ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ରାହୁଲ-ଅଖିଳେଶଙ୍କ ସଭାରେ ଜୋରଦାର ହଙ୍ଗାମା:ମଞ୍ଚ ପର୍ଯ୍ୟନ୍ତ ପହଁଞ୍ଚିଲେ ଲୋକେ, ଭାଷଣ ନଦେଇ ଫେରିଲେ ଦୁଇ ନେତା

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ଫୁଲପୁର ଓ ପ୍ରୟାଗରାଜରେ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧୀ  ମିଳିତ ରାଲି ଜୋରଦାର ହଙ୍ଗାମା ହୋଇଛି। ମିଳିଥିବା ସୂଚନା ଅନୁସାରେ, କର୍ମୀମାନେ ବ୍ୟାରିକେଡ୍‌ ଡେଇଁ ଷ୍ଟେଜ୍ ଉପରେ ପହଁଞ୍ଚି ଯାଇଥିଲେ। ପୋଲିସ ଲାଠି ଚାର୍ଜ କରିବା ପରେ ଘଟଣାସ୍ଥଳରେ ଦଳାଚକଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତୋଜନାମୂଳକ ପରିସ୍ଥିତି ଦେଖି ରାହୁଲ-ଅଖିଳେଶ ଭାଷଣ ନଦେଇ ଫେରି ଯାଇଥିଲେ।  

ଇଣ୍ଡିଆ ମେଣ୍ଟର ରାଲିରେ ରାହୁଲ ଓ ଅଖିଳେଶ ଆସୁଥିବାର ଜାଣିବା ପରେ ଲୋକଙ୍କର ଭିଡ ବଢି ଯାଇଥିଲା।ହେଲିକପ୍ଟରରୁ ଓହ୍ଲାଇ ରାହୁଲ-ଅଖିଳେଶ ମଞ୍ଚରେ ପହଁଞ୍ଚି ଥିଲେ। ହେଲେ ଲୋକେ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶି ଆସିଥିଲେ। ଏହାପରେ ରାହୁଲ-ଅଖିଳେଶ ରାଗିକି ଚାଲି ଯାଇଥିଲେ। ସମାଜବାଦୀ ପାର୍ଟି ଏମଏଲସି ମାନ ସିଂହ ଯାଦବ ଏହି ହଙ୍ଗାମା ପାଇଁ ବିଜେପିକୁ ଦାୟୀ କରିଛନ୍ତି।କହିଛନ୍ତି, ବିଶାଳ ଜନସଭାରେ ପହଁଞ୍ଚିଥିବା ଭିଡକୁ ଦେଖି ବିଜେପି ଷଡଯନ୍ତ୍ର କରି ଅଧିକ ଫୋର୍ସ ମୁତୟନ କରିନଥିଲା। ଏହି କାରଣରୁ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା।

କୁହାଯାଉଛି ଯେ, ଅଖିଳେଶ ଓ ରାହୁଲ ପହଁଞ୍ଚିବା ପରେ ଲୋକେ ପ୍ରଥମେ ହେଲିପ୍ୟାଡ୍‌ର ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ରାହୁଲ ଓ ଅଖିଳେଶ ମଞ୍ଚକୁ ଆସିବା ପରେ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ। ଏଭଳି ଚାରିଆଡେ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା। ପୋଲିସ ରୋକିବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳତା ପାଇନଥିଲା। ଭିଡର ଶିକାର ପ୍ରଥମେ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି। ବହୁ ମିଡିଆ କର୍ମୀ ତଳେ ପଡି ଆହତ ହୋଇଛନ୍ତି। ଜଣେ ଫଟୋଗ୍ରାଫରଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଛି। ଲୋକଙ୍କୁ ଶାନ୍ତ ରହିବାକୁ ମଞ୍ଚ ଉପରୁ ବାରମ୍ବାର ଅପିଲ ହେବାପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା। ପରିସ୍ଥିତି ଖରାପ ହେବାର ଦେଖି ଦୁଇ ନେତା ହେଲିକପ୍ଟରରେ ଚାଲିଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.