ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଉତ୍ତର ପ୍ରଦେଶରେ ପୁଣି ଥରିଲା ଧରିତ୍ରୀ , ଭୂକମ୍ପର ଝଟକା ପରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ

ସୋନଭଦ୍ର- ୟୁପିରେ ପୁଣି ଥରେ ଧରିତ୍ରୀ ଦୋହଲିଲା। ସୋନଭଦ୍ରରେ ଦ୍ୱିପ୍ରହରରେ ଯେତେବେଳେ ହଠାତ୍‌ ଘର ଗୁଡ଼ିକର ପଙ୍ଖା ହଲିବାକୁ ଲାଗିଲା , ସେକେବେଳ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଗଲା। ପ୍ରଥମେ ତ କେହି କିଥି ବୁଝି ପାରିନଥିଲେ। ସମସ୍ତେ ମୋବାଇଲ ବାହାର କରି ଚେକ୍‌ କରିବାକୁ ଜାଣିବାକୁ ପାଇଲେ କି ଭୂକମ୍ପର ସୂଚନା ଆସିଛି। ଏହାପରେ ସମସ୍ତେ ପରସ୍ପର ଠାରୁ ଭୂକମ୍ପର ଝଟକାର ସୂଚନା ସେୟାର କରିବାକୁ ଲାଗିଲେ। 

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜି (ଏନସିଏସ) ଅନୁସାରେ , ସୋନଭଦ୍ରରେ ରବିବାର ଦ୍ୱିପ୍ରହର ପରେ ୩ଟା ୪୯ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୯ ମପା ଯାଇଛି। ଏହାର କେନ୍ଦ୍ର ଗୁରମାର ଜୟ ଜ୍ୟୋତି ଇଣ୍ଟର କଲେଜ୍‌ ପାଖ ଭୂମି ଠାରୁ ୧୦ କିମି ଭିତରକୁ ଥିବା କୁହାଯାଉଛି। 


ଏଠାରେ ରହୁଥିବା ନେତ୍ରପାଳ , ଚନ୍ଦନ ସିଂହ , ମନୋଜ , ମୋହନ , ରାଜକୁମାର ଆଦି କହିଛନ୍ତି କି ଭୂକମ୍ପର ଝଟକା ଅନୁଭବ କରାଯାଇ ନାହିଁ । ଏହ ସମ୍ୱନ୍ଧରେ ବିପର୍ଯ୍ୟୟ ପରାମର୍ଶଦାତା ପବନ କୁମାର ଶୁକ୍ଳ କହିଛନ୍ତି କି ସୋନଭଦ୍ର ଭୂକମ୍ପର ପ୍ରଭାବ ଠାରୁ ସୁରକ୍ଷିତ ଜୋନ୍‌। ଭୂକମ୍ପର ଝଟକା ଅନୁଭବ ହୋଇ ନାହିଁ କି ଏଥିରେ କୌଣସି ପ୍ରକାରର କ୍ଷତିର ସୂଚନା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.