ନୂଆଦିଲ୍ଲୀ,୦୨/୦୬: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି । ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ । ଏହାର ଦିନକ ପରେ ଅର୍ଥାତ ଜୁନ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ମନ୍ତ୍ରିପରିଷଦ ପାଇଁ ବିଦାୟୀ ଡିନର ପାର୍ଟି ରଖିଛନ୍ତି । ରାଷ୍ଟ୍ରପତି ଭବନରେ ରାତି ୮ଟାରେ ଏହି ଡିନର ପାର୍ଟିର ଆୟୋଜନ କରାଯାଇଛି । ବର୍ତ୍ତମାନର ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ । ଏହା ପୂର୍ବରୁ ନୂଆ ସରକାର ଗଠନ ହେବ । ଲୋକସଭାର କାର୍ଯ୍ୟକାଳ ଶେଷ ହେବା ପରେ ମନ୍ତ୍ରୀମାନଙ୍କ ପାଇଁ ଫେୟାରୱେଲ ଡିନର ଦେବାର ପରମ୍ପରା ବହୁବର୍ଷ ଧରି ଚାଲିଆସୁଛି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ପରମ୍ପରା ପାଳନ କରିବେ ।
ପୁଣି କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଭ...