ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଏକଜିଟ୍ ପୋଲ୍ ପରେ ରାହୁଲ ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ‘ଣ କହିଲେ ?

ନୂଆଦିଲ୍ଲୀ, ୨/୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍‌ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଏକଜିଟ୍ ପୋଲକୁ ମିଡ଼ିଆ ପୋଲ୍ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ରାହୁଲ ଗାନ୍ଧୀ ଏକଜିଟ୍ ପୋଲର ପ୍ରଶ୍ନ ଉପରେ କହିଛନ୍ତି କି, ଆପଣ ସିଦ୍ଧୁ ମୁସେଓ୍ବାଲାଙ୍କ ଗୀତ ଶୁଣିଛନ୍ତି ? ଇଣ୍ଡିଆ ଗଠବନ୍ଧନର ୨୯୫ ସିଟ୍ ଆସିବ । 

ରାହୁଲ ଗାନ୍ଧୀ କହିଛନ୍ତି କି, ‘ଏହାର ନା ଏକଜିଟ୍ ପୋଲ ନୁହେଁ । ଏହାର ନାଁ ମୋଦୀ ମିଡ଼ିଆ ପୋଲ୍ ଅଟେ । ଏହା ମୋଦୀ ଜୀଙ୍କ ପୋଲ୍ ଅଟେ । ଏହା ତାଙ୍କର ଫ୍ୟାଣ୍ଟେସୀ ପୋଲ୍ ଅଟେ । ’  ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପଚରାଗଲା କି ଇଣ୍ଡିଆ ମେଣ୍ଟର କେତେ ସିଟ୍ ଆସିବ ଏହା ଉପରେ ସେ କହିଥିଲେ କି, ‘ଆପଣ ସିଦ୍ଧୁ ମୁସେଓ୍ବାଲାଙ୍କ ଗୀତ ଶୁଣିଛନ୍ତି... ଆମର ୨୯୫ସିଟ୍ ଆସୁଛି । ’ 

ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ସମସ୍ତ ପ୍ରାର୍ଥୀଙ୍କ ସହ ଭର୍ଚ୍ଚୁଆଲ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରାର୍ଥୀଙ୍କୁ ଆଗକୁ ରଣନୀତିକୁ ନେଇ ଚର୍ଚ୍ଚା କରିଛନ୍ତି । ବୈଠକରେ ଖଡ଼ଗେ ପ୍ରାର୍ଥୀଙ୍କୁ କାଉଣ୍ଟିଂରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ମୁତାବକ, ପ୍ରାର୍ଥୀଙ୍କ ସହ ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି କି, ଏକଜିଟ୍ ପୋଲ୍ ଆପଣଙ୍କ ମନୋବଳ ଭାଙ୍ଗିବା ଲାଗି । ବରାବର ମୁକାବିଲା ଅଛି ଏବଂ କେତେକ ସିଟରେ ଜୋରଦାର ଲଢେଇ ହେବ । ଶେଷ ଭୋଟ୍ ଗଣନା ନ ହେବା ପର୍ଯ୍ୟନ୍ତ ଦୃଢ ରହିବାକୁ ପଡିବ । 

ଏହି ସବୁ ମଧ୍ୟରେ ଇଣ୍ଡିଆ ଗଠବନ୍ଧନର ପ୍ରତିନିଧିମଣ୍ଡଳ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟିବେ ।  ଏହି ସମୟରେ ଇଣ୍ଡିଆ ମେଣ୍ଟର ନେତା ନିର୍ବାଚନ ଆୟୋଗଙ୍କ ସାମ୍ନାରେ ୩ପ୍ରମୁଖ ଦାବି ରଖିବେ । ଦାବି ଗୁଡ଼ିକ ହେଲା ସୁପ୍ରିମକୋର୍ଟର ନିର୍ଦ୍ଦେଶାନୁସାରେ ଭିଭିପାଟ୍‌ରେ ସ୍ଲିପ ମେଳ ହେବା ଉଚିତ, ପୋଷ୍ଟାଲ ବାଲଟର କାଉଣ୍ଟିଂ ପ୍ରଥମେ ହେଉ ଏବଂ ପ୍ରତି ରାଉଣ୍ଡ ପରେ ପ୍ରାର୍ଥୀଙ୍କୁ ତଥ୍ୟ କୁହାଯାଉ, ସମସ୍ତଙ୍କ ସନ୍ତୁଷ୍ଟି ପରେ ହିଁ ଆଗାମୀ ରାଉଣ୍ଡର କାଉଣ୍ଟିଂ ଆରମ୍ଭ ହେଉ । ‌

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.