ପ୍ରମୁଖ ଖବର
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଜୁନ୍‌ରେ ପିକ୍‌ରେ ପହଁଞ୍ଚିପାରେ କରୋନା, ଆମେରିକା ଓ ସିଙ୍ଗାପୁରରେ ବଢୁଛି ସଂକ୍ରମଣ ମାମଲା

ନୂଆଦିଲ୍ଲୀ,୨୦।୫:  ଦୁନିଆର ଅନେକ ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।କରୋନା, FLiRT ର ନୂତନ ଭାରିଆଣ୍ଟ, ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଦେଶକୁ ଛୁଇଁଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ସିଙ୍ଗାପୁରରେ ସଂକ୍ରମଣ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ପରିସ୍ଥିତି ଏପରି ଯେ ସିଙ୍ଗାପୁର ସ୍ୱାସ୍ଥ୍ୟ ବିଭାଗ ସୁରକ୍ଷା ଦୃଷ୍ଟିରୁ ପୁଣିଥରେ ମାସ୍କ ପିନ୍ଧିବାକୁ  ଲୋକଙ୍କୁ ନିବେଦନ କରିଛି। ସିଙ୍ଗାପୁର ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୁନ୍ ମଧ୍ୟ ଭାବରେ କରୋନା ସଂକ୍ରମଣ ମାମଲା ପିକ୍‌ରେ ପହଁଞ୍ଚିବାର ଆଶଙ୍କା କରାଯାଉଛି। 

ସୂଚନାଯୋଗ୍ୟ ଯେ ଏକ ସପ୍ତାହ ମଧ୍ୟରେ ସିଙ୍ଗାପୁରରେ ୨୫,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି।ନୂତନ କରୋନା ଭାରିଆଣ୍ଟ ଫିଲାର୍ଟ (KP.2) ହେଉଛି ଓମିକ୍ରନ୍ ର ଏକ ସବ୍‌ ଭାରିଆଣ୍ଟ, ଯଦିଓ ଏଥିରେ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇଛି ଯାହା ଫଳରେ ଟିକା ଦ୍ବାରା ସୃଷ୍ଟି   ହୋଇଥିବା ପ୍ରତିରକ୍ଷା ପ୍ରଣାଳୀକୁ ଦୂର କରିବାରେ ସାହାଯ୍ୟ କରେ ଏବଂ ମଣିଷ ଭିତରେ ସଂକ୍ରମଣକୁ ଶୀଘ୍ର ବଢାଇଥାଏ।

ସିଙ୍ଗାପୁର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଲୋକଙ୍କୁ କରୋନା ବିପଦ ବିଷୟରେ ସତର୍କ ରହିବାକୁ ଚେତାବନୀ ଦେଇଛି। ଆସନ୍ତା ମାସରେ ସଂକ୍ରମଣ କ୍ଷେତ୍ରରେ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି। ନୂଆ ଭାରିଆଣ୍ଟକୁ ନେଇ ହୋଇଥିବା ଅଧ୍ୟୟନ ରିପୋର୍ଟ ଆଧାରରେ ବିଶେଷଜ୍ଞମାନେ କହିଛନ୍ତି ଯେ, KP.2 ଯେଉଁ ଗତିରେ ବଢୁଛି, ତାହା ଖୁବ୍ ଶୀଘ୍ର ବ୍ୟାପୁଥିବା JN.1 ଭାରିଆଣ୍ଟର ସ୍ଥାନ ନେଇପାରେ। କରୋନାର ପ୍ରାୟ ୫୦% ସାମ୍ପଲ ଅଧ୍ୟୟନରେ KP.2କୁ ମୁଖ୍ୟ କାରକ ଭାବରେ ଗଣାଯାଏ।

ଭାରତର କଥା ଯଦି ହବା ତେବେ ମହାରାଷ୍ଟ୍ର ସହିତ ଦେଶର ବହୁ ରାଜ୍ୟରେ କରୋନାର ଏହି ନୂଆ ଭାରିଆଣ୍ଟ ବ୍ୟାପିଛି। ଏହାଛଡା ପଶ୍ଚିମବଙ୍ଗ, ଗୁଜରାଟ, ରାଜସ୍ଥାନ, ଓଡିଶା, ଉତ୍ତରାଖଣ୍ଡ, ଗୋଆରେ ୧୨ KP.2 ଭାରିଆଣ୍ଟ ସଂକ୍ରମଣ ମାମଲା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.