ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାତକୁ ଦୁଇ ହାତ ହେଲେ ଷ୍ଟାର୍ କ୍ରିକେଟର ଭେଙ୍କଟେଶ, ଶ୍ରୁତିଙ୍କୁ କଲେ ଜୀବନସାଥୀ

ନୂଆଦିଲ୍ଲୀ, ୨/୬:  ବିବାହ ବନ୍ଧନରେ ବାନ୍ଧି ହେଲେ କୋଲକାତା ନାଇଟ୍ ରାଇଡର୍ସର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର । ସେ ଆଜି ଶ୍ରୁତି ରଘୁନାଥନଙ୍କୁ ବିବାହ କରିଛନ୍ତି। ପରିବାରବର୍ଗ ଓ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଭେଙ୍କଟେଶ ଓ ଶ୍ରୁତି। ତେବେ ଆୟରଙ୍କ ବିବାହ ସମୟର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଯାହ ବେଶ୍ ଭାଇରାଲ ହେଉଥିବା ବେଳେ ଶୁଭେଚ୍ଛା ବର୍ଷା କରୁଛନ୍ତି ଫ୍ୟାନ୍ସ। 

ତେବେ ଉଭୟଙ୍କ ନିର୍ବନ୍ଧ ଗତ ବର୍ଷ  ନଭେମ୍ବର ମାସ ୨୩ ତାରିଖରେ ହୋଇଥିଲା । ଆଇପିଏଲ୍ ୨୦୨୪ରେ କେକେଆର ଜିତିବା ନେଇ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଫାଇନାଲ ମ୍ୟାଚରେ ଅପରାଜିତ ରହି ୨୬ ବଲରେ ୫୨ ରନ୍  କରିଥିଲେ। ଯାହାଫଳରେ କେକେଆରକୁ ଟ୍ରଫି ବିଜୟୀରେ ସାହାଯ୍ୟ କରିଥିଲେ। ୧୪ ଟି ମ୍ୟାଚରେ ଆୟର ୧୫୮.୮୦ ଷ୍ଟ୍ରାଇକ୍ ରେଟ୍ ସହ ୩୭୦ ରନ୍ କରିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.