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଦୋଷୀ ମହମ୍ମଦ ଅଲି ଖାନଙ୍କୁ ଜେଲ୍ ଭିତରେ ମୁଣ୍ଡକାଟି ହତ୍ୟା

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ମହମ୍ମଦ ଅଲି ଖାନଙ୍କୁ କୋଲହାପୁର ଜେଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସର ସୂଚନାନୁସାରେ, ଜେଲରେ ନ୍ୟାୟିକ ହେପାଜତରେ ଆସିଥିବା ପାଞ୍ଚଜଣ ଅଭିଯୁକ୍ତ ରବିବାର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଏହି ଅଭିଯୁକ୍ତ ମାନେ ମହମ୍ମଦ ଅଲି ଖାନଙ୍କ ମୁଣ୍ଡ କାଟିଥିଲେ, ଏହା ପରେ ତାଙ୍କର ମୃତ୍ୟୁ ହୋଇଛି ।

କୋଲହାପୁର ଜେଲରେ ୧୯୯୩ ମୁମ୍ବାଇ ବିସ୍ଫୋରଣର ଚାରିଜଣ ଦୋଷୀଙ୍କୁ ରଖାଯାଇଛି, ଯେଉଁଥିରୁ ଜଣେ ଦୋଷୀଙ୍କର ନାମ ମହମ୍ମଦ ଅଲି ଖାନ । ଅନ୍ୟ ଏକ ମାମଲାରେ ନ୍ୟାୟିକ ହେପାଜତରେ ଥିବା ୫ ଜଣ ଅଭିଯୁକ୍ତଙ୍କୁ ମହମ୍ମଦ ଅଲି ଖାନଙ୍କ ବ୍ୟାରେକରେ ରଖାଯାଇଥିଲା।

ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ନାମ ହେଉଛି ପ୍ରତାପ ପାଟିଲ, ଦୀପକ ଖୋଟ, ସନ୍ଦୀପ ଚହ୍ବାନ, ରିତୁରାଜ ଇନାମଦାର ଏବଂ ସୌରଭ ସିଦ୍ଧ । ଜେଲ ବିଭାଗର ଡେପୁଟି ଇନ୍ସପେକ୍ଟର ସ୍ବାତୀ ସାଠେଙ୍କ ଅନୁଯାୟୀ ମୃତ ମହମ୍ମଦ ଅଲି ଖାନଙ୍କ ସମେତ ଏହି ସମସ୍ତ ଅଭିଯୁକ୍ତ ସମାନ ବ୍ୟାରେଜରେ ରହୁଥିଲେ । ସେ କହିଛନ୍ତି ଯେ ଏହି କାରଣରୁ ସେମାନଙ୍କ ମଧ୍ୟରେ କୌଣସି ବିବାଦ ଅଛି କି ନାହିଁ ପୋଲିସ ତଦନ୍ତ କରୁଛି।

ବର୍ତ୍ତମାନ ଜେଲ ଭିତରେ ଏହି ହତ୍ୟା ପରେ ଜେଲ ବିଭାଗ କୋଲହାପୁର ଜେଲରେ ମୁମ୍ବାଇ ବିସ୍ଫୋରଣର ଅନ୍ୟ ଅଭିଯୁକ୍ତଙ୍କ ସୁରକ୍ଷା ବୃଦ୍ଧି କରିଛି । ଜେଲ ଭିତରେ ଏହି ହତ୍ୟା ଘଟଣାର ମୁଖ୍ୟ କାରଣ କ’ଣ ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି ।କୋଲହାପୁର ଜେଲରେ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ମହମ୍ମଦ ଅଲି ଖାନ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହି ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ସୂଚନାଥାଉକି, ମାର୍ଚ୍ଚ ୧୨, ୧୯୯୩ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୨୮ମହଲା କୋଠାର ତଳ ମହଲାରେ ଏକ ବଡ଼ ବିସ୍ଫୋରଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଅଧ ଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ଏକ କାରରେ ଘଟିଥିଲା ଏବଂ ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଆରମ୍ଭ ହୋଇଥିଲା । ଦୁଇ ଘଣ୍ଟା ମଧ୍ୟରେ ମୁମ୍ବାଇର ୧୨ ଟି ସ୍ଥାନରେ ୧୩ ଟି ବିସ୍ଫୋରଣ ହୋଇଥିଲା । ଏହି କ୍ରମିକ ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.