ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସାମରେ ୯.୫ କୋଟିର ଡ୍ରଗ୍ସ ଜବତ, ୬ ଗିରଫ

indiatvnews

ଗୌହାଟୀ,୦୩/୦୬: ଆସାମର କାଚାର ଜିଲ୍ଲା ପୁଲିସ ଦୁଇଟି ସ୍ଥାନରେ ଚଢ଼ଉ କରି ୧.୯୦  କିଲେର ହେରୋଇନ ଜବତ କରିଛନ୍ତି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୯.୫ କୋଟି  ଟଙ୍କା ହେବ । 

ଏସ୍‌ପି ନୁମାଲ ମେହଟ୍ଟା, କହିଛନ୍ତି  ଗୁଇନ୍ଦା ତଥ୍ୟ ଆଧାରରେ ଶନିବାର ଲଖିପୁରର  ବନସକାଣ୍ଡି ଓ ଧୋଲାଇର ରାମପ୍ରସାଦ ପୁରରେ  ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ ଚଢ଼ଉ ହୋଇଥିଲା । ପୁଲିସ  ଡ୍ରଗ୍ସ କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ  କରିଥିଲା । ସେମାନଙ୍କ ନିକଟରୁ ୧୫୦ଟି ସାବୁନ  କେସ୍‌ ମିଳିଥିଲା । ଏହି ସାବୁନ କେସ୍‌ ଭିତରେ  ହେରୋଇନ ରଖାଯାଇଥିଲା । ଡ୍ରଗ୍ସ କାରବାରରେ  ବ୍ୟବହୃତ ଏକ କାର ଓ ସ୍କୁଟିକୁ ମଧ୍ୟ ଜବତ  କରାଯାଇଛି । ମଣିପୁରର ଚୁରାଚାନ୍ଦପୁରରୁ ଏହି  ଡ୍ରଗ୍ସ ଏଠାକୁ ଅଣାଯାଇଥିଲା । ଏଠାରେ ବିଭିନ୍ନ  ସ୍ଥାନକୁ ପଠାଯିବାର ଯୋଜନା ଥିଲା । ଗତ ମେ ୨୪ରେ କାଚାର ପୁଲିସ ଦୁଇଟି ସ୍ଥାନରେ ଚଢ଼ଉ  କରି ପ୍ରାୟ ୮.୫ କୋଟି ଟଙ୍କାର ହେରୋଇନ  ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.