ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ କମିଶନରଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ, ଭୋଟ ଗଣନା ନେଇ ରଖିଲେ ୪ଟି ଦାବି

ନୂଆଦିଲ୍ଲୀ – କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରବିବାର ସାକ୍ଷାତ୍‌ କରିଥିଲେ। ଏହି ସମୟରେ ତାଙ୍କ ପକ୍ଷରୁ ୪ ପ୍ରମୁଖ ଦାବି ଉଠାଯାଇ ଥିଲା। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି , ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ସାକ୍ଷାତ୍‌ କରିଥିଲେ ଏବଂ ୪ ପ୍ରମୁଖ ପଦକ୍ଷେପ ନେବାର ଦାବି ଉଠାଇ ଥିଲେ। 

ପ୍ରଥମ ଏହା ଯେ, ଆମେ ନିର୍ବାଚନ କମିଶନରଙ୍କୁ ଅପିଲ କରିଛୁ କି ଭୋଟ ଗଣନା ପ୍ରକ୍ରିୟାରେ ଲାଗିଥିବା ପ୍ରତ୍ୟେକ ଅଧିକାରୀ ନିର୍ଦ୍ଧାରିତ ପ୍ରକ୍ରିୟାର ଛୋଟରୁ ଛୋଟ ତଥ୍ୟ ବିଷୟରେ ସଂପୂର୍ଣ୍ଣ ଅବଗତ ହେବେ। ଏହାସହ ସବୁ ଏସି ପ୍ରୋଟୋକଲ ସହ ନିଷ୍ଠାର ସହ ଜଡ଼ିତ ରହିବେ। 

ପୀୟୁଷ ଗୋୟଲ କହିଛନ୍ତି , ଆମର ଦ୍ୱିତୀୟ ଦାବି ଏହା ଥିଲା କି,  ଭୋଟ ଗଣନା ଓ ଫଳାଫଳର ଘୋଷଣା ବେଳେ ନିର୍ବାଚନୀ ପ୍ରକ୍ରିୟାର ସୁରକ୍ଷା ସୁନିଶ୍ଚିତ ହେଉ। ୩ୟ କଥା ଏହା କି ନିର୍ବାଚନୀ ପ୍ରକ୍ରିୟାକୁ ଦୁର୍ବଳ କରିବାର ବ୍ୟବସ୍ଥିତ ପ୍ରୟାସକୁ ଧ୍ୟାନରେ ଦିଆଯାଉ। ଆମର ୪ର୍ଥ ଅପିଲ ଏହା ଥିଲା କି , ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏହା ପୂର୍ବରୁ ବିଭିନ୍ନ ଦଳର ପ୍ରତିନିଧିମଣ୍ଡଳୀ ଆଜି ହିଁ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ୍‌ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.