ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲ୍ ଯିବା ଆଗରୁ ଭାବୁକ କେଜ୍ରିଓ୍ୱାଲ, କହିଲେ ସମସ୍ତେ ନିଜର ଧ୍ୟାନ ରଖିବେ..

ନୂଆଦିଲ୍ଲୀ, ୨/୬:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ତିହାର ଜେଲରେ  ସରେଣ୍ଡର କରିବେ। ତେବେ ଜେଲ୍‌ ଯିବା ପୂର୍ବରୁ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଭାବୁକ ହୋଇପଡିଛନ୍ତି। ଏନେଇ ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଆଜି ଅପରାହ୍ନ ୩ଟାରେ ସେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ପୋଷ୍ଟରେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ' ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସିଥିଲି। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ତିହାରକୁ ଯାଇ ଆତ୍ମସମର୍ପଣ କରିବି। ମୁଁ ଅପରାହ୍ନ ୩ ଟାରେ ଘରୁ ବାହାରିଯିବି।ପ୍ରଥମେ ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି। ସେଠାରୁ ମୁଁ ହନୁମାନଙ୍କର ଆଶୀର୍ବାଦ ନେବା ପାଇଁ କନଟ୍‌ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯିବି। ସେଠାରୁ ମୁଁ ପାର୍ଟି କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମୀ ଏବଂ ଦଳର ନେତାଙ୍କୁ ଭେଟିବି। ଏହାପରେ ମୁଁ ତିହାର ଜେଲ ଅଭିମୁଖେ ବାହାରିବି। ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଜେଲରେ ମୁଁ ଆପଣ ସମସ୍ତଙ୍କ ବିଷୟରେ ଚିନ୍ତିତ ହେବି। ଯଦି ତୁମେ ଖୁସିରେ ରହିବ ତେବେ ତୁମର କେଜ୍ରିୱାଲ ମଧ୍ୟ ଜେଲରେ ଖୁସି ହେବ ' ବୋଲି କହିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.