ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନର ଗଣତି ପୂର୍ବରୁ ଆକ୍ସନରେ ପ୍ରଧାନମନ୍ତ୍ରୀ ମୋଦି , ଅସହ୍ୟ ତାତିକୁ ନେଇ କଲେ ବୈଠକ

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟର ମତଦାନ ଶେଷ ହେବାର ପର ଦିନ ଅର୍ଥାତ୍‌ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବୋତ୍ତର ରାଜ୍ୟରେ ବନ୍ୟା ଓ ସାରା ଦେଶରେ ଭୀଷଣ ତାତିର ସ୍ଥିତିକୁ ନେଇ କରିଛନ୍ତି ସମୀକ୍ଷା ବୈଠକ। ଅଫିସିଆଲି ସୂତ୍ରାନୁସାରେ ଏହି ସୂଚନା ମିଳିଛି। ଅଧିକାରୀମାନେ ଏହା ବି କହିଛନ୍ତି କି, ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ୧୦୦ ଦିନର କାର୍ଯ୍ୟକ୍ରମର ଏଜେଣ୍ଡାର ସମୀକ୍ଷା ପାଇଁ ଏକ ଦୀର୍ଘ ମନ୍ଥନ ସର୍ତ୍ତରେ  ମଧ୍ୟ ଯୋଗ ଦେଉଛନ୍ତି। କହି ରଖୁଛୁ କି , ୪ଜୁନ୍‌ରେ ଲୋକସଭା ନିର୍ବାଚନର ଭୋଟିଂର ଗଣତି ହେବ। 

ଅଧିକାରୀଙ୍କ ମୁତାବିକ, ପ୍ରଧାନମନ୍ତ୍ରୀଙ୍କ ସର୍ବ ପ୍ରଥମ ବୈଠକ ପୂର୍ବୋତ୍ତରରେ ବାତ୍ୟା ରେମଲ ପରେ ଉତ୍ପନ୍ନ ହୋଇଥିବା ବନ୍ୟା ସ୍ଥିତିକୁ ନେଇ ହୋଇଛି। ସେ ବିଭିନ୍ନ ବିଭାଗର ମୁଖ୍ୟ ଅଧିକାରୀଙ୍କ ସହ ସଦ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ସେ ଦେଶରେ ଭୀଷଣ ଗରମ ଓ ଲୁ'ର ସ୍ଥିତିକୁ ନେଇ ହୋଇଥିବା ଏକ ସମୀକ୍ଷା ବୈଠକର ମଧ୍ୟ ଅଧ୍ୟକ୍ଷତା କରିଛନ୍ତି। ପ୍ରଧାନମନ୍ତ୍ରୀ ବଡ଼ ସ୍ତରରେ ବିଶ୍ୱ ପରିବେଶ ଦିବସ ପାଳିବାର ପ୍ରସ୍ତୁତିର ସମୀକ୍ଷା ପାଇଁ ମଧ୍ୟ ଏକ ବୈଠକରେ ସାମିଲ ହୋଇ ପାରନ୍ତି। 

ବିଶ୍ୱ ପରିବେଶ ଦିବସ ୫ ଜୁନ୍‌ରେ ପାଳନ କରାଯାଏ। ପ୍ରଧାନମନ୍ତ୍ରୀଙ୍କର ଏହି ସବୁ ବୈଠକ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟର ମତଦାନ ସଂପନ୍ନ ହେବାର ପର ଦିନ ହେଉଛି। ମତଦାନ ଶେଷ ହେବା ପରେ ଅଧିକାଂଶ ଏକଜିଟ୍‌ ପୋଲ୍‌ରେ ଅନୁମାନ କରାଯାଇଛି କି ଭାରତୀୟ ଜନତା ପାର୍ଟି( ବିଜେପି)  ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ( ଏନଡିଏ)ର ସରକାର ପୁଣି ଥରେ କ୍ଷମତାକୁ ଫେରିବାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.