ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିକ୍କିମ୍‌ରେ SKMର କ୍ଲିନ୍‌ ସ୍ୱିପ୍‌, ୩୨ ଆସନରୁ ୩୧ଟିରେ ଜିତିଲା

ନୂଆଦିଲ୍ଲୀ,୨।୬:  ସିକ୍କିମ୍‌ରେ ସରକାର ଗଢିବ ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ବା ଏସ୍‌କେଏମ୍‌। ଦଳ ହାସଲ କରିଛି ଦମଦାର ବିଜୟ । ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍‌। ପୁଣି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଇଛି ପ୍ରେମ ସିଂହ ତମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ସମସ୍ତଙ୍କୁ ପଛରେ ପକାଇ ଏସ୍‌କେଏମ୍ କରିଛି ବାଜିମାତ। ପ୍ରେମ ସିଂହ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏସ୍‌କେଏମ୍ ମ୍ୟାଜିକ୍ ନମ୍ବରଠାରୁ ଖୁବ୍ ଆଗରେ ରହିଛି ବିଶାଳ ବିଜୟ ହାସଲ କରିଛି ଦଳ। ପ୍ରେମ୍‌ ସିଂହ ତୋମାଙ୍ଗ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ  ୨୦୧୯ ରେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।  ସେହିପରି ଏସ୍‌ଡିଏଫ୍ ଗୋଟିଏ ଆସନରେ ଜିତିଛି। ସେପଟେ ବିଜେପି, କଂଗ୍ରେସ ଓ ସିଟିଜନ ଆକ୍ସନା ପାର୍ଟି-ସିକ୍କିମ ଚଳିତ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତା ହୋଇଛି। ଏଠାରେ ଏହି ତିନି ଦଳ ଖାତା ଖୋଲି ପାରି ନାହାନ୍ତି

ପ୍ରେମ ସିଂହ ତମାଙ୍ଗ ପଶ୍ଚିମ ସିକିମରୁ ଆସିଛନ୍ତି ଓ ୧୯୯୦ ଦଶକ ଆରମ୍ଭରୁ ରାଜନୀତିରେ ସକ୍ରିୟ ଅଛନ୍ତି। ୧୯୯୩ ରେ ପ୍ରେମ ସିଂହ ତମାଙ୍ଗ ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ଏସିଡିଏଫ୍)ରେ ସାମିଲ ହୋଇଥିଲେ ଓ ୧୯୯୪ ରେ ଚାକୁଙ୍ଗ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଧାନସଭାରେ ପହଁଞ୍ଚିଥିଲେ। ଏହାପରେ ତାଙ୍କୁ ରାଜ୍ୟ ସରକାରରେ ମନ୍ତ୍ରୀ କରାଯାଇଥିଲା। ୨୦୦୯ ପର୍ଯ୍ୟନ୍ତ ସେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।

୨୦୧୯ ରେ ଯେତେବେଳେ ଏସ୍‌କେଏମ୍ ନିର୍ବାଚନ ଲଢିଥିଲେ ସେତେବେଳେ ରାଜ୍ୟର ୩୨ଟି ଆସନରୁ ୧୭ଟି ଜିତି ପାର୍ଟି ବହୁମାତ ପାଇଥିଲା। ଏହାପରେ ତମାଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତମାଙ୍ଗ ରାଜ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ   ମୁଖ୍ୟମନ୍ତ୍ରୀ ଥିବା ପଓ୍ବନ ଚାମାଲିଙ୍ଗଙ୍କୁ ହରାଇଥିଲେ। ଏହା ପୂର୍ବରୁ ଚାମାଲିଙ୍ଗ ୨୫ ବର୍ଷ ରାଜ୍ୟରେ ଶାସନ କରିଥିଲେ। ସେ ୧୯୯୪ ରୁ ଲଗାତାର ସିକ୍କିମର ମୁଖ୍ୟମନ୍ତ୍ରୀ ଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.