ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ନେତାଙ୍କ ନିଆରା ପ୍ରଚାର, ଗଧ ପିଠିରେ ବସି ଆସି କଲେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ, ୧୯/୦୫ : ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ସମସ୍ତ ପ୍ରାର୍ଥୀ ନିଜ ନିଜ କ୍ଷେତ୍ରରେ ଜନତାଙ୍କୁ ଭୋଟ୍‌ ଲାଗି ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ପ୍ରଚାର ଅଭିଯାନ ଜୋରସୋର ଚଲାଇଛନ୍ତି। ଲୋକଙ୍କୁ ଭୋଟ୍‌ ଦେବାକୁ ଅପିଲ କରୁଛନ୍ତି । ଲୋକଙ୍କୁ ନିଜର ଦଳ-ବଳ ଦେଖାଇବା ଲାଗି ଭଳିକି ଭଳି ଗାଡ଼ିରେ ନିର୍ବାଚନ ପ୍ରଚାର କରୁଛନ୍ତି । କିଛି ପ୍ରାର୍ଥୀ ପ୍ରଚାର ଲାଗି ହେଲିକପ୍ଟରରେ ପହଞ୍ଚୁଛନ୍ତି । ଇତିମଧ୍ୟରେ ବିହାରର ଗୋପାଲଗଞ୍ଜରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନେତା ଗାଡ଼ି ନୁହେଁ, ବରଂ ଗଧ ପିଠିରେ ବସି ପ୍ରଚାର କରୁଛନ୍ତି ।

ଆସନ୍ତା ୨୫ ତାରିଖରେ ବିହାରର ଗୋପାଲଗଞ୍ଜ ଲୋକସଭା ଆସନ ପାଇଁ ମତଦାନ ହେବ। ଏଠାରେ ନାମାଙ୍କନ ପ୍ରକ୍ରିୟା ଚାଲିଥିଲା। ପ୍ରତ୍ୟେକ ନେତା ନିଜ ଦଳ ବଳ ଓ ବଡ଼ ବଡ଼ ଗାଡ଼ିରେ ନାମାଙ୍କନ ଦାଖଲ ଲାଗି ପହଞ୍ଚୁଥିଲେ। କିନ୍ତୁ ଜଣେ ପ୍ରାର୍ଥୀଙ୍କ ନାମାଙ୍କନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାରଣ ସେ କୌଣସି ଗାଡ଼ି ବଦଳରେ ଗଧ ପିଠିରେ ନାମାଙ୍କନ କରିବାକୁ ପହଞ୍ଚିଥିଲେ । ତାଙ୍କ ନାଁ ସତ୍ୟେନ୍ଦ୍ର ବୈଠା । ସେ ଜଣେ ସ୍ୱାଧୀନ ପ୍ରାର୍ଥୀ । ଗୋପାଲଗଞ୍ଜ ଲୋକସଭା କ୍ଷେତ୍ରରୁ ମୋଟ୍‌ ୧୧ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ସତ୍ୟେନ୍ଦ୍ର ବୈଠା ଗଳାରେ ନିର୍ବାଚନ ଚିହ୍ନ ଟେମ୍ପୋର ମାଳା ସହିତ ଗଧ ଉପରେ ବସି ସମର୍ଥକଙ୍କ ସହ ଭୋଟ୍‌ ମାଗୁଥିବା ନଜର ଆସିଛନ୍ତି । ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଦରଦାମ ବୃଦ୍ଧି ଚରମରେ ପହଞ୍ଚିଛି । ତେଣୁ ଆମେ ଗାଡ଼ିରେ ତେଲ ପକାଇ ପାରିବୁ ନାହିଁ । ସେଥିପାଇଁ ଗଧ ପିଠିରେ ବସି ଜନତାଙ୍କ ପାଖରେ ପହଞ୍ଚୁଛୁ । ନିଜକୁ ଓ ତାଙ୍କ ଗଧକୁ ସେ ଷ୍ଟାର୍‌ ପ୍ରଚାରକ ବୋଲି ସେ କହିଛନ୍ତି । ଉଭୟଙ୍କ ଆଗରେ ବଡ଼ ବଡ଼ ଷ୍ଟାର୍‌ ପ୍ରଚାରକ ଫେଲ୍‌ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ଆହୁରି କହିଛନ୍ତି, ଆମର ପ୍ରମୁଖ ସମସ୍ୟା ହେଉଛି ମୂଲ୍ୟବୃଦ୍ଧି, ବେକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ । ଏହି ତମାମ ବିଷୟକୁ ନେଇ ସେ ଜନତାଙ୍କ ପାଖକୁ ଯାଉଛନ୍ତି । ଯଦି ଗୋପାଲଗଞ୍ଜ ଜନତା ତାଙ୍କୁ ସୁଯୋଗ ଦିଅନ୍ତି, ତେବେ ଏ ସମସ୍ତ ମୁଦ୍ଦା ଉପରେ କାମ କରିବେ ବୋଲି ସତ୍ୟେନ୍ଦ୍ର କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.