ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସରକାର ଗଠନ ହେବାପରେ ବଡ଼ ନିଷ୍ପତ୍ତି ନେବେ ପିଏମ୍ ମୋଦି, ପୂର୍ବରୁ ୧୦୦ ଦିନର କାମକୁ ନେଇ ବଡ ବୈଠକ

ନୂଆଦିଲ୍ଲୀ,୨।୬: ସପ୍ତମ ଓ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଏଜେନ୍ସି ଗୁଡିକ ଏକଜିଟ୍ ପୋଲ୍ ଜାରି କରିଛନ୍ତି। ଏଗଜିଟ୍ ପୋଲ୍‌ ଅନୁସାରେ, ଏନ୍‌ଡିଏ ସରକାର ଲଗାତାର ତୃତୀୟ ଥର ବଡ ଧରଣର ବହୁମତ  ପାଇବାକୁ ଯାଉଛି। ସେଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ଘଣ୍ଟାର ସାଧନା ପରେ କନ୍ୟାକୁମାରୀରୁ ରାଜଧାନୀ ଫେରି ଆସିଥିଲେ। ମିଳିଥିବା ସୂଚନା ଅନୁସାରେ, ଫେରିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ ଅଧିକାରୀଙ୍କ ଅଧିକାରୀଙ୍କ ସହିତ ବଡ ବୈଠକ କରିବାକୁ ଯାଉଛନ୍ତି। ନିର୍ବାଚନ ପ୍ରଚାରରେ ବ୍ୟସ୍ତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀଙ୍କୁ ହୋମଓ୍ବାର୍କ କରିଛନ୍ତି। ସେ କହିଛନ୍ତି, ମୋଦି ସରକାର ୩.୦ ର ପ୍ରଥମ ୧୦୦ ଦିନରେ ନିଷ୍ପତ୍ତିର କାମ ପୁରା କରି ନିଆଯିବ।

ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କୁ କହିଛନ୍ତି, ଗତ ୧୦୦ ଦିନରେ ବଡ ନିଷ୍ପତ୍ତି ନେଇପାରେ। ଏଥିପାଇ ୨୦୨୯ କୁ ଅପେକ୍ଷା କରିବେନି। ଏଭଳି ସ୍ଥିତିରେ କୁହାଯାଉଛି ଯେ, ଅଧିକାରୀମାନେ ପ୍ରଥମ ୧୦୦ ଦିନରେ ମୋଦି ସରକାରଙ୍କ ନିଷ୍ପତ୍ତର ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ନିଆଯାଇଛି। କୁହାଯାଉଛି ଯେ, ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସରକାର ବଡ଼ ନିଷ୍ପତ୍ତି ‌ନେବେ। ସରକାର ଗଠନ ପରେ ଜୁଲାଇରେ ୟୁନିୟନ ବଜେଟ୍‌ ଆଗତ କରାଯିବ। ତେବେ ଏବେ ନିର୍ବାଚନ ପରିଣାମ ଆସିବା ବାକି। ନିର୍ବାଚନ କାରଣରୁ ଏଥର ଫେବୃଆରୀରେ ଅନ୍ତରୀଣ ବଜେଟ୍‌ରେ ଆଗତ କରାଯାଇଥିଲା।

ନୂଆ ସରକାର ଗଠନ ହେବା ପୂର୍ବରୁ ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶକର ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ ନିଯୁକ୍ତ ହୋଇପାରେ। ଏକ ମାସ ଭିତରେ ନୂଆ ଆର୍ମି ଚିଫ୍ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ଡାଇରେକ୍ଟରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇପାରେ। ପ୍ରଧାନମନ୍ତୀ ମୋଦିଙ୍କ ବିକଶିତ ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅନୁସାରେ, ମିଲିଟାରି ଇଣ୍ଡଷ୍ଟ୍ରିଆଲ କମ୍ପଲେକ୍ସ ଉପରେ ମୋଦି ସରକାରଙ୍କ ଫୋକସ୍ ରହିବ। ପିଏମ୍‌ଓ ଅଧିକାରୀମାନେ ଶପଥ ଗ୍ରହଣ ପରେ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି। ଏହାଛଡା ବିଜେପି ଯେଉଁ ମାନିଫେଷ୍ଟୋରେ ପ୍ରତିଶୃତି ଦେଇଥିଲା ତା ଉପରେ କାମ କରିବା ଆରମ୍ଭ ହୋଇଯିବ। ୧୩ ଜୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ବୈଠକରେ ମଧ୍ୟ ସାମିଲ ହୋଇପାରନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.