ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏକଜିଟ୍ ପୋଲ ଉପରେ ସପା ସାଂସଦ ରାମଗୋପାଳ ଯାଦବଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ, ୨/୬ : ଉତ୍ତରପ୍ରଦେଶର ୮୦ସିଟକୁ ନେଇ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ୟୁପିରେ ଏଥର ବିଜେପି ଉପରେ ଭୋଟିଂର ବର୍ଷା ହୋଇଛି । ଏକଜିଟ୍ ପୋଲରେ ନା କେବଳ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର କରୁଥିବା ଦେଖାଯାଉଛି,  ଯାହାକି ୟୁପିରେ ବି ବିଜେପି ନିଜ ପୁରୁଣା ପ୍ରଦର୍ଶନ ପୁଣି ଥିରେ ରଖିପାରେ । କେତେକ ଏକଜିଟ୍ ପୋଲରେ ବିଜେପିର ସିଟ୍ ବୃଦ୍ଧି ନେଇ ଦେଖୁଛନ୍ତି । ଯାହା ଉପରେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସପା ସାଂସଦ ରାମ ଗୋପାଳ ଯାଦବ ଏକଜିଟ୍ ପୋଲକୁ ନେଇ କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେଇଛନ୍ତି କି ଏହି ସଂଖ୍ୟା ଉପ‌ରେ ଚିନ୍ତା କରିବା ଆବଶ୍ୟକ ନାହିଁ । ସେ ଦାବି କରିଛନ୍ତି କି ୟୁପିରେ ଇଣ୍ଡିଆ ଗଠବନ୍ଧନ ୬୦ସିଟରେ ବିଜୟ ହାସଲ କରୁଛି । ଏହାସହ ସେ କାର୍ଯ୍ୟକର୍ତ୍ତାଙ୍କୁ ଭୋଟିଂ କାଉଣ୍ଟିଂ ଦିନର ପ୍ରସ୍ତୁତ କରିବାକୁ ବାର୍ତ୍ତା ଦେଇଛନ୍ତି ।

ସେ କହିଛନ୍ତି କି , ଏକଜିଟ୍ ପୋଲରେ ଚିନ୍ତିତ ହେବାର ଆବଶ୍ୟକ ନାହିଁ । ଏହା କେବଳ ମତଗଣନା ପ୍ରଭାବିତ କରିବାର ପ୍ରୟାସ । ଜନତାଙ୍କ ଏକଜିଟ ପୋଲ ଇଣ୍ଡିଆ ଗଠବନ୍ଧନକୁ ସତ୍ତାକୁ ଆଣୁଛି । ଏଥିରେ ୟୁପିର ଭୋଟରମାନଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଇଣ୍ଡିଆ ଗଠବନ୍ଧନ ୟୁପିରେ ୬୦ସିଟ୍ ଜିତୁଛି ଏବଂ ନିଶ୍ଚିନ୍ତ ହୋଇ ମତଗଣନାର ପ୍ରସ୍ତୁତ କରନ୍ତୁ ।

ଲୋକସଭା ନିର୍ବାଚନକୁ ନେଇ ବହୁ ଏକଜିଟ୍ ପୋଲରେ ୟୁପିରେ ବିଜେପି ବହୁ ମଜବୁତ ସ୍ଥିତିରେ ଦେଖାଯାଉଛି । ବିଜେପିର ଖାତାରେ ୬୨ରୁ ୭୦ସିଟ୍ ମିଳିବାର ଅନୁମାନ କରାଯାଉଛି । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ବହୁ ଉତ୍ସାହିତ ଅଛି । ସେହିଭଳି ଅନ୍ୟପଟେ ଦିଲ୍ଲୀରେ ଇଣ୍ଡିଆ ଗଠବନ୍ଧନର ବୈଠକ ହୋଇଛି । ଯେଉଁଥିରେ ପ୍ରାୟ ସହଯୋଗୀ ଦଳ ନିର୍ବାଚନକୁ ନେଇ ଚର୍ଚ୍ଚା କରିଛନ୍ତି । ଯାହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିପକ୍ଷ ଦଳର ଗଠବନ୍ଧନକୁ ୨୯୫ସିଟ ମିଳିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.