ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପର୍ଯ୍ୟଟନ ଇଣ୍ଡେକ୍ସରେ ୩୯ ତମ ସ୍ଥାନରେ ଭାରତ, ୧୦୧ତମ ସ୍ଥାନରେ ପାକିସ୍ତାନ

 ନୂଆଦିଲ୍ଲୀ ୦୨/୦୬: ବିଶ୍ୱ ଆର୍ଥିକ ମଞ୍ଚ (ୱର୍ଲଡ୍‌  ଇକୋନୋମିକ୍‌ ଫୋରମ୍‌) ଟ୍ରାଭେଲ ଆଣ୍ଡ ଟୁରିଜମ୍‌  ଡେଭଲପ୍‌ମେଣ୍ଟ୍‌ ଇଣ୍ଡେକ୍ସ (ଟିଟିଡିଆଇ) ଜାରି କରିଛି ।  ଯାତ୍ରା ଓ ପର୍ଯ୍ୟଟନ ଦୃଷ୍ଟିରୁ  ସବୁଠୁ ଲୋକପ୍ରିୟ ୧୧୯ ଦେଶର ତାଲିକା ଏହା ଜାରି କରିଛି ।  ଏଥିରେ ଭାରତ ୩୯ତମ ସ୍ଥାନରେ ରହିଛି । ପଡ଼ୋଶୀ  ଦେଶ ପାକିସ୍ତାନ ଅତ୍ୟନ୍ତ  ଖରାପ ସ୍ଥିତି ଅର୍ଥାତ୍‌, ୧୦୧ତମ  ସ୍ଥାନରେ ଅଛି । ଅନ୍ୟ ପଡ଼ୋଶୀ  ଦେଶ ନେପାଳ ଓ ବାଂଲାଦେଶ  ଯଥାକ୍ରମେ ୧୦୫ ଓ ୧୦୯ତମ  ସ୍ଥାନ ହାସଲ କରିଛନ୍ତି । ଶ୍ରୀଲଙ୍କା ୭୬ତମ ସ୍ଥାନରେ ରହିଛି । ଆଫ୍ରିକୀୟ ଦେଶ ତାଲିକାର ସବୁଠୁ ତଳେ ରହିଛି । 

ଟିଟିଡିଆଇ ଇଣ୍ଡେକ୍ସରେ ପାକିସ୍ତାନକୁ ଏସିଆ-ପ୍ରଶାନ୍ତ  କ୍ଷେତ୍ରୀୟ ସମୂହରେ ନିମ୍ନ-ମଧ୍ୟବିତ୍ତ ଆୟଯୁକ୍ତ ଅର୍ଥବ୍ୟବସ୍ଥା  ରୂପେ ବର୍ଗୀକୃତ କରାଯାଇଛି । ଚଳିତ ବର୍ଷ ପାକିସ୍ତାନର  ସ୍ଥାନ ବିଶ୍ୱକୁ ଚକିତ କରିଛି, କାରଣ ପୂର୍ବ ବର୍ଷମାନଙ୍କରେ  ଏହାର ପ୍ରଦର୍ଶନ ଭଲ ଥିଲା । ୨୦୨୨ ମସିହାରେ ଏହା  ୮୩ତମ ସ୍ଥାନ ହାସଲ କରିଥିଲା । ମଧ୍ୟ-ପୂର୍ବରେ ସଂଯୁକ୍ତ  ଆରବ ଏମିରେଟ୍ସ (ୟୁଏଇ) ୧୮ତମ ସ୍ଥାନ ହାସଲ କରିଛି । ଏହା ପରେ ସାଉଦି ଆରବ ୪୧, କତର ୫୩ ଓ ବାହାରିନ ୧୮ତମ ସ୍ଥାନରେ ଅଛି । ଟିଟିଡିଆଇ ଇଣ୍ଡେକ୍ସରେ ପର୍ଯ୍ୟଟନ ଦୃଷ୍ଟିରୁ ଶୀର୍ଷରେ ଅଛି  ଆମେରିକା । ଏହା ପରେ ଶୀର୍ଷ-୧୦ରେ ଅଛି ସ୍ପେନ୍‌,  ଜାପାନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ, ଚୀନ୍‌,  ଇଟାଲି ଓ ସ୍ୱିଜରଲ୍ୟାଣ୍ଡ । ରିପୋର୍ଟ ଅନୁସାରେ, ଟିଟିଡିଆଇ  ଇଣ୍ଡେକ୍ସରେ ଶୀର୍ଷ ୩୦ ଦେଶ ମିଳିତ ଭାେ ୨୦୨୨  ମସିହାରେ ବିଶ୍ୱର ଯାତ୍ରା ଓ ପର୍ଯ୍ୟଟନ ଅର୍ଥବ୍ୟବସ୍ଥାରେ  ୭୫ ପ୍ରତିଶତ ଯୋଗଦାନ ଦେଇଛନ୍ତି ।ଯାତ୍ରା ଓ ପର୍ଯ୍ୟଟନ  ଅର୍ଥବ୍ୟବସ୍ଥାରେ ୨୦୨୦ରୁ ୨୦୨୨ ମଧ୍ୟରେ ଯେତେ ବୃଦ୍ଧି  ହୋଇଛି, ସେଥିରେ ଶୀର୍ଷ ୩୦ ଦେଶର ଯୋଗଦାନ ୭୦ ପ୍ରତିଶତ । 

ବ୍ରିଟେନର ୟୁନିଭର୍ସିଟି ଅଫ୍‌ ସର୍ରେର  ସହଯୋଗରେ ପର୍ଯ୍ୟଟନ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଯାତ୍ରା ଓ ପର୍ଯ୍ୟଟନ ହିତଧାରକ ସଂଗଠନ  ଓ ତଥ୍ୟ ଭାଗୀଦାରମାନେ ମଧ୍ୟ ସାହାଯ୍ୟ କରିଛନ୍ତି । ତେବେ ବିଶ୍ୱ ଆର୍ଥିକ ମଞ୍ଚ ବୈଶ୍ୱିକ ଯାତ୍ରା ଓ ପର୍ଯ୍ୟଟନରେ  ବୃଦ୍ଧି ସତ୍ତେ୍ୱ ବିଭିନ୍ନ ସ୍ଥାନରେ ଆସନ୍ନ ଆହ୍ୱାନ ଉପରେ  ଗୁରୁତ୍ୱାରୋପ କରିଛି । ଏହା ଭବିଷ୍ୟବାଣୀ କରିଛି, ଆଗାମି  ଦିନମାନଙ୍କରେ ଯାତ୍ରା, ପର୍ଯ୍ୟଟନ ଉଦ୍ୟୋଗକୁ ଭୂରାଜନୈତିକ ଚିନ୍ତା, ଆର୍ଥିକ ଅନିଶ୍ଚିତତା ଓ  ଏଆଇ ଭଳି ଆହ୍ୱାନର ସମ୍ମୁଖୀନ  ହେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.