ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ଫଳାଫଳ ପୂର୍ବରୁ ଟାଟା-ଅମ୍ବାନୀଙ୍କର ବଡ଼ କ୍ଷତି; ବୁଡ଼ିଗଲା ୧.୩୩ ଲକ୍ଷ କୋଟି

image source: TV9

ନୂଆଦିଲ୍ଲୀ,୦୨/୦୬: ନିର୍ବାଚନ ଫଳାଫଳ ଆସିବାକୁ ୪୮ ଘଣ୍ଟାରୁ କମ୍ ସମୟ ବାକି ଅଛି। ଏହାପୂର୍ବରୁ ଦେଶର ଦୁଇଟି ବଡ଼ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଏଠାରେ ଆମେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଟାଟା ଗ୍ରୁପ୍ ର ବୃହତ୍ତମ କମ୍ପାନୀ ଟିସିଏସ୍ ବିଷୟରେ କହୁଛୁ। ଗତ ସପ୍ତାହରେ ଉଭୟ କମ୍ପାନୀର ସେୟାରରେ ହ୍ରାସ ଘଟିଥିଲା। ଯେଉଁଥିପାଇଁ ଉଭୟ କମ୍ପାନୀର ମାର୍କେଟ କ୍ୟାପରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି।

ସୂଚନାଥାଉକି, ଦେଶର ପ୍ରମୁଖ ୧୦ଟି କମ୍ପାନୀ ମଧ୍ୟରୁ ୮ କମ୍ପାନୀର ମାର୍କେଟ କ୍ୟାପ୍‌ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। କିନ୍ତୁ ୧.୩୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଏବଂ ଟିସିଏସ୍‌ର ହୋଇଛି। ଏହାର ବିପରିତରେ ଦେଶର ଦୁଇଟି ସର୍ବୋତ୍ତମ ଲ୍ୟାଣ୍ଡର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଏସ୍‌ବିଆଇ ବ୍ୟାଙ୍କର ମାର୍କେଟ କ୍ୟାପ୍‌ରେ ବୃଦ୍ଧି ଦେଖିବାକୁ ମିଳିଛି। ମିଳିତ ଭାବେ ଉଭୟ ନିଜ ନିଜ ମାର୍କେଟ କ୍ୟାପରେ ୧୨ ହଜାର କୋଟି ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସର୍ବାଧିକ ଅଂଶଧନ ଥିଲା। 

ଗତ ସପ୍ତାହରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ସେନ୍ସେକ୍ସ ୧୪୪୯ ପଏଣ୍ଟ ଅର୍ଥାତ୍ ୧.୯୨ ପ୍ରତିଶତ ହ୍ରାସ ପାଇଛି। ଶୁକ୍ରବାର ଦିନ ଏହା ୭୩,୯୬୧.୩୧ ରେ ୭୫.୭୧ ପଏଣ୍ଟ କିମ୍ବା ୦.୧୦ ପ୍ରତିଶତ ଅଧିକରେ ବନ୍ଦ ହୋଇ ଏହାର ପାଞ୍ଚ ଦିନିଆ ରେକର୍ଡକୁ ଭାଙ୍ଗିଛି। ବର୍ତ୍ତମାନ ସମସ୍ତଙ୍କ ନଜର ଜୁନ୍ ୩ ଏବଂ ୪ ତାରିଖରେ ରହିବ। ଜୁନ୍ ୨ରେ ଲୋକସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଷ୍ଟକ୍ ମାର୍କେଟରେ କେଉଁ ପ୍ରକାରର ପ୍ରଭାବ ଦେଖାଯିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.